ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ଅଭିଯାନ ବିଜୟରୁ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପ୍ରଥମ ଟେଷ୍ଟ ମ୍ୟାଚ୍ରେ କଙ୍ଗାରୁ ଦଳକୁ ଗୋଟିଏ ଇନିଂସ ଓ ୧୩୨ ରନରେ ପରାସ୍ତ କରିଛି ଭାରତ । ତେବେ ଏହି ମ୍ୟାଚ୍ରେ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ମ୍ୟାଚ୍ରେ ସେ ନିଜ ଟେଷ୍ଟ କ୍ୟାରିଅର ୩୧ତମ ୫ ୱିକେଟ ସଫଳତା ହାସଲ କରିଥିଲେ ।
ବର୍ଡର ଗାଭାସ୍କର ଟ୍ରଫି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଅଷ୍ଟ୍ରେଲିଆର ଦ୍ବିତୀୟ ପାଳିରେ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କର ଏକ ଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସେ ପାଳି ଆରମ୍ଭରୁ ହିଁ ଜଣେ ପରେ ଜଣେ କଙ୍ଗାରୁ ବ୍ୟାଟରଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ଏହି ପାଳିରେ ସେ ନିଜ ଟେଷ୍ଟ କ୍ୟାରିଅର ୩୧ତମ ୫ ୱିକେଟ ସଫଳତା ହାସଲ କରିଥିଲେ । ବିଶ୍ବ ଟେଷ୍ଟ କ୍ରିକେଟରେ ସପ୍ତମ ବୋଲର ଭାବେ ୩୧ତମ ୫ ୱିକେଟ ସଫଳତା ହାସଲ କରିଛନ୍ତି ଅଶ୍ବିନ । ନିଜ ଦେଶରେ ସବୁଠୁ ଅଧିକ ଥର ୫ ୱିକେଟ ସଫଳତା ହାସଲ କରିବାରେ ଅଶ୍ବିନୀ ପୂର୍ବତନ ଭାରତୀୟ କ୍ରିକେଟର ଅନୀଲ କୁମ୍ବଲେଙ୍କ ସମକକ୍ଷ ହଇଛନ୍ତି ।