ଓଡିଶା

odisha

ETV Bharat / sports

IND vs AUS 3rd Test: ବଦଳିଲା ତୃତୀୟ ଟେଷ୍ଟ ଭେନ୍ୟୁ, ଧର୍ମଶାଳା ନୁହେଁ ଇନ୍ଦୋରରେ ହେବ ମ୍ୟାଚ

ବର୍ଡର ଗାଭାସ୍କର ଟ୍ରଫିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯିବାକୁ ଥିବା ତୃତୀୟ ଟେଷ୍ଟର ଭେନ୍ୟୁ ପରିବର୍ତ୍ତନ ହୋଇଛି । ଅଧିକ ପଢନ୍ତୁ

Border Gavaskar Trophy
IND vs AUS 3rd Test

By

Published : Feb 13, 2023, 2:17 PM IST

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଭେନ୍ୟୁ ବଦଳିଛି । ଧର୍ମଶାଳାରେ ହେବାକୁ ଥିବା ତୃତୀୟ ଟେଷ୍ଟରେ ସ୍ଥାନ ପରିବର୍ତ୍ତନ କରାଯାଇଛି । ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏନ ଷ୍ଟାଡିୟମରୁ ଇନ୍ଦୋରର ହୋଲକର ଷ୍ଟାଡିୟମକୁ ଭେନ୍ୟୁ ସ୍ଥାନାନ୍ତରଣ କରାଯାଇଛି । ଏ ନେଇ ବିସିସିଆଇ ପକ୍ଷରୁ ଘୋଷଣା ହୋଇଛି । ମାର୍ଚ୍ଚ 1ରୁ 5 ତାରିଖ ଯାଏ ଧର୍ମଶାଳାରେ ତୃତୀୟ ଟେଷ୍ଟ ଅନୁଷ୍ଠିତ ହେବାର ଥିଲା ।

ମିଳିଥିବା ସୂଚନାଅନୁଯାୟୀ ଧର୍ମଶାଳା ପିଚ ଓ ଆଉଟଫିଲ୍ଡ ସ୍ଥିତି ଯାଞ୍ଚ ପରେ ତୃତୀୟ ଟେଷ୍ଟ ସ୍ଥାନ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଛି । ରିପୋର୍ଟ ଅନୁସାରେ ମ୍ୟାଚକୁ ଇନ୍ଦୋରର ହୋଲକର ଷ୍ଟାଡିୟମରେ କରିବା ପାଇ ବିସିସିଆଇ ପକ୍ଷରୁ ଘୋଷଣା ହୋଇଛି । ଭୀଷଣ ଥଣ୍ଡା ଯୋଗୁଁ ଆଉଟ ଫିଲ୍ଡରେ ପର୍ଯ୍ୟାପ୍ତ ଘାସ ନାହିଁ । ପାଣିପାଗ ସ୍ଥିତିକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ପିଚ୍‌ ମଧ୍ୟ ଏବେ ମ୍ୟାଚ୍‌ ପାଇଁ ଉପଯୁକ୍ତ ନାହିଁ ତେଣୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଇନ୍ଦୋର ହୋଲକର ଷ୍ଟାଡିୟମରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବାକୁ ନିଷ୍ପତ୍ତି ନେଇଛି ।

ଏହା ବି ପଢନ୍ତୁ...ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଜାଣନ୍ତୁ କାହା ସହ ପଡିବ ହାତଗଣ୍ଠି

ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ 4ଟି ମ୍ୟାଚ ମଧ୍ୟରୁ ପ୍ରଥମ ମ୍ୟାଚରେ ଭାରତ ବିଜୟ ହାସଲ କରି 1-0ରେ ଆଗୁଆ ରହିଛି । । ଫେବୃଆରୀ 9 ତାରିଖରୁ 13 ତାରିଖ ଯାଏଁ ନାଗପୁରରେ ପ୍ରଥମ ଟେଷ୍ଟ ଖେଳାଯାଇଥିଲା । ମାତ୍ର ଅଢେଇ ଦିନରେ ଖେଳ ଖତମ କରି କଙ୍ଗାରୁ ଦଳ ଚିତ୍‌ପଟ୍ଟାଙ୍ଗ୍‌ କରିଥିଲା ଭାରତୀୟ ଦଳ । ଏହାପରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଫେବୃଆରୀ 17ରୁ 21 ତାରିଖ ଯାଏଁ ଦ୍ବିତୀୟ ଟେଷ୍ଟ ଖେଳାଯିବ । ପରେ ଧର୍ମଶାଳାରେ ମାର୍ଚ୍ଚ 1ରୁ 5 ତାରିଖ ଯାଏଁ ତୃତୀୟ ଟେଷ୍ଟ ଖେଳାଯିବାର ଥିଲା ମାତ୍ର ଏଥିରେ ପରିବର୍ତ୍ତନ କରି ଇନ୍ଦୋରରେ ଭେନ୍ୟୁ ସ୍ଥିର କରାଯାଇଛି । ଏହାପରେ ଚତୁର୍ଥ ଟେଷ୍ଟ ମାର୍ଚ୍ଚ 9ରୁ 13 ଯାଏଁ ଅହମ୍ମଦାବାଦରେ ଖେଳାଯିବ । ମୁମ୍ବାଇରେ 17 ମାର୍ଚ୍ଚରେ ପ୍ରଥମ ଦିନିକିଆ, ବିଶାଖାପାଟନମରେ 19 ମାର୍ଚ୍ଚରେ ଦ୍ବିତୀୟ ଦିନିକିଆ ଓ 22 ମାର୍ଚ୍ଚରେ ଚେନ୍ନାଇରେ ତୃତୀୟ ଦିନିକିଆ ଖେଳାଯିବ ।

ABOUT THE AUTHOR

...view details