କୋଲକାତା: ବେଙ୍ଗଲ ରଣଜୀ ଟ୍ରଫି ପ୍ରସ୍ତୁତିକୁ ଶକ୍ତ ଝଟ୍କା । ରଣଜୀ ଅଭିଯାନ ଆରମ୍ଭକୁ ମାତ୍ର କିଛି ଦିନ ବାକିଥିବାବେଳେ, ଟିମର ୭ଜଣ ସଦସ୍ୟ COVID-19 ପଜଟିଭ ଚିହ୍ନଟ ହୋଇଛନ୍ତି ।
ରଣଜୀ ଟ୍ରଫି ଟୁର୍ନାମେଣ୍ଟରେ ଗ୍ରୁପ୍ Bରେ ବିଦର୍ଭ, ରାଜସ୍ଥାନ, କେରଳ, ହରିୟାଣା ସହ ସ୍ଥାନ ପାଇଛି ବେଙ୍ଗଲ । ଜାନୁଆରୀ ୧୩ରୁ ତ୍ରିପୁରା ବିପକ୍ଷରେ ବେଙ୍ଗାଲୁରୁରେ ବେଙ୍ଗଲ ଅଭିଯାନ ଆରମ୍ଭ କରିବା ନେଇ ସୂଚୀ ରହିଛି ।
ବର୍ତ୍ତମାନର ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି, ବେଙ୍ଗଲ କ୍ରିକେଟ ସଂଘ(CAB) ପକ୍ଷରୁ ସମସ୍ତ ଖେଳାଳିଙ୍କର RTPCR ଟେଷ୍ଟ କରାଯାଇଥିଲା । ଏନେଇ CAB ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲି ସୂଚନା ଦେଇଥିଲେ । ଟେଷ୍ଟ ରେଜଲ୍ଟ ସାମ୍ନାକୁ ଆସିଥିବା ବେଳେ କିଛି ଖେଳାଳିଙ୍କ ରିପୋର୍ଟ ପଜିଟିଭ ରହିଛି । CAB ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ସଂଘ ସ୍ପଷ୍ଟ କରିଛି ।
ଏହାମଧ୍ୟ ପଢନ୍ତୁ:Mohammad Hafeez Retirement: ଅନ୍ତର୍ଜାତୀୟ କ୍ରିକେଟରୁ ହାଫିଜ୍ଙ୍କ ଅବସର
୬ଜଣ ଖେଳାଳି ସୁଦୀପ ଚାଟାର୍ଜୀ, ଅନୁସ୍ତୁପ ମଜୁମଦାର, କାଜି ଜୁନେଦ ସାଇଫି, ଗୀତ୍ ପୁରୀ, ପ୍ରଦୀପ୍ତ ପ୍ରାମାଣିକ, ସୁଜିତ ଯାଦବ ଓ ସହକାରୀ କୋଚ୍ ସୌରଶିଷ ଲାହିରି ସଂକ୍ରମିତ ଚିହ୍ନଟ ହୋଇଥିବା କୁହାଯାଉଛି । ସମସ୍ତ ୭ଜଣ ଜାଦପୁର ୟୁନିଭରସିଟି ଦ୍ବିତୀୟ କ୍ୟାମ୍ପ୍ସ ଗ୍ରାଉଣ୍ଡରେ ଓ ନିୟମ ଅନୁଯାୟୀ ଆଇସୋଲେସନରେ ରହିଛନ୍ତି ।
ପୃଥ୍ବୀ ଶ'ଙ୍କ ନେତୃତାଧୀନ ମୁମ୍ବାଇ ଟିମ ସହ ମଙ୍ଗଳବାର CCFC ଷ୍ଟାଣ୍ଡରେ ଖେଳାଯିବାକୁ ଦୁଇଦିନିକିଆ ୱାର୍ମ-ଅପ୍ ମ୍ୟାଚ୍ ବାତିଲ ହୋଇଛି । ବେଙ୍ଗଲ କ୍ରିକେଟ ସଂଘ ସମସ୍ତ ଲୋକାଲ ଟୁର୍ନାମେଣ୍ଟ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି । ଏଥିସହ ମଙ୍ଗଳବାର ଏକ ଜରୁରୀକାଳୀନ ଆପେକ୍ସ କାଉନସିଲ ବୈଠକରେ COVID-19 ସ୍ଥିତି ଅନୁଧାନ କରିବାକୁ ଯୋଜନା କରିଛି ।
ଏହାମଧ୍ୟ ପଢନ୍ତୁ:India vs South Africa: ଦ୍ବିତୀୟ ଟେଷ୍ଟ ଆରମ୍ଭ, କେଏଲ ରାହୁଲ କ୍ୟାପଟେନ
ରବିବାର ପଶ୍ଚିମବଙ୍ଗରେ ୬,୧୫୩ ନୂଆ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏହାମଧ୍ୟରୁ କୋଲକାତାରେ ୩,୧୯୪ ସଂକ୍ରମିତ ରହିଛନ୍ତି । ଡିସେମ୍ବର ୨୬ରେ ଏହି ସଂଖ୍ୟା ଯଥାକ୍ରମେ ୫୪୪ ଓ ୨୧୯ ରହିଥିଲା । ସରକାରୀ ବୁଲେଟିନ ଅନୁଯାୟୀ, ରବିବାର ୮ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।
PTI