କଟକ:ଆଜି ଐତିହାସିକ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ତୃତୀୟ ଦୃଷ୍ଟିହୀନ T20 ବିଶ୍ବକପର ଲିଗ ମ୍ୟାଚ୍ ( blind t 20 world cup ) । ଏଥିରେ ଭାରତ ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ଚାରି ଥରର ବିଶ୍ଵ ଚମ୍ପିୟନ ଭାରତୀୟ ଟିମ୍ ଚଳିତ ଥର ମଧ୍ୟ ଚାମ୍ପିୟନ ହେବା ନେଇ ଆଶା ରଖିଛି । ପ୍ରଥମ ଥର ପାଇଁ ବାରବାଟୀରେ ଖେଳାଯିବ ଏହି ଦୃଷ୍ଟିହୀନ ବିଶ୍ଵକପ ମ୍ୟାଚ। ଘରୋଇ ଗ୍ରାଉଣ୍ଡରେ ଲଗାତାର ତୃତୀୟ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ ।
ଭାରତୀୟ ଦୃଷ୍ଟିହୀନ ଦଳରେ ସାମିଲ ଅଛନ୍ତି ଏକମାତ୍ର ଓଡ଼ିଆ ଖେଳାଳି ନକୁଳ ଗଡନାୟକ। ଆଜି ମ୍ୟାଚରେ ଭାରତୀୟ ଦଳ ଭଲ ସ୍କୋର କରିବା ସହ ବିଜୟୀ ହେବା ନେଇ ଆଶା ରଖିଛି। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଓ ଓସିଏ ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦେଇଛନ୍ତି । ଆଜି ସକାଳ ୧୦ଟାରେ ଉଭୟ ଟିମ ବାରବାଟିରେ ପହଞ୍ଚିବା ପରେ ମ୍ୟାଚ ଆରମ୍ଭ ହେବ । ପୂର୍ବରୁ ଚଳିତ ବିଶ୍ବକପର ପ୍ରଥମ ଦୁଇ ମ୍ୟାଚରେ ଯଥାକ୍ରମେ ନେପାଳ ଓ ଆଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ଭାରତ । ଏବେ 5 ପଏଣ୍ଟ ହାସଲ କରି ଭାରତ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଅନ୍ୟପଟେ ବାଂଲାଦେଶ 4ଟି ମ୍ୟାଚ ଖେଳି 3ଟିରେ ବିଜୟ ହାସଲ କରି 6 ପଏଣ୍ଟ ସହ ଟେବୁଲ ଟପରେ ରହିଛି । ବାଟବାଟୀରେ ଭାରତ ବିଜୟୀ ହୋଇ ଟେବୁଲ ଶୀର୍ଷକୁ ଭେରିବାକୁ ଚେଷ୍ଟା କରିବ।