ଓଡିଶା

odisha

ETV Bharat / sports

WTC ଫାଇନାଲ: ଶାସ୍ତ୍ରୀଙ୍କ ପ୍ରସ୍ତାବକୁ ICC ର ଅସ୍ବୀକାର

ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍‌ ଗୋଟିଏ ନୁହେଁ ବରଂ 3ଟି ମ୍ୟାଚ ଖେଳାଯିବା ଉଚିତ ଓ ତନ୍ମଧ୍ୟରୁ ଶ୍ରେଷ୍ଠ ଚୟନ କରିବା ପ୍ରସ୍ତାବ ରଖିଥିଲେ ଶାସ୍ତ୍ରୀ । ଅଧିକ ପଢନ୍ତୁ...

Best-of-three WTC final not realistic, says ICC
WTC ଫାଇନାଲ: ଶାସ୍ତ୍ରୀଙ୍କ ପ୍ରସ୍ତାବକୁ ICCର ଅସ୍ବୀକାର

By

Published : Jun 14, 2021, 9:53 PM IST

ନୂଆଦିଲ୍ଲୀ:କିଏ ହେବ କ୍ରିକେଟର ଲମ୍ବା ଫର୍ମାଟର ଶ୍ରେଷ୍ଠ ଟିମ ଅର୍ଥାତ ବିଶ୍ବ ଚମ୍ପିଆନ ? ଭାରତ ନା ନ୍ୟୁଜିଲାଣ୍ଡ ? ଆସନ୍ତା ଶୁକ୍ରବାର(ଜୁନ 18)ରୁ 22 ମଧ୍ୟରେ ଖେଳାଯିବାକୁ ଥିବା ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍‌ରେ ଏହାର ନିର୍ଣ୍ଣୟ ହେବ । ଏହାକୁ ନେଇ କ୍ରିକେଟ ମହଲରେ ବଢିବାରେ ଲାଗିଛି ଉଷ୍ମତା । ଏପରିକି ଖୋଦ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମଧ୍ୟ ଏଥିରେ ସାମିଲ ହୋଇଛି ।

ଭାରତୀୟ ଟିମ ଇଂଲଣ୍ଡ ଅଭିମୁଖେ ଉଡାଣ ଭରିବା ପୂର୍ବରୁ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇଥିଲେ । କ୍ୟାପଟେନ ବିରାଟ କୋହଲି ମଧ୍ୟ ଶାସ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ । ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍‌ ଗୋଟିଏ ନୁହେଁ ବରଂ 3ଟି ମ୍ୟାଚ ଖେଳାଯିବା ଉଚିତ ଓ ତନ୍ମଧ୍ୟରୁ ଶ୍ରେଷ୍ଠ ଚୟନ କରିବା ପ୍ରସ୍ତାବ ରଖିଥିଲେ ଶାସ୍ତ୍ରୀ । ମାତ୍ର ଏହି ପ୍ରସ୍ତାବ ଅବସ୍ତାବ ବୋଲି ସୋମବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ସ୍ପଷ୍ଟ କରିଛି ।

ସୋମବାର WTC ଫାଇନାଲ ମ୍ୟାଚ୍‌ ବିଜେତା ଟିମକୁ ଟେଷ୍ଟ କ୍ରିକେଟର ଶ୍ରେଷ୍ଠ ସମ୍ମାନ ସହ ଟେଷ୍ଟ ଗଦା ଓ 12 କୋଟି ଟଙ୍କାର ପୁରସ୍କାର ରାଶି ଚେକ୍‌ ମିଳିବ ବୋଲି ଘୋଷଣା କରିଛି ଆଇସିସି । ରନର୍ସଅପ ଟିମକୁ ମଧ୍ୟ 6 କୋଟି ଟଙ୍କା ପୁରସ୍କାର ରାଶି ଆକାରରେ ମିଳିବ ।

ଦୁଇ ବର୍ଷ ଧରି ଖେଳାଯାଇଥିବା ପ୍ରତିଯୋଗିତା ମୋଟ 9ଟି ଟିମ ମଧ୍ୟରେ ଖେଳାଯାଇଥିଲା । ଫାଇନାଲରେ ପରାଜିତ ଟିମକୁ ମଧ୍ୟ ଦ୍ବିତୀୟ ସ୍ଥାନରେ ରହିଥିବାରୁ 80,000 ଆମେରିକୀୟ ଡଲାର ମିଳିବ ।

ଆଇସିସି ଟେଷ୍ଟ ଚମ୍ପିଆନସିପ୍‌ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଥିବା ଟିମ୍‌କୁ 450,000 ଆମେରିକୀୟ ଡଲାର ଓ 4ର୍ଥ ସ୍ଥାନରେ ରହିଥିବା ଟିମକୁ 350,000 ଆମେରିକୀୟ ଡଲାର ପୁରସ୍କାର ରାଶି ମିଳିବ । ସେହିପରି ପଞ୍ଚମ ସ୍ଥାନରେ ରହିଥିବା ଟିମକୁ 200,000 ଆମେରିକୀୟ ଡଲାର ପ୍ରଦାନ କରାଯିବ । ବାକି 4ଟି ଟିମ୍‌କୁ ପ୍ରତ୍ୟେକ 100,000 ଆମେରିକୀୟ ଡଲାର ମିଳିବ ।

ପୂର୍ବରୁ ଆଇସିସି ପୁରୁଷ ଟେଷ୍ଟ ଟିମ ମାନ୍ୟତାର ଶୀର୍ଷରେ ଥିବା ଟିମକୁ ମିଳୁଥିବା ଟେଷ୍ଟ ଗଦା ବର୍ତ୍ତମାନ WTC ବିଜେତାଙ୍କୁ ମିଳିବ । ତେବେ ଫାଇନାଲ ମ୍ୟାଚ ଡ୍ର କିମ୍ବା ଟାଇ ହେଲେ ଉଭୟ ଟିମ ବିଜେତା ଘୋଷିତ ହେବେ ଓ ଟେଷ୍ଟ ଗଦା ଉଭୟଙ୍କୁ ପ୍ରଦାନ କରାଯିବ । ପୁରସ୍କାର ରାଶି ମଧ୍ୟ ସେୟାର କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details