ହାଇଦ୍ରାବାଦ: ଆହତ କାରଣରୁ ଆଇପିଏଲ 2021ରୁ ବାଦ ପଡିଥିବା ରାଜସ୍ଥାନ ରୟାଲ୍ସ ଅଲରାଉଣ୍ଡର ବେନ ଷ୍ଟୋକ୍ସ 3 ମାସରୁ ଅଧିକ ସମୟ କ୍ରିକେଟ ଖେଳିପାରିବେ ନାହିଁ । ଏନେଇ ଶୁକ୍ରବାର ସ୍ପଷ୍ଟ କରିଛି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି) ।
ଗୁରୁବାର ଷ୍ଟୋକ୍ସଙ୍କର ଏକ୍ସ-ରେ ଓ ସିଟି ସ୍କାନ ରିପୋର୍ଟରୁ ଜଣାପଡିଛି ଯେ, ତାଙ୍କର ବାମ ହାତର ଏକ ଆଙ୍ଗୁଠି ଭାଙ୍ଗିଯାଇଛି । ଫଳରେ ଶନିବାର ସର୍ଜରୀ ପାଇଁ ସ୍ବଦେଶ ଫେରିଯିବେ ଇଂଲିସ ଅଲରାଉଣ୍ଡର ।
ଷ୍ଟୋକ୍ସ 12 ସପ୍ତାହରୁ ଅଧିକ ସମୟ କ୍ରିକେଟରୁ ବାହାରେ ରହିବା ନେଇ ଘୋଷଣା କରିଛି ଇସିବି ।