ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ 2021ର ଭାଗ୍ୟ ଶନିବାର ନିର୍ଦ୍ଧାରଣ ହୋଇପାରେ । ଶନିବାର ବିସିସିଆଇର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବ । ଏହି ବୈଠକରେ ଘରୋଇ ସିଜିନ ନେଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ ।
ଜୈବ ସୁରକ୍ଷା ବଳୟ ମଧ୍ୟରେ ଆଇପିଏଲ 2021 ଟୁର୍ଣ୍ଣାମେଣ୍ଟ ଖେଳାଯାଉଥିଲେ ମଧ୍ୟ ଏକାଧିକ ଖେଳାଳି କୋଭିଡ-19 ସଂକ୍ରମିତ ଚିହ୍ନଟ ହେବାରେ ଚଳିତ ମାସ ଅଧାରୁ ଆଇପିଏଲର 14ତମ ସଂସ୍କରଣକୁ ସ୍ଥଗିତ ରଖାଯାଇଛି ।
ଏହାପରେ ବିସିସିଆଇ ସାଧାରଣ ସମ୍ପାଦକ ଜୟ ଶାହ ସମସ୍ତ ରାଜ୍ୟ ବୋର୍ଡ ଗୁଡିକୁ ଚିଠି ଲେଖିବା ସହ ସ୍ବତନ୍ତ୍ର ସାଧାରଣ ବୈଠକ ଡାକିଥିଲେ । ଦେଶରେ କୋରୋନା ଭାଇରସ ସ୍ଥିତି ଗମ୍ଭୀର ଥିବାବେଳେ ଆଗାମୀ କ୍ରିକେଟ ସିଜିନ ନେଇ ଆଲୋଚନା କରିବାକୁ ବୈଠକରେ ନିଷ୍ପତ୍ତି ହେବ ।