ଓଡିଶା

odisha

ETV Bharat / sports

ଦେଶର ସଫଳ ସେନାପତି ବିରାଟଙ୍କୁ BCCIର ଧନ୍ୟବାଦ - ବିରାଟ କୋହଲିଙ୍କୁ ବିସିସିଆଇ ଧନ୍ୟବାଦ

ଟିମ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିରାଟ କୋହଲି । ଫଳରେ କ୍ରିକେଟର ଲମ୍ବା ଫର୍ମାଟରେ ଦେଶର ସବୁଠୁ ସଫଳତମ ଅଧିନାୟକ(Most Successful captain)ଙ୍କ ରାଜୁତି ଶେଷ ହୋଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଦକ୍ଷ ନେତୃତ୍ବ ଶୈଳୀ ପାଇଁ ବିରାଟ କୋହଲିଙ୍କୁ ଧନ୍ୟବାଦ ଜଣାଇଛି । ଅଧିକ ପଢନ୍ତୁ

BCCI thanks Virat Kohli for his admirable leadership as India's Test captain
ଦେଶର ସଫଳ ସେନାପତି ବିରାଟଙ୍କୁ BCCIର ଧନ୍ୟବାଦ

By

Published : Jan 15, 2022, 9:25 PM IST

ମୁମ୍ବାଇ: ଟିମ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିରାଟ କୋହଲି । ଫଳରେ କ୍ରିକେଟର ଲମ୍ବା ଫର୍ମାଟରେ ଦେଶର ସବୁଠୁ ସଫଳତମ ଅଧିନାୟକ(Most Successful captain)ଙ୍କ ରାଜୁତି ଶେଷ ହୋଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଦକ୍ଷ ନେତୃତ୍ବ ଶୈଳୀ ପାଇଁ ବିରାଟ କୋହଲିଙ୍କୁ ଧନ୍ୟବାଦ ଜଣାଇଛି ।

ଏହାମଧ୍ୟ ପଢନ୍ତୁ: ବିରାଟ କୋହଲି ଭାରତର ସଫଳତମ ଟେଷ୍ଟ ଅଧିନାୟକ

୩୩ବର୍ଷୀୟ କୋହଲି, ବର୍ଷ ୨୦୧୫ ଆରମ୍ଭରେ ଅଷ୍ଟ୍ରେଲିଆରେ ମହେନ୍ଦ୍ର ସିଂହ ଧୋନି ଅବସର ଘୋଷଣା କରିବା ପରେ ପୂର୍ଣ୍ଣ କାଳୀନ ଟେଷ୍ଟ ଅଧିନାୟକ ହୋଇଥିଲେ । ୬୮ଟି ଟେଷ୍ଟରୁ ୪୦ଟିରେ ବିଜୟ ସହ କ୍ରିକେଟର ଲମ୍ବା ଫର୍ମାଟରେ ଭାରତର ସଫଳତମ ଟେଷ୍ଟ ଅଧିନାୟକ ଭାବେ ପଦ ଛାଡିଛନ୍ତି । ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜ ବିଜୟରେ ବିରାଟ ପ୍ରମୁଖ ଭୂମିକା ନିଭାଇଥିଲେ ଓ ଭାରତକୁ ICC ଟେଷ୍ଟ ମାନ୍ୟତାର ଶୀର୍ଷରେ ପହଞ୍ଚାଇଥିଲେ । ତାଙ୍କର ଅଧିନାୟକତ୍ବରେ ICC ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ପ୍ରଥମ ସଂସ୍କରଣର ଫାଇନାଲରେ ମଧ୍ୟ ପହଞ୍ଚିଥିଲା ଟିମ ଇଣ୍ଡିଆ । ଉଲ୍ଲେଖନୀୟ ଅବଦାନ ପାଇଁ BCCI ଟ୍ବିଟ୍‌ ଯୋଗେ କୋହଲିଙ୍କୁ ଧନ୍ୟବାଦ ଜଣାଇଛି ।

ଏହାମଧ୍ୟ ପଢନ୍ତୁ: ଟେଷ୍ଟ କ୍ୟାପଟେନ ପଦ ଛାଡିଲେ କୋହଲି

BCCI ସମ୍ପାଦକ ଜୟ ଶାହା ମଧ୍ୟ କୋହଲିଙ୍କ ଦମଦାର ଟେଷ୍ଟ ଅଧିନାୟକ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି BCCI କୋଷାଧ୍ୟକ୍ଷ ଅରୁଣ ଧୂମଲ, ବିରାଟଙ୍କୁ ଜଣେ ଦକ୍ଷ ଅଧିନାୟକ ବୋଲି କହିଛନ୍ତି । ପୂର୍ବରୁ କୋହଲି ଟି-୨୦ ଫର୍ମାଟର ଅଧିନାୟକ ପଦ ୨୦୨୧ ଟି୨୦ ବିଶ୍ବକପ ପରେ ଛାଡିଥିଲେ ଓ ପରେ ODI ନେତୃତ୍ବ ଭାର ମଧ୍ୟ କୋହଲିଙ୍କ ବଦଳରେ ରୋହିତ ଶର୍ମାଙ୍କୁ ମିଳିଥିଲା ।

IANS

ABOUT THE AUTHOR

...view details