ଗୌହାଟୀ: ବିରାଟ କୋହଲି ଓ ରୋହିତ ଶର୍ମା କ୍ରିକେଟ୍ ନୁହେଁ, ବର୍ ଖୋ ଖୋ ଖେଳନ୍ତି । ସୂର୍ଯ୍ୟକୁମାର ଯାଦବ ଜଣେ ବ୍ୟାଟର ନୁହନ୍ତି, ବରଂ ୱିକେଟ୍କିପର ଓ ବୋଲର । ଏକଥା ଆମେ କହୁନୁ, କହିଛନ୍ତି ଖୋଦ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ଈଶାନ କିଷାନ । ଏପରିକି ସେ ନିଜ କିଟ୍ ବ୍ୟାଗ୍ରେ ଆଇସ୍କ୍ରିମ ରଖୁଥିବା ମଧ୍ୟ କହିଛନ୍ତି । ଈଶାନ କିଷାନଙ୍କ ଏପରି ଏକ ମଜାଦାର ଇଣ୍ଟରଭ୍ୟୁ ଭିଡିଓ ସେୟାର କରିଛି ବିସିସିଆଇ । ଯାହା ଶୁଣିଲେ ଆପଣ ମଧ୍ୟ ହସ ଅଟକାଇ ପାରିବେନି ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି(ମଙ୍ଗଳବାର) ଖେଳାଯିବ ୩ୟ ଟି୨୦ ମ୍ୟାଚ୍ । ବିଶ୍ବକପ୍ ପରେ ଆରମ୍ଭ ହୋଇଥିବା ଏହି ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ୨-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ତେବେ ମଙ୍ଗଳବାର ଗୌହାଟୀର ବାର୍ସାପାରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ୩ୟ ମ୍ୟାଚ୍ରେ ବିଜୟ ଧାରା ଜାରି ରଖିବା ସହିତ ଶୃଙ୍ଖଳା କବ୍ଜା କରିବା ଲକ୍ଷ୍ୟରେ ରହିଛନ୍ତି ସୂର୍ଯ୍ୟକୁମାର ଯାଦବ ଆଣ୍ଡ୍ କୋ । ଏହାରି ଭିତରେ ମଙ୍ଗଳବାର ସକାଳେ ଦଳର ଷ୍ଟାର ବ୍ୟାଟର ଈଶାନ କିଷାନଙ୍କର ଏକ ମଜାଳିଆ ଇଣ୍ଟରଭ୍ୟୁ ସୋସିଆଲ ମିଡିଆରେ ସେୟାର କରିଛି BCCI । ଏଥିରେ ଈଶାନଙ୍କୁ କେବଳ ଭୁଲ ଉତ୍ତର ଦେବାପାଇଁ ଚ୍ୟାଲେଞ୍ଜ ଦିଆଯାଇଥିଲା । ଦେଖନ୍ତୁ କେଉଁ ପ୍ରଶ୍ନର କଣ ଉତ୍ତର ଦେଇଥିଲେ ଈଶାନ..
ପ୍ରଶ୍ନ: ଆପଣଙ୍କ ନାମ ?
ଉତ୍ତର: ଭିଭିଏସ୍ ଲକ୍ଷ୍ମଣ
ପ୍ରଶ୍ନ: ଆପଣଙ୍କ ବୟସ ?
ଉତ୍ତର: ୮୨ ବର୍ଷ
ପ୍ରଶ୍ନ: ଆପଣ କେଉଁ ଭାଷାରେ କଥା ହେଉଛନ୍ତି ?
ଉତ୍ତର: ସ୍ପାନିଶ୍
ପ୍ରଶ୍ନ: ଆପଣ କଣ ଖେଳନ୍ତି ?
ଉତ୍ତର: ଫୁଟବଲ୍
ପ୍ରଶ୍ନ: ସୂର୍ଯ୍ୟକୁମାର ଯାଦବ କିଏ ?
ଉତ୍ତର: ୱିକେଟ୍କିପର- ବୋଲର
ପ୍ରଶ୍ନ: ବିରାଟ ଓ ରୋହିତ କଣ ଖେଳନ୍ତି ?