ଓଡିଶା

odisha

ETV Bharat / sports

ଐତିହାସିକ ବିଜୟ ପରେ ମହିଳା ଟିମ ଉପରେ ଟଙ୍କା ବର୍ଷା, ବିସିସିଆଇ ଦେବ 5 କୋଟି - ଐତିହାସିକ ବିଜୟ ପରେ ମହିଳା ଟିମ ଉପରେ ଟଙ୍କା ବର୍ଷା

ବିଶ୍ବକପ ବିଜୟୀ ହେବା ପରେ 19 ବର୍ଷରୁ କମ ମହିଳା କ୍ରିକେଟ ଦଳକୁ ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ। ଅଧିକ ପଢନ୍ତୁ

Womens U19 team
Womens U19 team

By

Published : Jan 30, 2023, 12:32 PM IST

ମୁମ୍ବାଇ:ଇତିହାସ ରଚିଲା 19 ବର୍ଷରୁ କମ ଭାରତୀୟ ମହିଳା କ୍ରିକେଟ ଦଳ । ଟି ଟ୍ବେଣ୍ଟି ବିଶ୍ବକପରେ ଇଂଲଣ୍ଡକୁ ମାତ ଦେଇ ବିଶ୍ବ ବିଜୟୀ ଟାଇଟଲ ହାତେଇଲା ଭାରତ । ଫାଇନାଲ ମ୍ୟାଚରେ ସାତ ଓ୍ବିକେଟରେ ଇଂଲଣ୍ଡକୁ ପରାସ୍ତ କରି 19 ବର୍ଷରରୁ କମ୍‌ ଟି-20 ବିଶ୍ବକପର ଚମ୍ପିଆନ ହୋଇ ପାରିଛି ଭାରତୀୟ ମହିଳା ଦଳ । ମହିଳା ଦଳର ଏହି ଐତିହାସିକ ବିଜୟ ପରେ ଶୁଭେଚ୍ଛା ସହ ଟଙ୍କା ବର୍ଷା ମଧ୍ୟ ହୋଇଛି । ବିସିସିଆଇ ସମ୍ପାଦକ ବିଶ୍ବକପ ବିଜୟୀ ମହିଳା ଦଳକୁ ବିଜୟର ଶୁଭେଚ୍ଛା ଜଣାଇବା ସହ 5କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ।

ଜୟ ଶାହା ଟ୍ବଟ କରି କହିଛନ୍ତି ଯେ, ''ଭାରତରେ ମହିଳା କ୍ରିକେଟରେ ବହୁ ଉନ୍ନତି ହୋଇଛି ଏବଂ ବିଶ୍ୱକପ୍ ବିଜୟ ହେବା ପରେ ମହିଳା କ୍ରିକେଟ ଦଳ ବହୁ ଉଚ୍ଚକୁ ଉଠି ଯାଇଛି । 19 ବର୍ଷରୁ କମ ମହିଳା କ୍ରିକେଟ ଦଳ ଏବଂ ସହାୟକ କର୍ମଚାରୀଙ୍କୁ ପୁରସ୍କାର ରାଶି ଭାବରେ ପାଞ୍ଚ କୋଟି ଟଙ୍କା ଘୋଷଣା କରି ମୁଁ ବହୁତ ଖୁସି ପ୍ରକାଶ କରୁଛି । ଏହା ଭାରତୀୟ ମହିଳା କ୍ରିକେଟ ପାଇଁ ଏକ ପଥ ପ୍ରଦର୍ଶକ ବର୍ଷ ।''

ସେ ଆହୁରି ମଧ୍ୟ ଟ୍ବିଟ କରି କହିଛନ୍ତି ଯେ, ''ଫେବୃଆରୀ 1 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି ଟ୍ବେଣ୍ଟି ମ୍ୟାଚ ଖେଳାଯିବ। ମୁଁ ଶେଫାଳି ବର୍ମା ଏବଂ ତାଙ୍କ ଦଳକୁ ଏହି ମ୍ୟାଚକୁ ସ୍ବାଗତ କରୁଛି।''

19 ବର୍ଷରୁ କମ ମହିଳା ଦଳ ପାଇଁ ଏହା ଏକ ଅଦ୍ଭୁତପୂର୍ବ ସଫଳତା । ଆମ ଯୁବ କ୍ରିକେଟର ମାନେ ଦେଶକୁ ଗର୍ବିତ କରାଇଛନ୍ତି । ଫାଇନାଲ ମ୍ୟାଚରେ ଯୁବ ଖେଳାଳିମାନେ ଭୟଭୀତ ହୋଇନଥିଲେ। ଏହା ସେମାନଙ୍କ ଚରିତ୍ର ଏବଂ ସ୍ୱଭାବ ବିଷୟରେ ବହୁତ କିଛି ପ୍ରତିପାଦିତ କରୁଥିବା ଜୟ ଶାହ କହିଛନ୍ତି ।

ଭାରତୀୟ 19 ବର୍ଷରୁ କମ ମହିଳା ଟିମ୍‌ ଟି20 ବିଶ୍ବକପ ଟାଇଟଲ ହାତେଇ ଭାରତୀୟ କ୍ରୀଡା ଇତିହାସରେ ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିଛନ୍ତି । ସେଫାଳି ବର୍ମାଙ୍କ ନେତୃତ୍ବରେ ଭାରତ ICC ଅଣ୍ଡର 19 ମହିଳା ଟି20 ବିଶ୍ବ ଚମ୍ପିଆନ ହୋଇ ପାରିଛି । ଗତକାଲି ଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ 7 ୱିକେଟରେ ପରାସ୍ତ କରିଥିଲା । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି 17.1 ଓଭରରେ 68 ରନ କରି ଅଲ ଆଉଟ ହୋଇଥିଲା । ଜବାବରେ ଭାରତ 14 ଓଭରରେ 3 ୱିକେଟ ହରାଇ 69 କରିଥିଲା ।

ABOUT THE AUTHOR

...view details