ହାଇଦ୍ରାବାଦ: ଆକ୍ସନ ମୁଡରେ ବିସିସିଆଇ । ବୋର୍ଡର ଚୟନକର୍ତ୍ତା ଅଧ୍ୟକ୍ଷଙ୍କ ସମେତ 4 ଜଣ ସଦସ୍ୟଙ୍କୁ ବରଖାସ୍ତ କଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଏହା ସହିତ ଏହି ପଦବୀ ପାଇଁ ବିସିସିଆଇ ନୂଆ ନୋଟିଫିକେସନ ଜାରି କରିଛି । ଟି20 ବିଶ୍ବକପରେ ଭାରତର ପ୍ରଦର୍ଶନକୁ ନେଇ ବିସିସିସିଆଇ ଖପ୍ପା । ଫଳରେ ଗତ 9 ବର୍ଷ ଧରି ICC ଟ୍ରଫି ଜିତିପାରିନଥିବା ଟିମ ଇଣ୍ଡିଆ ପୁଣି ନିରାଶ ହୋଇଛି । ଏନେଇ ଚୟନ କମିଟି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋର୍ଡ ।
କାହିଁକି ଟି-20 ବିଶ୍ୱକପରେ ଟିମ୍ ଇଣ୍ଡିଆର ହେଲା ଦୁର୍ବଳ ପ୍ରଦର୍ଶନ ? ଏମିତି ଆକ୍ସନ ନେଲା BCCI - ଆକ୍ସନ ମୁଡରେ ବିସିସିଆଇ
ବୋର୍ଡର ଚୟନକର୍ତ୍ତା ଅଧ୍ୟକ୍ଷଙ୍କ ସମେତ 4 ଜଣ ସଦସ୍ୟଙ୍କୁ ବରଖାସ୍ତ କଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଏହା ସହିତ ଏହି ପଦବୀ ପାଇଁ ବିସିସିଆଇ ନୂଆ ନୋଟିଫିକେସନ ଜାରି କରିଛି । ଅଧିକ ପଢନ୍ତୁ
ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି୨୦ ବିଶ୍ବକପରେ ଭାରତ ସେମିଫାଇନାଲରେ ଇଂଲଣ୍ଡଠାରୁ ୧୦ ୱିକେଟରେ ପରାସ୍ତ ହୋଇ ସ୍ବଦେଶ ଫେରିଥିଲା । ତେବେ ସେମିଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତର ଦୁର୍ବଳ ପ୍ରଦର୍ଶନ କଣ ପାଇଁ ରହିଲା ? ଏନେଇ ମେନ୍ ଇନ୍ ବ୍ଲୁର ରଣନୀତିକୁ ନେଇ ଭାରତୀୟ କ୍ରିକେଟ ବୋର୍ଡ ଖୁସି ନଥିବା ଜଣାପଡିଛି । ତେବେ ବୋର୍ଡ ଚୟନ କମିଟିର ଅଧ୍ୟକ୍ଷ ଚେତନ ଶର୍ମାଙ୍କ ସହିତ ଚାରି ଜଣ ସଦସ୍ୟଙ୍କ ଉପରେ ଆକ୍ସନ ନେଇଛି ବିସିସିଆଇ । କାରଣ ଲଗାତାର ଦୁଇ ବର୍ଷ ହେବ ଟିମ୍ ଇଣ୍ଡିଆ ଟି20 ବିଶ୍ବକପରେ ବିଫଳ ରହିଛି । ଦୁଇଟି ବଡ ବଡ ଟୁର୍ଣ୍ଣାମେଣ୍ଟରେ ଭାରତ ଲଗାତାର ଅସଫଳ ରହିବା ନେଇ ସିଲେକ୍ସନ କମିଟି ଉପରେ ଆଙ୍ଗୁଠି ଉଠିଛି । ଏନେଇ ଚେତନ ଶର୍ମା ଓ ତାଙ୍କର ଟିମକୁ ବରଖାସ୍ତ କରିଛି ବିସିସିଆଇ । ଏହା ସହିତ ଖାଲି ପଡିଥିବା ଏହି ପଦବୀ ପାଇଁ ବିସିସିଆଇ ବିଜ୍ଞପ୍ତି ପ୍ରକାଶ କରିଛି ।
2022 ଟି-20 ବିଶ୍ବକପରେ ଭାରତ ନକ୍ ଆଉଟରୁ ବିଦା ହୋଇ ବିଶ୍ବକପ ଅଭିଯାନ ଶେଷ କରିଥିଲା । ଏହା ସହିତ 2021 ଟି20 ବିଶ୍ବକପରେ ମଧ୍ୟ ଟିମ୍ ଇଣ୍ଡିଆ ନକ୍ ଆଉଟରେ ପ୍ରବେଶ କରିବାରେ ବିଫଳ ରହି ଗ୍ରୁପ ପର୍ଯ୍ୟାୟରୁ ହିଁ ଦଳ ବିଦା ହୋଇଥିଲା । ସେହିପରି 2021ରେ ଟେଷ୍ଟ ଚମ୍ପିଆନସିପରେ ଫାଇନାଲରେ ନ୍ୟୁଜିଲାଣ୍ଡରେ ପରାସ୍ତ ହୋଇ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।