ଓଡିଶା

odisha

ETV Bharat / sports

ଟି-୨୦ ବିଶ୍ବକପ: ଧୋନିଙ୍କ ବିରୋଧରେ ଆସିଲା ଅଭିଯୋଗ - ଚେନ୍ନାଇ ସୁପର କିଙ୍ଗ୍ସ

ଭାରତୀୟ ଟି-୨୦ ବିଶ୍ବକପ ସ୍କ୍ବାଡର ମେଣ୍ଟର ଭାବେ BCCI ଘୋଷଣା କରିବା ପରେ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନ(MPCA)ର ପୂର୍ବତନ ସଦସ୍ୟ ସଞ୍ଜୀବ ଗୁପ୍ତା ଧୋନିଙ୍କ ବିରୋଧରେ ଆଥିଲେ ଦୈତ ସ୍ବାର୍ଥ (Conflict Of interest) ଅଭିଯୋଗ । ଅଧିକ ପଢନ୍ତୁ...

BCCI receives conflict of interest complaint against Dhoni after naming him mentor for T20 WC squad
ଟି-୨୦ ବିଶ୍ବକପ: ଧୋନିଙ୍କ ବିରୋଧରେ ଆସିଲା ଅଭିଯୋଗ

By

Published : Sep 9, 2021, 8:11 PM IST

ନୂଆଦିଲ୍ଲୀ:ଆଗାମୀ ଟି-୨୦ ବିଶ୍ବକପ ପାଇଁ BCCI ମହେନ୍ଦ୍ର ସିଂହ ଧୋନିଙ୍କୁ ଦଳର ମେଣ୍ଟର ନିଯୁକ୍ତ କରିଛି । ତେବେ ସ୍କ୍ବାଡ ଘୋଷଣା ହେବାର ୨୪ ଘଣ୍ଟା ନପୁରୁଣୁ ଧୋନିଙ୍କ ନିଯୁକ୍ତିକୁ ନେଇ ବିବାଦ ଦେଖାଦେଇଛି । ଧୋନିଙ୍କ ବିରୋଧରେ ଦୈତ ସ୍ବାର୍ଥ (Conflict Of interest) ବା ଦୈତ ଭୂମିକା ଅଭିଯୋଗ ଆସିଛି ।

ଲୋଧା କମିଟି ନିୟମ ଅନୁଯାୟୀ, ଜଣେ ବ୍ୟକ୍ତି ଏକ ସସମୟରେ ଦୁଇଟି ପଦବୀରେ ରହିପାରିବେ ନାହିଁ । ଯଦି ଏପରି ହୁଏ, ତେବେ ତାଙ୍କ ବିରୋଧରେ ଅଭିଯୋଗ ଅଣାଯାଇପାରିବ । ଅଭିଯୋଗ ଅନୁସାରେ ଧୋନି ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସ ଟିମର କ୍ୟାପଟେନ ରହିଛନ୍ତି । ଫଳରେ ତାଙ୍କୁ ମେଣ୍ଟର ନିଯୁକ୍ତ କରାଯିବା ନିୟମର ଉଂଲଘନ । ଏହି ଅଭିଯୋଗ ଆଣିଛନ୍ତି, ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନ(MPCA)ର ପୂର୍ବତନ ସଦସ୍ୟ ସଞ୍ଜୀବ ଗୁପ୍ତା ।

ତେବେ ଏହି ଅଭିଯୋଗ ନେଇ ଜଣେ BCCI ଅଧିକାରୀ କହିଛନ୍ତି, "ଅଭିଯୋଗ ସଂପୂର୍ଣ୍ଣ ଅମୂଳକ, ଯୁକ୍ତିସଂଗତ ନୁହେଁ । ଟିମ ଚୟନ କରାଯାଇସାରିଥିଲା । ଧୋନି କେବଳ ଖେଳାଳିଙ୍କ ପାଇଁ ମାର୍ଗଦର୍ଶକ ସାଜିବେ । ଟି୨୦ ବିଶ୍ବକପ ଆଇପିଏଲ ପରେ ଅନୁଷ୍ଠିତ ହେବ, ଏପରିକି ଧୋନି ଆଗାମୀ ସଂସ୍କରଣ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳିବା କି ନା ମଧ୍ୟ ସ୍ପଷ୍ଟ ନୁହେଁ ।

ମେଣ୍ଟରଙ୍କ ଭୂମିକା ଟିମ ଚୟନରେ କିଛି ରହିନାହିଁ । ଟିମ ଚୟନ ହୋଇସାରିଥିଲା, ଟିମ ବିଷୟରେ ମେଣ୍ଟରଙ୍କର କିଛି କହିବାର ନଥିଲା । ସ୍କ୍ବାଡରେ ଖେଳାଳିଙ୍କୁ କେବଳ ଗାଇଡ୍‌ କରିବାକୁ ଧୋନିଙ୍କୁ ନିଯୁକ୍ତ କରାଯାଇଛି । ସେ ଜଣେ ବରିଷ୍ଠ ଖେଳାଳି ଯିଏକି ପଡିଆରେ ଖେଳିବେ ନାହିଁ । ଯେଉଁ ଆଧାରରେ ଅଭିଯୋଗ କରାଯାଇଛି, ସେପରି ଦେଖିଲେ କ୍ୟାପଟେନ ବିରାଟ କୋହଲି ମଧ୍ୟ IPL ଖେଳୁଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details