ଓଡିଶା

odisha

ETV Bharat / sports

ଭାରତୀୟ ଆଥଲେଟ୍‌ଙ୍କ ଅଲମ୍ପିକ ପ୍ରସ୍ତୁତି, BCCI ଦେବ 10 କୋଟି - BCCI provides fuel

ଆଗାମୀ ଅଲମ୍ପିକ୍ସ କ୍ରୀଡାରେ ଦେଶକୁ ପ୍ରତିନିଧିତ୍ବ କରିବାକୁ ଯାଉଥିବା ଖେଳାଳିଙ୍କ ପ୍ରସ୍ତୁତି ପାଇଁ 2.5 କୋଟି ଟଙ୍କା ଦେବ ବିସିସିଆଇ । ଅଧିକ ପଢନ୍ତୁ...

BCCI provides fuel in Indian Olympic flame, to contribute Rs 10 crore
ଭାରତୀୟ ଆଥଲେଟ୍‌ଙ୍କ ଅଲମ୍ପିକ ପ୍ରସ୍ତୁତି, BCCI ଦେବ 10 କୋଟି

By

Published : Jun 20, 2021, 9:28 PM IST

ନୂଆଦିଲ୍ଲୀ:ଭାରତର ମିଶନ ଅଲମ୍ପିକ୍ସରେ ସାମିଲ ହୋଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) । ଆଗାମୀ ଅଲମ୍ପିକ୍ସ କ୍ରୀଡାରେ ଦେଶକୁ ପ୍ରତିନିଧିତ୍ବ କରିବାକୁ ଯାଉଥିବା ଖେଳାଳିଙ୍କ ପ୍ରସ୍ତୁତି ପାଇଁ 2.5 କୋଟି ଟଙ୍କା ଦେବ ବିସିସିଆଇ । ଏଥିସହ 7.5 କୋଟି ଟଙ୍କା ମାର୍କେଟିଂ ଓ ଟୋକିଓ ଅଲମ୍ପିକ୍ସର ପ୍ରମୋସନ ପାଇଁ ଖର୍ଚ୍ଚ କରିବ ବୋର୍ଡ । ଏନେଇ ରବିବାର ଅନୁଷ୍ଠିତ ହୋଇଥିବା ବିସିସିଆଇର ଆପେକ୍ସ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ବିଶ୍ବର ବିତ୍ତଶାଳୀ କ୍ରିକେଟ ବୋର୍ଡ ଭାବେ ପରିଚିତ ବିସିସିଆଇ ଭାରତୀୟ ଆଥଲେଟଙ୍କ ଅଲମ୍ପିକ ପ୍ରସ୍ତୁତି ପାଇଁ ସହାୟତା ରାଶି ପ୍ରଦାନ କରିବ । ବିସିସିଆଇ ଆପେକ୍ସ କାଉନସିଲ ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛି ।

ମିଶନ ଅଲମ୍ପିକ ସେଲ(MOC) ଶୁକ୍ରବାର ଜାଭେଲିନ ଥ୍ରୋଓର ନୀରଜ ଚୋପ୍ରା ଓ କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କ ୟୁରୋପରେ ଜୁଲାଇ 25 ପର୍ଯ୍ୟନ୍ତ ଟ୍ରେନିଂ ପ୍ରସ୍ତାବକୁ ଗ୍ରହଣ କରିବା ସହ ସଂପୂର୍ଣ୍ଣ ସହଯୋଗର ହାତ ବଢାଇଛି ।

ନୀରଜ ସହିତ ତାଙ୍କ କୋଚ, ଫିଜିଓଥେରାପିଷ୍ଟ ଉପସାଲ, ସ୍ବିଡେନରେ ଜୁନ 21ରୁ ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି । ଫଳରେ ଏଥିପାଇଁ 34.87 ଲକ୍ଷ ଟଙ୍କା ଅନୁମୋଦନ ହୋଇଛି ।

ସେହିପରି 65 କିଲୋଗ୍ରାମ ବର୍ଗରେ ବଜରଙ୍ଗ ପୁନିଆଙ୍କ ଋଷିଆରେ ଟ୍ରେନିଂ ପ୍ରସ୍ତାବକୁ ମଧ୍ୟ ପୂର୍ବରୁ ଗ୍ରୀନ ସିଗନାଲ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details