ମୁମ୍ବାଇ:ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ବଡ ଘୋଷଣା । ନିଲାମ ପ୍ରକ୍ରିୟା ଜରିଆରେ ୨୦୨୩-୨୦୨୭ ସିଜିନ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର(IPL)ର ପ୍ରସାରଣ ଅଧିକାର ହାସଲ କରିବାକୁ ବିଡ୍ସ(bids for media rights ) ଆମନ୍ତ୍ରଣ କରିଛି BCCI । ବୋର୍ଡ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ନିଲାମୀ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ପ୍ରଥମେ 'Invitation to Tender'(ITT) 25 ଲକ୍ଷ ଟଙ୍କାରେ କିଣିବାକୁ ହେବ ।
IPL 2023-2027: ମିଡିଆ ଅଧିକାର ପାଇଁ BCCI ବିଡ୍ ଆମନ୍ତ୍ରଣ - ବିସିିସିଆଇ ମିଡିଆ ରାଇଟ ଟେଣ୍ଡର
ନିଲାମ ପ୍ରକ୍ରିୟା ଜରିଆରେ ୨୦୨୩-୨୦୨୭ ସିଜିନ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର(IPL)ର ପ୍ରସାରଣ ଅଧିକାର ହାସଲ କରିବାକୁ ବିଡ୍ସ ଆମନ୍ତ୍ରଣ କରିଛି BCCI । ଅଧିକ ପଢନ୍ତୁ
ଆଇପିଏଲ୍ ସିଜିନ 2023-2027 ର ମିଡିଆ ଅଧିକାର ପାଇଁ ବିସିସିଆଇ ବିଡ୍ ଆମନ୍ତ୍ରଣ
ଏହି ଅର୍ଥ ଫେରସ୍ତ ହେବନାହିଁ (Non-refundable)। ଇ-ଅକ୍ସନ ମାଧ୍ୟମରେ ଆଇପିଏଲ ମ୍ୟାଚ୍ ପ୍ରସାରଣ ଅଧିକାର(Media Rights) ସ୍ଥିର ହେବ । ୨୦୨୨ ଜୁନ ୧୨ରୁ ଇ-ଅକ୍ସନ ଆରମ୍ଭ ହେବ । BCCI ସମ୍ପାଦକ ଜୟ ଶାହା ଏନେଇ ଟ୍ବିଟ୍ କରିବା ସହ ଆଇପିଏଲ ଇତିହାସରେ ପ୍ରଥମ ଥର ପ୍ରସାରଣ ଅଧିକାର ପାଇଁ ଇ-ଅକ୍ସନ ହେବ ବୋଲି କହିଛନ୍ତି । ଦୁଇଟି ନୂଆ ଟିମ, ଅଧିକ ମ୍ୟାଚ୍, ଅଧିକ ପ୍ରସାରଣ ସହିତ ଆଇପିଏଲର ମୂଲ୍ୟବୃଦ୍ଧି ହେବ । ଏହା ଭାରତୀୟ କ୍ରିକେଟର ଉନ୍ନିତ ପାଇଁ ବିଶେଷ ସହାୟକ ହେବ ବୋଲି କହିଛନ୍ତି ଶାହା ।
ANI