ଓଡିଶା

odisha

ETV Bharat / sports

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଣ୍ଡର ୧୯ ମହିଳା ଟିମକୁ ସମ୍ବର୍ଦ୍ଧନା , BCCI ଦେଲା ୫ କୋଟିର ଚେକ୍ - ଅଣ୍ଡର ୧୯ ଟି୨୦ ମହିଳା କ୍ରିକେଟ

ଅଣ୍ଡର ୧୯ ଟି୨୦ ବିଶ୍ବକପ ବିଜେତା ଭାରତୀୟ ଦଳକୁ ସମ୍ମାନିତ କରାଯାଇଛି । ସମ୍ବର୍ଦ୍ଧନା ଉତ୍ସବରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଉପସ୍ଥିତ ରହି ଖେଳାଳିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

ଅଣ୍ଡର ୧୯ ମହିଳା ଟିମକୁ ସମ୍ବର୍ଦ୍ଧନା
ଅଣ୍ଡର ୧୯ ମହିଳା ଟିମକୁ ସମ୍ବର୍ଦ୍ଧନା

By

Published : Feb 1, 2023, 10:52 PM IST

ଅହମ୍ମଦାବାଦ : ଅଣ୍ଡର ୧୯ ଟି୨୦ ବିଶ୍ବକପ ବିଜେତା ଭାରତୀୟ ଦଳକୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସମ୍ମାନିତ କରାଯାଇଛି । ଏହି ସମାରୋହରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଣ୍ଡର ୧୯ ଟିମ ଇଣ୍ଡିଆ ଏବଂ ସପୋର୍ଟ ଷ୍ଟାଫଙ୍କୁ ଟି୨୦ ବିଶ୍ବ ବିଜୟୀ ପାଇଁ ୫ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଉପସ୍ଥିତ ରହି ଖେଳାଳିଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ସେମାନେ ଦେଶର ଗୌରବ ବୋଲି କହିଥିଲେ ।

ଏହି ଅବସରରେ ଯୋଗ ଦେଇ ସଚିନ ତେନ୍ଦୁଲକର କହିଥିଲେ, "ଏହା ବହୁତ ଭଲ ସୁଯୋଗ । ଏବର୍ଷ ମହିଳା ପ୍ରିମିୟର ଲିଗ ଆରମ୍ଭ ହେଉଛି । ଏହା ପୂର୍ବରୁ ଆମର ଯୁବ ମହିଳା ଅଣ୍ଡର ୧୯ ଟି୨୦ ବିଶ୍ବକପ ନିଜ ନାମରେ କରିଛନ୍ତି । ସମଗ୍ର ଦେଶ ଆପଣମାନଙ୍କର ଏହି ଐତିହାସିକ ବିଜୟକୁ ନେଇ ବେଶ୍ ଗର୍ବିତ । ଏହି ଅଣ୍ଡର ୧୯ ଟି୨୦ ବିଶ୍ବକପ ଜିତି ଆପଣମାନେ ଟିମ ଇଣ୍ଡିଆର ଯୁବ ଖେଳାଳିଙ୍କୁ ସ୍ବପ୍ନ ଦେଖିବାର ଅଧିକାର ଦେଇଛନ୍ତି ଯେ ସେମାନେ ବି ଦେଶ ପାଇଁ ପ୍ରତିନିଧିତ୍ବ କରିପାରିବେ ।"

ଏହା ତେନ୍ଦୁଲକର ମହିଳା ପ୍ରିମିୟର ଲିଗ ବାବଦରେ କହିଥିଲେ, "ମହିଳା ପ୍ରିମିୟର ଲିଗର ଆରମ୍ଭ ଭାରତୀୟ କ୍ରୀଡା ଜଗତରେ ଏକ ଐତିହାସିକ ମୋଡ ନେବାକୁ ଯାଉଛି ।" ସେ ଲିଙ୍ଗଗତ ସମାନତାକୁ ନେଇ କହିଥିଲେ ଯେ ସେ ମହିଳା ଏବଂ ପୁରୁଷ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖନ୍ତି ନାହିଁ । "ମୁଁ ପୁରୁଷ ଏବଂ ମହିଳା ସମାନତା ଉପରେ ବିଶ୍ବାସ ରଖେ ।" ଏହା ସହିତ ସେ ଏହି ଅବସରରେ ଶାନ୍ତା ରଙ୍ଗାସ୍ବାମୀ, ଡାୟନ ଇଡଜୁଲୀ, ଅଞ୍ଜୁମ ଚୋପ୍ରା, ମିତାଲି ରାଜ ଏବଂ ଝୁଲଣ ଗୋସ୍ବାମୀଙ୍କ ଭଳି କିମ୍ବଦନ୍ତୀ ମହିଳା କ୍ରିକେଟରଙ୍କୁ ମନେପକାଇଥିଲେ ।

ଆଜି (ବୁଧବାର) ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ବନାମ ନ୍ୟଜିଲାଣ୍ଡ ମଧ୍ୟରେ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ତୃତୀୟ ଟି୨୦ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚ ପୂର୍ବରୁ ଅଣ୍ଡର ୧୯ ଭାରତୀୟ ମହିଳା ଟିମକୁ ଏଠାରେ ସମ୍ମାନିତ କରାଯାଇଥିଲା । ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ 19 ବର୍ଷରୁ କମ ମହିଳା ଟି-20 ବିଶ୍ବକପର ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିଅନ ହୋଇଛି । ଫାଇନାଲ ମ୍ୟାଚରେ ଭାରତ 37ଟି ବଲ୍‌ ବାକିଥାଇ 7 ୱିକେଟରେ ଇଂଲଣ୍ଡକୁ ଅତି ସହଜରେ ପରାସ୍ତ କରି ପ୍ରଥମ ଥର ଟାଇଟଲ ହାସଲ କରିଛି ଭାରତ । ICC ପ୍ରଥମଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା ।

ABOUT THE AUTHOR

...view details