ନୂଆଦିଲ୍ଲୀ: ବିସିସିଆଇ ନୈତିକତା ଅଧିକାରୀ ଡିକେ ଜେନଙ୍କ ବଡ ବୟାନ । ତାମିଲନାଡୁ କ୍ରିକେଟ ଆସୋସିଏସନ(TNCA)ର ସଭାପତି ରୂପା ଗୁରୁନାଥଙ୍କୁ ଦ୍ବେତସ୍ବାର୍ଥ ମାମଲାରେ ଦୋଷୀ ପାଇଛନ୍ତି ବିସିସିଆଇ ନୈତିକତା ଅଧିକାରୀ ।
TNCAର ସଭାପତିଙ୍କ ବ୍ୟତୀତ, ଗୁରୁନାଥ ଇଣ୍ଡିଆ ସିମେଣ୍ଟ ଲିମିଟେଡର ନିର୍ଦ୍ଦେଶକ ପଦରେ ମଧ୍ୟ ରହିଛନ୍ତି । ଏହି କମ୍ପାନୀ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସକୁ ଚଳାଉଛି ।