କଟକ: ବାରବାଟୀକୁ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ । ଆସନ୍ତା ଫେବୃଆରୀ 15ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ୍ ଖେଳାଯିବା ନେଇ ସୂଚୀ ରହିଛି । ଏଥିପାଇଁ ବାରବାଟୀ ଷ୍ଟାଡିୟମ ପରିଭ୍ରମଣ କରିଛି BCCI ବ୍ରଡ୍କାଷ୍ଟିଂ ଟିମ । ମାତ୍ର ମ୍ୟାଚ୍ ସମୟରେ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତି ଉପରେ ଏବେବି ଜାରି ରହିଛି ସସପେନ୍ସ ।
ବାରବାଟୀରେ BCCI ଟିମ, ଫେବୃଆରୀରେ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ୍ ଏହାମଧ୍ୟ ପଢନ୍ତୁ: ଜୋହାନ୍ସବର୍ଗରେ ଜିତିଲା ଦକ୍ଷିଣ ଆଫ୍ରିକା, ଭାଙ୍ଗିଲା ଭାରତର ଅପରାଜେୟ ରେକର୍ଡ
ବର୍ତ୍ତମାନର COVID ସ୍ଥିତି ଅନୁସାରେ ଦର୍ଶକଙ୍କୁ ଅନୁମତି ମିଳିବ କି ନାହି ରାଜ୍ୟ ସରକାର ନେବେ ନିଷ୍ପତ୍ତି । ତେବେ ସବୁ ଦିଗରୁ ଓଡିଶା କ୍ରିକେଟ ଆସୋସିଏସନ(OCA) ମ୍ୟାଚ୍ ପରିଚାଳନା ପାଇଁ ପ୍ରସ୍ତୁତ ରହିଛି ।
ତେବେ ଆଗାମୀ କିଛି ଦିନ ମଧ୍ୟରେ ସରକାରଙ୍କ ସହ ରାଜ୍ୟ ବୋର୍ଡ ଅଧିକାରୀଙ୍କ ବୈଠକ ହେବ । ଏହି ବୈଠକରେ ଦର୍ଶକ ଅନୁମତି ସସପେନ୍ସ ଉପରୁ ପରଦା ଉଠିବାର ସମ୍ଭାବନା ରହିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ