ଓଡିଶା

odisha

ETV Bharat / sports

ବିଶ୍ବକପ ବିଜୟୀ ୧୯ ବର୍ଷରୁ କମ ଭାରତୀୟ ଟିମ ଖେଳାଳିଙ୍କୁ BCCIର ପୁରସ୍କାର ଘୋଷଣା - ୟଶ ଧୂଲ ଚମ୍ପିଆନ କ୍ୟାପେଟନ

19 ବର୍ଷରୁ କମ କ୍ରିକେଟ ବିଶ୍ବକପ ବିଜୟୀ ଭାରତୀୟ ଟିମ ପାଇଁ ଭାରତୀୟ କ୍ରିକେଟ ବୋର୍ଡ(BCCI)ର ପୁରସ୍କାର ରାଶି ଘୋଷଣା । ବିଶ୍ବ ବିଜୟୀ ଭାରତୀୟ ୧୯ ବର୍ଷରୁ କମ ଟିମର ପ୍ରତ୍ୟେକ ସଦସ୍ୟଙ୍କୁ ୪୦ଲକ୍ଷ ଲେଖାଏଁ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ୨୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛି ବୋର୍ଡ । ଅଧିକ ପଢନ୍ତୁ

BCCI Announces Rs 40 Lakh For U-19 Team Members, Rs 25 Lakh Each For Support Staff
ବିଶ୍ବକପ ବିଜୟୀ ୧୯ ବର୍ଷରୁ କମ ଭାରତୀୟ ଟିମ ଖେଳାଳିଙ୍କୁ BCCIର ପୁରସ୍କାର ଘୋଷଣା

By

Published : Feb 6, 2022, 9:28 PM IST

ନୂଆଦିଲ୍ଲୀ: 19 ବର୍ଷରୁ କମ କ୍ରିକେଟ ବିଶ୍ବକପ ବିଜୟୀ ଭାରତୀୟ ଟିମ ପାଇଁ(U-19 Team Members) ଭାରତୀୟ କ୍ରିକେଟ ବୋର୍ଡ(BCCI)ର ପୁରସ୍କାର ରାଶି ଘୋଷଣା । ବିଶ୍ବ ବିଜୟୀ ଭାରତୀୟ ୧୯ ବର୍ଷରୁ କମ ଟିମର ପ୍ରତ୍ୟେକ ସଦସ୍ୟଙ୍କୁ ୪୦ଲକ୍ଷ ଲେଖାଏଁ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ୨୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛି ବୋର୍ଡ । ଶନିବାର ଇଂଲଣ୍ଡକୁ ଫାଇନାଲ ମୁକାବିଲାରେ ହରାଇ ରେକର୍ଡ ପଞ୍ଚମ ଥର ପାଇଁ ଟାଇଟେଲ ହାତେଇଥିଲା ୟଶ ଧୂଲଙ୍କ ନେତୃତାଧୀନ ଭାରତୀୟ ଟିମ ।

ଏହାମଧ୍ୟ ପଢନ୍ତୁ: ଯେବେ ଟିମ ଇଣ୍ଡିଆର ବିଜୟ ପାଇଁ ନିର୍ଜଳା ବ୍ରତ ରଖିଥିଲେ ଲତା ମଙ୍ଗେସକର

ଏକ ବିବୃତିରେ BCCI ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, "ସମସ୍ତ ବିଭାଗରେ ଭାରତୀୟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି ଓ ଟୁର୍ନାମେଣ୍ଟର ଅପରାଜେୟ ଟିମ ଭାବେ ପଞ୍ଚମ ବିଶ୍ବକପ ଟ୍ରଫି ଜିତିବାର ହକଦାର ହୋଇଛି । ଟିମର ଏକାଧିକ ଖେଳାଳି COVID-୧୦ ସଂକ୍ରମିଟ ସତ୍ତ୍ବେ, ସକରାତ୍ମକ ମନୋବଳ ସହ ପ୍ରତ୍ୟାବର୍ତ୍ତନ କରିଥିଲା ଟିମ । ଅସୀମ ଧୈର୍ଯ୍ୟ ଓ ବିଜୟ ପ୍ରତି ବଳିଷ୍ଠ ପ୍ରତିବଦ୍ଧତା ସହ ଅବିଶ୍ବସନୀୟ ପ୍ରଦର୍ଶନ କରିଛି ଟିମ ।"

ଟିମର ଏହି ଚମତ୍କାର ପ୍ରଦର୍ଶନ ପାଇଁ ମୁଖ୍ୟ କୋଚ୍‌ ହୃଷିକେଶ କାନିତକର, ଅନ୍ୟ କୋଚିଂ ଗ୍ରୁପ ସଦସ୍ୟ, ସପୋର୍ଟ ଷ୍ଟାଫ୍‌ ଓ ଜାତୀୟ କ୍ରିକେଟ ଏକାଡେମୀ(NCA) ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କ ମାର୍ଗଦର୍ଶନରେ ଏହି ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।

କ୍ୟାପଟେନ ୟଶ ଧୂଲଙ୍କ ସମେତ ୬ଜଣ ଖେଳାଳି COVID-19 ସଂକ୍ରମିତ ଚିହ୍ନଟ ହୋଇ ଟିମରୁ ବାଦ୍‌ ପଡିଥିଲେ । ଫଳରେ ଟୁର୍ନାମେଣ୍ଟର ଗ୍ରୁପ ପର୍ଯ୍ୟାୟର କିଛି ଗୁରୁତ୍ବପୂର୍ଣ୍ଣ ମୁକାବିଲା ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ଖେଳିବାକୁ ବାଧ୍ୟ ହୋଇଥିଲା ଭାରତୀୟ ଟିମ । ଏହାସତ୍ତ୍ବେ ଟିମ ଟ୍ରଫି ହାତେଇବାକୁ ସଫଳ ହୋଇଛି ।

ABOUT THE AUTHOR

...view details