ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ପରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବାକୁ ଯାଉଛି । ୱେଷ୍ଟ ଇଣ୍ଡିଜ କ୍ରିକେଟ ବୋର୍ଡ ଆଗାମୀ ଭାରତ ବିପକ୍ଷ ଘରୋଇ ସିରିଜର କ୍ରୀଡାସୂଚୀ ଘୋଷଣା କରିଛି । ଜୁଲାଇ 12ରୁ ଅଗଷ୍ଟ 13 ତାରିଖ ଯାଏ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ 2ଟି ଟେଷ୍ଟ, 3ଟି ଦିନିକିଆ ଓ 5ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିବ । ଭାରତ ୱେଷ୍ଟଇଣ୍ଡିଜ ଗସ୍ତ ନେଇ ବିସିସିଆଇ କ୍ରୀଡାସୂଚୀ ଘୋଷଣା କରିଛି ।
ଏହା ବି ପଢନ୍ତୁ...WTC Final: ଭାରତୀୟ ବ୍ୟାଟରଙ୍କ ସଟ୍ ସିଲେକ୍ସନ୍ ନେଇ ପ୍ରଶ୍ନ କଲେ ଗାଭାସ୍କର
ଟେଷ୍ଟ ସିରିଜରୁ ଭାରତ ୱେଷ୍ଟଇଣ୍ଡିଜ ଗସ୍ତ କାର୍ଯ୍ଯକ୍ରମ ଆରମ୍ଭ କରିବ । ପ୍ରଥମେ 2ଟି ଟେଷ୍ଟ, ପରେ 3ଟି ଦିନିକିଆ ଓ ଶେଷରେ 5ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିବ ଭାରତ । ଜୁଲାଇ 12ରୁ 16 ଯାଏ ଡୋମିନିକାରେ ପ୍ରଥମ ଟେଷ୍ଟ ଓ ଜୁଲାଇ 20ରୁ 27 ଯାଏ ତ୍ରିନିଦାଦରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ସେହିପରି ଜୁଲାଇ 27ରୁ ଅଗଷ୍ଟ 1 ତାରିଖ ଯାଏ ଦିନିକିଆ ଓ ଅଗଷ୍ଟ 1ରୁ ଅଗଷ୍ଟ 13 ଯାଏଁ 5ଟି ଟି-ଟେଣ୍ଟି ମ୍ୟାଚ ଖେଳିବ ଭାରତ ।
ଏହା ବି ପଢନ୍ତୁ...WTC Defeat: 'ଅଶ୍ବିନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦେବାକୁ ମୁଁ ବୁଝି ପାରୁନାହିଁ'
ଏହି ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଅଧିନାୟକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଟେଷ୍ଟ ଓ ଦିନିକିଆରେ ରୋହିତ ଶର୍ମା ଅଧିନାୟକ ରହିବେ । ଟି-ଟ୍ବେଣ୍ଟିରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଦାୟିତ୍ବ ତୁଲାଇପାରନ୍ତି । ବିଶ୍ବ ଟେଷ୍ଟ୍ ଚମ୍ପିଆନସିପ ୱେଷ୍ଟଇଣ୍ଡିଜ ବିପକ୍ଷ ଏହି ସିରିଜ ପାଇଁ ଭାରତ ପାଖରେ ଯଥେଷ୍ଟ ସମୟ ରହିଛି । ଏକ ସନ୍ତୁଳିତ ଟିମ୍ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରସ୍ତୁତ କରିବାକୁ ଆଶା କରାଯାଉଛି । ତେବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳ ଘୋଷଣା ହୋଇନାହିଁ । ଟି-ଟ୍ବେଣ୍ଟି ସିରିଜ ପାଇଁ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି । ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ରିଙ୍କୁ ସିଂହ, ଯଶସ୍ବୀ ଜୈସୱାଲ ଓ ଋତୁରାଜ ଗାଏକୱାଡ୍ଙ୍କୁ ସ୍ଥାନ ମିଳିପାରେ ।
କ୍ରୀଡାସୂଚୀ:
ଜୁଲାଇ 12ରୁ 15 ପ୍ରଥମ ଟେଷ୍ଟ
ଜୁଲାଇ 20ରୁ 24 ଦ୍ବିତୀୟ ଟେଷ୍ଟ