ଓଡିଶା

odisha

Indian Women tour of Bangladesh: ଭାରତୀୟ ମହିଳା ଟିମ ଘୋଷଣା କଲା BCCI

ଆଗାମୀ ବାଂଲାଦେଶ ଗସ୍ତ ପାଇଁ ମହିଳା କ୍ରିକେଟ ଦଳ ଘୋଷଣା କରିଛି ବିସିସିଆଇ । ଦିନିକିଆ ଓ ଟି-ଟ୍ବେଣ୍ଟି ପାଇଁ ଭାରତୀୟ ମହିଳା ସ୍କ୍ବାଡ ଘୋଷଣା ହୋଇଛି । ଅଧିକ ପଢନ୍ତୁ

By

Published : Jul 3, 2023, 7:26 AM IST

Published : Jul 3, 2023, 7:26 AM IST

Indian Women team for bangladesh
ବାଂଲାଦେଶ ଗସ୍ତ ପାଇଁ ମହିଳା କ୍ରିକେଟ ଦଳ

ନୂଆଦିଲ୍ଲୀ: ଆଗକୁ ବାଂଲାଦେଶ ବିପକ୍ଷରେ ଦିନିକିଆ ଓ ଟି-ଟ୍ବେଣ୍ଟି ମ୍ୟାଚ ଖେଳିବ ଭାରତୀୟ ମହିଳା କ୍ରିକେଟ ଦଳ । ବିସିସିଆଇ ବାଂଲାଦେଶ ଗସ୍ତ ନେଇ ଭାରତୀୟ ମହିଳା କ୍ରିକେଟ ଦଳ ଘୋଷଣା କରିଛି । ଉଭୟ ଦିନିକିଆ ଓ ଟି-ଟ୍ବେଣ୍ଟିରେ ଅଧିନାୟକତ୍ବ ନେବେ ହର୍ମନପ୍ରୀତ କୌର । ବାଂଲାଦେଶ ବିପକ୍ଷ ସ୍କ୍ବାଡରୁ ଶିଖା ପାଣ୍ଡେ, ରାଜେଶ୍ବରୀ ଗାଏକ୍ବାଡ, ରିଚା ଘୋଷ ଓ ରେଣୁକା ସିଂହ ପ୍ରମୁଖ ଖେଳାଳି ବାଦ ପଡିଛନ୍ତି ।

ରିଚା ଘୋଷ ଆହତ ଅଛନ୍ତି ତେଣୁ ସେ ସ୍କ୍ବାଡରେ ସ୍ଥାନ ପାଇନାହାନ୍ତି । ମାତ୍ର ରିଚା ଘୋଷ ବାଦ ପଡିବାର କାରଣ ଏ ଯାଏଁ ଜଣାପଡିନାହିଁ । ସେହିପରି ଅପସ୍ପିନର ଶ୍ରେୟଙ୍କା ପାଟିଲଙ୍କୁ ସୁଯୋଗ ମିଳିନାହିଁ । ଗତ ଏମର୍ଜିଂ ଏସିଆ କପରେ ସେ 9ଟି ୱିକେଟ ହାସଲ କରିଥିଲେ । ବାଂଲାଦେଶ ଗସ୍ତରେ ଭାରତୀୟ ମହିଳା ଦଳ 3ଟି ଦିନିକିଆ ଓ 3ଟି ଟି-ଟ୍ବେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତା ଜୁଲାଇ 9,11 ଓ 13 ତାରିଖରେ ଟି-ଟ୍ବେଣ୍ଟି ମ୍ୟାଚ ଖେଳିଯିବ । ଏହା ପରେ ଦୁଇ ଦିନର ବିରତି ପରେ ଜୁଲାଇ 16, 19 ଓ 22 ତାରିଖରେ 3ଟି ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ । ସମସ୍ତ 6ଟା ଯାକ ମ୍ୟାଚ ମୀରପୁରରେ ଖେଳାଯିବ । ଉଭୟ ଫର୍ମାଟ ମ୍ୟାଚରେ ହର୍ମନପ୍ରୀତ ନେତୃତ୍ବ ନେବେ ସେହିପରି ଉପଅଧିନାୟିକା ଭାର ସ୍ମୃତି ମାନ୍ଧନାଙ୍କ କାନ୍ଧରେ ରହିଛି । ଏନେଇ ବିସିସିଆଇ ଭାରତୀୟ ମହିଳା ଦଳ ଘୋଷଣା କିରିଛି । ନଜର ପକାନ୍ତୁ ବାଂଲାଦେଶ ପାଇଁ ଭାରତୀୟ ମହିଳା କ୍ରିକେଟ ଦଳ ଉପରେ ।

ଏହା ବି ପଢନ୍ତୁ...India vs Eng Women's T20I - ଇଂଲଣ୍ଡକୁ ୮ ୱିକେଟରେ ହରାଇଲା ଭାରତ

ଏହା ବି ପଢନ୍ତୁ...Ashes Series: ୪୩ ରନରେ ଜିତିଲା ଅଷ୍ଟ୍ରେଲିଆ, ଇଂଲଣ୍ଡର ଅଡ଼ୁଆ ବଢ଼ିଲା

ଭାରତୀୟ ମହିଳା ଦିନିକିଆ ଦଳ:ହର୍ମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧନା (ଉପଅଧିନାୟିକା), ଦୀପ୍ତି ଶର୍ମା, ସେଫାଳି ବର୍ମା, ଜେମିମା ରେଡ୍ରିଗ୍ସ, ୟସ୍ତିକା ଭାଟିଆ, ହର୍ଲିନ ଦେଓଲ, ଦେବିକା ବୈଦ୍ୟ, ଉମା ଛେତ୍ରୀ (ୱିକେଟ କିପର), ଅମନଜୋତ କୌର, ପ୍ରିୟା ପୁନିଆ, ପୂଜା ବସ୍ତ୍ରାକାର, ମେଘନା ସିଂହ, ଅଞ୍ଜଳି ସର୍ବାଣୀ, ମୋନିକା ପଟେଲ, ରାଶି କାନେଜିୟା, ଅନୁଷା ବାରେଡି, ସ୍ନେହ ରଣା ।

ଭାରତୀୟ ମହିଳା ଟି-ଟ୍ବେଣ୍ଟି ଦଳ: ହର୍ମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧନା (ଉପଅଧିନାୟିକା), ଦୀପ୍ତି ଶର୍ମା, ସେଫାଳି ବର୍ମା, ଜେମିମି ରେଡ୍ରିଗ୍ସ, ୟସ୍ତିକା ଭାଟିଆ, ହର୍ଲିନ ଦେଓଲ, ଦେବିକା ବୈଦ୍ୟ, ଉମା ଛେତ୍ରୀ, ଅମନଜୋତ କୌର, ଏସ ମେଘନା, ପୂଜା ବସ୍ତ୍ରାକାର, ମେଘନା ସିଂହ, ଅଞ୍ଜଳି ସର୍ବାଣୀ, ମୋନିକା ପଟେଲ, ରାଶି କାନେଜିୟା, ଅନୁଷା ବାରେଡି, ମିନ୍ନୁ ମଣି ।

ABOUT THE AUTHOR

...view details