ହାଇଦ୍ରାବାଦ: ଗତ ୨୦୨୨ରେ ଭାରତ ପାଇଁ ତିନୋଟି ଯାକ ଫର୍ମାଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କର ନାମ ଜାରି କଲା BCCI (Board of Control for Cricket in India) । ବ୍ୟାଟର ସୂର୍ଯ୍ୟକୁମାର ଯାଦବ (Surya Kumar Yadav) ଓ ଦ୍ରୁତ ବୋଲର ଭୁବନେଶ୍ବର କୁମାର (Bhuvneswar Kumar)ଙ୍କୁ ୨୦୨୨ରେ ଟି୨୦ ଫର୍ମାଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳି ଭାବେ ଚୟନ କରିଛି BCCI ।
ସୂର୍ଯ୍ୟକୁମାରଙ୍କ ୧ ହଜାର ରନ ପୂରଣ
ବର୍ଷ ୨୦୨୨ରେ ସୂର୍ଯ୍ୟକୁମାର ଯାଦବ ସମୁଦାୟ ୩୧ଟି ଟି୨୦ ମ୍ୟାଚ ଖେଳିଥିବା ବେଳେ ୧୧୬୪ ରନ ସଂଗ୍ରହ କରିଥିଲେ । ଇଂଲଣ୍ଡ ବିପକ୍ଷରେ ୧୧୭ ରନ ସୂର୍ଯ୍ୟକୁମାରଙ୍କର ସବୁଠାରୁ ବଡ଼ ସ୍କୋର୍ ରହିଥିଲା । ଏହା ସହିତ ସେ ୨୦୨୨ ବର୍ଷରେ ୨ଟି ଶତକ ଓ ୯ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଟି୨୦ ଫର୍ମାଟରେ ଗୋଟିଏ ବର୍ଷରେ ୧ ହଜାର ରନ ସଂଗ୍ରହ କରିବାରେ ସେ ଭାରତରେ ପ୍ରଥମ ଓ ବିଶ୍ବରେ ଦ୍ବିତୀୟ ବ୍ୟାଟର ହୋଇଛନ୍ତି ।
୩୭ ୱିକେଟ ନେଇଛନ୍ତି ଭୁବନେଶ୍ବର
ଦ୍ରୁତ ବୋଲର ଭୁବନେଶ୍ବର କୁମାର ବର୍ଷ ୨୦୨୨ରେ ୩୨ଟି ମ୍ୟାଚ ଖେଳିଥିବା ବେଳେ ସେଥିରୁ ସେ ୩୭ଟି ୱିକେଟ ସଂଗ୍ରହ କରିଛନ୍ତି । ଭାରତୀୟ ଦଳ ୨୦୨୩ ବର୍ଷର ଅଭିଯାନ ଆସନ୍ତା ଜାନୁଆରୀ ୩ ତାରିଖରୁ ଶ୍ରୀଲଙ୍କା ବିପକ୍ଷରେ କରିବ । ଏହି ସିରିଜ୍ରେ ୩ଟି ଲେଖାଏଁ ଟି୨୦ ଓ ଦିନିକିଆ ମ୍ୟାଚ ଖେଳାଯିବ ।