ହାଇଦ୍ରାବାଦ:ଇଣ୍ଡିଆନ ପ୍ରିମିୟର ଲିଗର ପଞ୍ଚଦଶ ସଂସ୍କରଣ(IPL 2022) ସଫଳତାର ସହ ଶେଷ ହୋଇଛି । କୋଭିଡ ସଂକ୍ରମଣ ଭୟ ଏଡାଇବାକୁ ଯାତ୍ରା ସୀମିତ କରିବାକୁ କେବଳ ମହାରାଷ୍ଟ୍ରର ୪ଟି ଭେନ୍ୟୁରେ ଲିଗ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ଖେଳାଯାଇଥିଲା । ପରେ ଇଡେନ ଗାର୍ଡେନ କୋଲକାତା ଓ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ପ୍ଲେ-ଅଫ୍ ମ୍ୟାଚ୍ ଖେଳାଯାଇଥିଲା । ତେବେ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଶେଷ ପରେ ପରଦା ପଛର ନାୟକ ପିଚ୍ ପ୍ରସ୍ତୁତକର୍ତ୍ତା (କ୍ୟୁରେଟର) ଓ ଗ୍ରାଉଣ୍ଡ୍ସମ୍ୟାନଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) । BCCI ସମ୍ପାଦକ ଜୟ ଶାହା ଟ୍ବିଟ୍ କରି ଏହି ଘୋଷଣା କରିଛନ୍ତି ।
ସଫଳତାର ସହ ଶେଷ ହେଲା IPL, ପରଦା ପଛର ନାୟକଙ୍କୁ ମାଲାମାଲ କଲା BCCI - ଆଇପିଏଲ ୨୦୨୨ ମ୍ୟାଚ୍ କ୍ୟୁରେଟର
ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଶେଷ ପରେ ପରଦା ପଛର ନାୟକ ପିଚ୍ ପ୍ରସ୍ତୁତକର୍ତ୍ତା (କ୍ୟୁରେଟର) ଓ ଗ୍ରାଉଣ୍ଡ୍ସମ୍ୟାନଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) । ଅଧିକ ପଢନ୍ତୁ

ଡିୱାଇ ପାଟିଲ୍ ଷ୍ଟାଡିୟମ, ୱାଙ୍ଖେଡେ ଷ୍ଟାଡିୟମ, ଏମସିଏ ପୁନେ ଓ ସିସିଆଇ ଷ୍ଟାଡିୟମର ପ୍ରତ୍ୟେକ କ୍ୟୁରେଟର ଓ ଗ୍ରାଉଣ୍ଡ୍ସମ୍ୟାନଙ୍କୁ ୨୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା ହୋଇଛି । ସେହିପରି ଇଡେନ ଗାର୍ଡେନ ଓ ନରେନ୍ଦ୍ର ମୋଦି ଷ୍ଟାଡିୟମର ପ୍ରତି କ୍ୟୁରେଟର ଓ ଗ୍ରାଉଣ୍ଡ୍ସମ୍ୟାନଙ୍କୁ ୧୨.୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି BCCI ସମ୍ପାଦକ ।
ଶାହା ଟ୍ବିଟ୍ରେ ଲେଖିଛନ୍ତି, "ଅତ୍ୟନ୍ତ ଖୁସିର ସହିତ ଏହା ଘୋଷଣା କରୁଛି ଯେ, TATA IPL 2022କୁ ସଫଳ କରିଥିବା ପ୍ରକୃତ ହିରୋ କ୍ୟୁରେଟର ଓ ଗ୍ରାଉଣ୍ଡ୍ସମ୍ୟାନଙ୍କ ପାଇଁ ୧.୨୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ସମସ୍ତେ କଠିନ ପରିଶ୍ରମ ଓ ନିଷ୍ଠାପର ସେବା ପାଇଁ ଧନ୍ୟବାଦ ପାତ୍ର । "