ଓଡିଶା

odisha

ETV Bharat / sports

ଜୁନିଅର କ୍ରିକେଟ ବିଶ୍ବକପ ପାଇଁ ଟିମ ଇଣ୍ଡିଆ ଘୋଷଣା - ଭାରତୀୟ ଦଳ ଘୋଷଣା

ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା 2022 ସଂସ୍କରଣର ବିଶ୍ବକପରେ ଚାରିଥରର ଚାମ୍ପିଅନ୍ ଭାରତୀୟ ଦଳର ନେତୃତ୍ବ ଭାର ଦିଲ୍ଲୀ ବ୍ୟାଟ୍ସମ୍ୟାନ୍ ୟଶ ଦୁଲଙ୍କୁ ମିଳିଛି । ଅଧିକ ପଢନ୍ତୁ

BCCI announced 17 member squad  for ICC U19 Cricket World Cup 2022
ଜୁନିଅର କ୍ରିକେଟ ବିଶ୍ବକପ ପାଇଁ ଟିମ ଇଣ୍ଡିଆ ଘୋଷଣା

By

Published : Dec 20, 2021, 7:01 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) 19 ବର୍ଷରୁ କମ ବିଶ୍ବକପ୍ (U19 Cricket World Cup) ପାଇଁ 17 ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା 2022 ସଂସ୍କରଣର ବିଶ୍ବକପରେ ଚାରିଥରର ଚାମ୍ପିଅନ୍ ଭାରତୀୟ ଦଳର ନେତୃତ୍ବ ଭାର ଦିଲ୍ଲୀ ବ୍ୟାଟ୍ସମ୍ୟାନ୍ ୟଶ ଦୁଲଙ୍କୁ ମିଳିଛି। ସେହିପରି ସେକ୍ ରଶୀଦଙ୍କୁ ଭାଇସ-କ୍ୟାପଟେନ୍ ଭାବେ ଚୟନ କରାଯାଇଛି ।

ବିଶ୍ବକପର 14ତମ ସଂସ୍କରଣ ଜାନୁଆରୀ 14ରୁ ଫେବୃଆରୀ 5 ତାରିଖ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜର ଚାରୋଟି ଭେନ୍ୟୁରେ ଖେଳାଯିବ । ୧୬ଟି ଦଳକୁ ନେଇ ଆୟୋଜିତ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ମୋଟ ୪୮ଟି ମ୍ୟାଚ୍ ଖେଳାଯିବା ନେଇ ସୂଚୀ ରହିଛି ।

ଭାରତ ଜୁନିୟର ବିଶ୍ବକପ ଟୁର୍ଣ୍ଣାମେଣ୍ଟର ସବୁଠୁ ସଫଳ ଟିମ୍ ଭାବେ ୪ଥର ଟ୍ରଫି ଜିତିଛି । ବର୍ଷ 2000, 2008, 2012 ଓ 2018ରେ ଚାମ୍ପିଅନ ଓ ବର୍ଷ 2016 ଓ 2020ରେ ରନର୍ସଅପ୍ ହୋଇଥିଲା ।

ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳକୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପର ଶୀର୍ଷ ଦୁଇଟି ଟିମ ସୁପର୍ ଲିଗରେ ପହଞ୍ଚିବେ। ଭାରତ ଗ୍ରୁପ୍-ବି'ରେ ସ୍ଥାନ ପାଇଛି। ଟୁର୍ଣ୍ଣାମେଣ୍ଟରେ ଭାରତ ତା'ର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୫ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ପରେ ଭାରତ ଜାନୁଆରୀ 19 ତାରିଖରେ ଆୟର୍ଲ୍ୟାଣ୍ଡ, ୨୨ ତାରିଖରେ ତୃତୀୟ ମ୍ୟାଚରେ ଉଗାଣ୍ଡା ବିପକ୍ଷରେ ଖେଳିବ। ଏହି ଦୁଇଟି ଯାକ ମ୍ୟାଚ୍ ଯଥାକ୍ରମେ ବ୍ରାଏନ୍ ଲାରା କ୍ରିକେଟ୍ ଏକାଡେମୀ ଓ ତ୍ରିନିଦାଦ ଆଣ୍ଡ ତବାଗୋରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ ଗୁଡ଼ିକ ସନ୍ଧ୍ୟା 7.30ରେ ଖେଳାଯିବ।

ଏହାମଧ୍ୟ ପଢନ୍ତୁ: ଋଷଭ ପନ୍ତ ଉତ୍ତରାଖଣ୍ଡର ରାଜ୍ୟ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ

ଭାରତୀୟ ଜୁନିଅର ପୁରୁଷ କ୍ରିକେଟ ବିଶ୍ବକପ ସ୍କ୍ବାଡ୍‌:ୟସ ଦୁଲ୍‌(କ୍ୟାପଟେନ୍‌), ହରନୁର ସିଂହ, ଅଙ୍ଗକ୍ରିଶ ରଘୁବଂଶୀ, ଏସକେ ରସିଦ(ଭାଇସ କ୍ୟାପଟେନ୍‌), ନିଶାନ୍ତ ସିନ୍ଧୁ, ସିଦ୍ଧାର୍ଥ ଯାଦବ, ଅନିଶ୍ବର ଗୌତମ, ଦିନେଶ ବାନା(ୱିକେଟ କିପର୍‌), ଆରାଧ୍ୟ ଯାଦବ(ୱିକେଟ କିପର), ରାଜ ଅଙ୍ଗଦ ବାୱା, ମାନବ ପରାଖ, କୌଶଳ ତାମ୍ବେ, ଆରଏସ ହଙ୍ଗରଗେକର, ବାସୁ ଭାତ୍‌ସ, ଭିକି ଔସ୍ତୱାଲ, ରବି କୁମାର, ଗର୍ବ ସାଙ୍ଗୱାନ ।

ଷ୍ଟାଣ୍ଡବାଏ ଖେଳାଳି: ରିଶିତ୍ ରେଡ୍ଡୀ, ଉଦୟ ସାହାରନ୍, ଅଂଶ ଗୋସାଇ, ଅମ୍ରିତ ରାଜ ଉପାଧ୍ୟାୟ, ପିଏମ ସିଂ ରାଠୋର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details