ମାଉଣ୍ଟ ମାଉଁଗାନୁଇ: ଏଠାରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ-ବାଂଲାଦେଶ ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି । ଦ୍ବିତୀୟ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ବାଂଲାଦେଶ ୨ ୱିକେଟ ହରାଇ ୧୭୫ ରନ୍ ସଂଗ୍ରହ କରିଛି ।
ମହମୁଦୁଲ ହସନ ୭୦ ଓ କ୍ୟାପଟେନ ମୋମିନୁଲ ହକ୍ ୮ ରନ୍ କରି ଅପରାଜିତ ଅଛନ୍ତି । ନାଜମୁଲ ହୋସେନ ୬୪ ରନ୍ର ଅର୍ଦ୍ଧଶତକୀୟ ଇଂନିସ ଓ ସଦମନ ଇସଲାମ ୨୨ ରନ୍ କରି ଆଉଟ୍ ହୋଇଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ ମେଲ ୱାଗନର ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି ।