ଓଡିଶା

odisha

By

Published : Aug 20, 2023, 5:44 PM IST

ETV Bharat / sports

ଏସିଆ କପ୍‌ ପୂର୍ବରୁ ନିଆଁରେ ଚାଲିଲେ ନଇମ୍‌, ଜଣନ୍ତୁ କାରଣ

ଏସିଆ କପ୍‌ ପୂର୍ବରୁ ବାଂଲାଦେଶ କ୍ରିକେଟ୍‌ ଦଳର ଓପନର୍‌ ମହମ୍ମଦ ‌ନଇମ ଶେଖ୍‌ ନିଆଁ‌ରେ ଚାଲୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଏହି ଭିଡିଓ ଟ୍ବିଟ୍‌ କରି ଏହା ମାନସିକ ପ୍ରଶିକ୍ଷଣର ଏକ ଅଂଶ ବୋଲି ଲେଖିଛନ୍ତି ବାଂଲାଦେଶ କ୍ରିକେଟ୍‌ ଦଳର ଜଣେ ସାମାଜିକ ଗଣମାଧ୍ୟମ ପ୍ରବନ୍ଧକ । ଅଧିକ ପଢ଼ନ୍ତୁ

ଏସିଆ କପ୍‌ ପୂର୍ବରୁ ନିଆଁରେ ଚାଲିଲେ ନଇମ୍‌
ଏସିଆ କପ୍‌ ପୂର୍ବରୁ ନିଆଁରେ ଚାଲିଲେ ନଇମ୍‌

ଢାକା: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ ୨୦୨୩ । ଏଥିପାଇଁ ଦଳ ଘୋଷଣା କରିବା ସହ ଅଭ୍ୟାସ ଆରମ୍ଭ କଲେଣି ବିଭିନ୍ନ ଦଳ । ହେଲେ ଏସିଆ କପ୍‌ ପୂର୍ବରୁ ବାଂଲାଦେଶ କ୍ରିକେଟ୍‌ ଦଳର ଓପନର୍‌ ମହମ୍ମଦ ‌ନଇମ ଶେଖ୍‌ ନିଆଁ‌ରେ ଚାଲୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ନଇମ୍‌ ନିଆଁରେ ଚାଲୁଥିବା ଭିଡିଓକୁ ବାଂଲାଦେଶ କ୍ରିକେଟ୍‌ ଦଳର ଜଣେ ସାମାଜିକ ଗଣମାଧ୍ୟମ ପ୍ରବନ୍ଧକ ପୋଷ୍ଟ୍‌ କରିବା ସହ ଏହା ଏସିଆ କପ୍‌ ପୂର୍ବରୁ ମାନସିକ ପ୍ରଶିକ୍ଷଣର ଏକ ଅଂଶ ବୋଲି ଲେଖିଛନ୍ତି । ଏହି ଭିଡିଓରେ ୨୩ ବର୍ଷୀୟ ନଇମ ନିର୍ଭୟରେ ନିଆଁରେ ଚାଲୁଥିବା ଦେଖିବାକୁ ମିଳୁଛି ।

ପ୍ରକାଶଯୋଗ୍ୟ, ଏସିଆ କପ୍‌ ଚଳିତ ମାସ ଅର୍ଥାତ ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବ । ଏସୀୟ କ୍ରିକେଟ୍‌ର ସବୁଠାରୁ ବଡ଼ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ ସେପ୍ଟେମ୍ବର ୧୭ ତାରିଖରେ ଖେଳାଯିବ । ପାକିସ୍ତାନ ଓ ଶ୍ରୀଲଙ୍କା‌ରେ ଆୟୋଜିତ ହେବ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ । ଏଥିରେ ୩୧ ତାରିଖରେ ପାଲେକଲରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍‌ ଖେଳି ଏସିଆ କପ୍‌ ଅଭିଯାନ ଆରମ୍ଭ କରିବ ‌ସାକିବ ଅଲ୍‌ ହାସନଙ୍କ ନେତୃତ୍ବାଧୀନ ବାଂଲାଦେଶ ଦଳ । ଏଥିପାଇଁ ଦଳ ମଧ୍ୟ ଘୋଷଣା କରିଛି ବାଂଲାଦେଶ କ୍ରିକେଟ ବୋର୍ଡ । ତେବେ ଏହା ପୂର୍ବରୁ ମାନସିକ ପ୍ରଶିକ୍ଷଣ ପାଇଁ ଦଳର ଓପନର୍‌ ମହମ୍ମଦ ‌ନଇମ ଶେଖ୍‌ ନିଆଁ‌ରେ ଚାଲୁଥିବାର ଏକ ଭିଡିଓକୁ ନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଟ୍ବିଟର୍‌ରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ କ୍ରୀଡ଼ା ପ୍ରଶଂସକଙ୍କର ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଏଥିରେ ଜଣେ ଲେଖିଛନ୍ତି, "ବାଂଲାଦେଶୀ କ୍ରିକେଟର ମହମ୍ମଦ ନଇମ ଏସିଆ କପ୍‌ ୨୦୨୩ ପୂର୍ବରୁ ମାନସିକ ପ୍ରଶିକ୍ଷଣ ପାଇଁ ନିଆଁରେ ଚାଲୁଛନ୍ତି । ଏହା ମୁର୍ଖତାର ପରିଚୟ । ଯଦି ସେ ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆହତ ହୋଇଯାଆନ୍ତି, ତେବେ ଟିମ୍‌କୁ କଣ ମିଳିବ ?" ତେବେ ଏନେଇ ନଇମଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ଦଳ ଘୋଷଣା କଲା ବାଂଲାଦେଶ, ସାକିବ୍‌ ଅଲ୍‌ ହାସନ୍‌ଙ୍କ ନେବେ ନେତୃତ୍ବ

ଏସିଆ କପ୍‌ ପାଇଁ ବାଂଲାଦେଶ ଦଳ: ସାକିବ୍‌ ଅଲ୍‌ ହାସନ (ଅଧିନାୟକ), ଲିଟନ ଦାସ, ତାଞ୍ଜିଦ ହାସନ ତାମିମ, ନଜମୁଲ ହୋସେନ ଶାନ୍ତୋ, ତୋହିଦ ଦୃଦୟ, ମୁସଫିକର ରହିମ୍‌, ମେହେଦି ହାସନ ମିରାଜ, ଟସ୍କିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ, ହାସନ ମାହମ୍ମୁଦ, ମେହେଦି ହାସନ, ନାସୁମ ଅହମ୍ମଦ, ଶାମିମ୍‌ ହୋସେନ, ଅଫିଫ୍‌ ହୋସେନ୍‌, ଶୋରିଫୁଲ୍‌ ଇସଲାମ୍‌, ଇବାଦତ ହୋସେନ୍‌, ମହମ୍ମଦ ନଇମ୍‌

ଷ୍ଟାଣ୍ଡବାଇ: ତାଇଜୁଲ ଇସଲାମ, ସୈଫ ହାସନ, ତାନଜିମ ହାସନ ଶାକିବ

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

ABOUT THE AUTHOR

...view details