ଢାକା:ପାକିସ୍ତାନ କ୍ରିକେଟ ଟିମର ଅଜବ ହରକତକୁ ନେଇ ବାଂଲାଦେଶ କ୍ରିକେଟ ଫ୍ୟାନ୍ସ ନାଖୁସ । ସଦ୍ୟ ସମାପ୍ତ ଟି-୨୦ ବିଶ୍ବକପ ପରେ ପାକିସ୍ତାନ ଟିମ ବାଂଲାଦେଶ ଗସ୍ତ କରିଛି । ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ୩ଟିକିଆ ଟି-୨୦ ସିରିଜ ଖେଳାଯିବା ନେଇ ସୂଚୀ ରହିଛି ।
ଏହି ସିରିଜ ପୂର୍ବରୁ ପାକିସ୍ତାନ ଟିମ ଢାକାରେ ଅଭ୍ୟାସ ଆରମ୍ଭ କରିଛି । ତେବେ ପାକ୍ ଟିମର ମୁଖ୍ୟ କୋଚ୍ ସକଲେନ ମୁସ୍ତାକଙ୍କ ଏକ କାର୍ଯ୍ୟକୁ ନେଇ ଖପ୍ପା ବାଂଲାଦେଶ ଫ୍ୟାନ୍ସ । ଏପରିକି ପାକିସ୍ତାନ ଟିମ ଉଦ୍ଦେଶ୍ୟରେ 'ଗୋ ବ୍ୟାକ୍ ପାକିସ୍ତାନ' ନାରା ଲଗାଇଛନ୍ତି କ୍ରିକେଟ ଫ୍ୟାନ୍ସ ।
ପାକିସ୍ତାନ ଟିମ ଅଭ୍ୟାସ ସମୟରେ କୋଚ୍ ସକଲାନ ମୁସ୍ତାକ ପାକିସ୍ତାନର ଜାତୀୟ ପତାକାକୁ ପଡିଆରେ ଲଗାଇଥିଲେ । ସ୍କ୍ବାଡ୍ର ମନୋବଳ ବୃଦ୍ଧି ବାହାନାରେ ଏହି ନୂଆ ଟ୍ରେଣ୍ଡ୍ UAEରେ ଖେଳାଯାଇଥିବା ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଆରମ୍ଭ କରିଥିଲେ ପାକିସ୍ତାନ କୋଚ୍ । ଫଳରେ ବାଂଲାଦେଶ ସିରିଜ ପୂର୍ବରୁ ଏହି ଧାରାକୁ ଜାରି ରଖିଛନ୍ତି କୋଚ୍ ସକଲେନ ମୁସ୍ତାକ । PCB Mediaର ଅଫିସିଆଲ ଟ୍ବିଟରରେ ଏକ ଫଟୋ ସେୟାର କରାଯାଇଛି, ଯେଉଁଥିରେ ସ୍କ୍ବାଡ୍ ଅଭ୍ୟାସ ଆରମ୍ଭ ପୂର୍ବରୁ ପାକିସ୍ତାନୀ ପତାକା ଲଗାଇଯାଇଛି ।