ଢାକା: ଚଳିତ ମାସ ୩୦ ତାରିଖରୁ ଆରମ୍ଭ ହେବ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ । ଏଥିପାଇଁ ବାଲାଂଦେଶ କ୍ରିକେଟ ବୋର୍ଡ (ବିସିବି) ଶନିବାର ୧୭ ସଦସ୍ୟ ବିଶିଷ୍ଟ ଟିମ୍ ଘୋଷଣା କରିଛି । ଭେଟେରାନ ଅଲରାଉଣ୍ଡର ସାକିବ୍ ଅଲ୍ ହାସନ ଦଳର ନେତୃତ୍ବ ନେବେ । ତେବେ ଅଭିଜ୍ଞ ବ୍ୟାଟର୍ ତମିମ ଇକ୍ବାଲ ପିଠିରେ ଆଘାତଜନିତ ସମସ୍ୟା କାରଣରୁ ଏସିଆ କପ୍ରୁ ବାଦ ପଡ଼ିଛନ୍ତି । ତାଙ୍କ ବଦଳରେ ଜାତୀୟ ଦଳରେ ପ୍ରଥମ ଥର ପାଇଁ ସ୍ଥାନ ପାଇଥିବା ତାନ୍ଜିଦ ହାସନ ପାଳି ଆରମ୍ଭ କରିବାକୁ ସୁଯୋଗ ପାଇବେ ବୋଲି କୁହାଯାଉଛି ।
ତେବେ ଏସୀୟ କ୍ରିକେଟର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ ଏସିଆ କପ୍ ୨୦୨୩ର ବିଗୁଲ୍ ବାଜି ସାରିଥିବା ବେଳେ ଏଥିରେ ଅଂଶଗ୍ରହଣ କରିବାକୁ ଥିବା ଦଳଗୁଡ଼ିକ ଏଥିପାଇଁ ଦଳ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଚଳିତ ମାସ ଅର୍ଥାତ ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ହାଇପ୍ରୋଫାଇଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବାଲାଂଦେଶକୁ ଗ୍ରୁପ 'ବି'ରେ ରଖାଯାଇଛି । ବାଂଲାଦେଶ ଦଳ ଆସନ୍ତା ୩୧ ତାରିଖ ଶ୍ରୀଲଙ୍କା ବିପକ୍ଷରେ ଏସିଆ କପ୍ ଟ୍ରଫି ପାଇଁ ଅଭିଯାନ ଆରମ୍ଭ କରିବ । ଏଥିପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଶନିବାର ୧୭ ସଦସ୍ୟ ବିଶିଷ୍ଟ ଟିମ୍ ଘୋଷଣା କରିଛି । ଭେଟେରାନ୍ ଅଲରାଉଣ୍ଡର ସାକବ୍ ଅଲ୍ ହାସନଙ୍କ ନେତୃତ୍ବାଧୀନ ଏହି ଦଳକୁ ଶାମିମ ହୋସେନ, ଅଲରାଉଣ୍ଡର ମେହଦି ହାସନ ଓ ସ୍ପିନର ନାସୁମ ଅହମ୍ମଦ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ରାହୁଲଙ୍କ ପ୍ରସ୍ତୁତି ଜୋରଦାର, ଆୟରଙ୍କୁ ନେଇ ଦ୍ବନ୍ଦ୍ବ