ଢାକା:ଯୋଜନା ଅନୁଯାୟୀ ବାଲାଂଦେଶ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ମ୍ୟାଚ ପୂର୍ବରୁ ଶ୍ରୀଲଙ୍କାର ଦୁଇ ଖେଳାଳୀ ଜଣେ କୋଚ କୋଭିଡରେ ଆକ୍ରାନ୍ତ ହୋଇଥିବା ନେଇ ରିପୋର୍ଟ ଆସିଥିଲା । ମ୍ୟାଚ ନ ହେବା ନେଇ ଆଶଙ୍କା ଦେଖା ଦେଇଥିଲା । ମାତ୍ର ଯୋଜନା ଅନୁଯାୟୀ ମ୍ୟାଚ ଖେଳାଯିବ ବୋଲି ସୂଚନା ମିଳଛି ।
ଦ୍ବିତୀୟ ଆରଟିପିସିଆର ପରୀକ୍ଷା ପରେ ଦୁଇଜଣ ଖେଳାଳୀଙ୍କ ରିପୋର୍ଟ ନେଗେରିଭ ଆସିଥିଲା । କେବଳ ଜଣେ ଖେଳାଳୀଙ୍କର ପଜିଟିଭ ରିପୋର୍ଟ ଆସିଥିଲା । ଫଳ ସୂରୁପ ମ୍ୟାଚ ହେବା ନେଇ ଉପୁଜିଥିବା ଦ୍ବନ୍ଦର ସମାଧାନ ହୋଇଛି । ଯୋଜନା ଅନୁସାରେ ମ୍ୟାଚ ହେବ ବୋଲି ସୂଚନା ମିଳିଛି । ଟସ ପଡିବାର 90 ମିନିଟ ପୂର୍ବରୁ ଦୁଇଜଣ ଖେଳାଳୀଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଥିଲା ।