ହାଇଦ୍ରାବାଦ:୨୦୪୮ ମସିହାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ ବାବର ଆଜମ । ଏକଥା ଆମେ କହୁନୁ ଏନେଇ ଭବିଷ୍ୟବାଣୀ କରିଛନ୍ତି ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର । ଇତିହାସର ପୃଷ୍ଠା ପୁଣି ଥରେ ଲେଉଟିବାରେ ଲାଗିଛି । ୧୯୯୨ ଦିନିକିଆ ବିଶ୍ବକପରେ ଇମ୍ରାନ ଖାନ୍ ନେତୃତ୍ବାଧୀନ ପାକିସ୍ତାନ ଇଂଲଣ୍ଡକୁ ପରାସ୍ତ କରି ବିଶ୍ବକପ ହାତେଇଥିଲା । ୩୦ ବର୍ଷ ପରେ ଇତିହାସର ପୁରନରାବୃତ୍ତି ଘଟିଛି । ମେନ୍ ଇନ୍ ଗ୍ରୀନ୍ ବାବର ଆଜମ୍ ନେତୃତ୍ବରେ ୨୦୨୨ ଟି୨୦ ବିଶ୍ବକପରେ ଫାଇନାଲରେ ଇଂଲିସ୍ ଟିମ୍ ଭେଟିବ । ଇତାହାସର ଏଭଳି ସଂଯୋଗକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି ଯେ ୨୦୪୮ ମସିହାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ ବାବର ଆଜମ ।
2048ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ ବାବର ଆଜମ !
ଭାରତର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର କହିଛନ୍ତି ଯଦି ଚଳିତ ଟୁର୍ଣ୍ଣାମେଣ୍ଟରେ ବାବର ଏଣ୍ଡ କୋ ଇଂଲଣ୍ଡକୁ ପରାସ୍ତ କରି ବିଶ୍ବକପ ଟାଇଟଲ ହାତଉଛି ତାହେଲେ ୨୦୪୮ ମସିହାରେ ବାବର ଆଜମ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ । ଅଧିକ ପଢନ୍ତୁ
ନଭେମ୍ବର ୧୩ ତାରିଖ ଟି୨୦ ବିଶ୍ବକପ ଫାଇନାଲରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ପାକିସ୍ତାନ । ୩୦ ବର୍ଷ ପୂର୍ବରୁ ପାକିସ୍ତାନ ୧୯୯୨ ଦିନିକିଆ ବିଶ୍ବକପରେ ନ୍ୟୁଜିଲାଣ୍ଡକୁ ସେମିରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ୩୦ ବର୍ଷ ପରେ ୨୦୨୨ ଟି୨୦ ବିଶ୍ବକପରେ ମଧ୍ୟ ବାବର ଏଣ୍ଡ କୋ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିଛି ।
୩୦ ବର୍ଷ ପୂର୍ବେ MCGରେ ୧୯୯୨ ଦିନିକିଆ ବିଶ୍ବକପରେ ଇମ୍ରାନ ଖାନ୍ ନେତୃତ୍ବଧୀନ ପାକିସ୍ତାନ ଇଂଲଣ୍ଡ ସହିତ ମୁହାଁମୁହିଁ ହୋଇଥିଲା । ସେହିପରି ୨୦୨୨ ଟି୨୦ ବିଶ୍ବକପ ଫାଇନାଲରେ MCGରେ ଇଂଲିସ୍ ଟିମ୍ ସହିତ ପାକିସ୍ତାନର କଡା ଟକ୍କର ହେବ । ଏନେଇ କ୍ରିକେଟ ପ୍ରଶଂସକ ଇତିହାସ ସହିତ ବର୍ତ୍ତମାନକୁ ତୁଳନା କରିବା ଆରମ୍ଭ କରିଦେଇଛନ୍ତି । ଏହା ସହିତ ସେମାନେ କହିଛନ୍ତି ଯେ ବାବର ଆଜମ ମଧ୍ୟ ଇମ୍ରାନ ଖାନଙ୍କ ପରି ୨୦୪୮ ମସିହାରେ ପ୍ରଧାନମନ୍ତ୍ରୀ ହେବେ । ଏନେଇ ଭାରତର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର କହିଛନ୍ତି, ଯଦି ଚଳିତ ଟୁର୍ଣ୍ଣାମେଣ୍ଟରେ ବାବର ଏଣ୍ଡ କୋ ଇଂଲଣ୍ଡକୁ ପରାସ୍ତ କରି ବିଶ୍ବକପ ଟାଇଟଲ ହାତଉଛି ତାହେଲେ ୨୦୪୮ ମସିହାରେ ବାବର ଆଜମ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ ।