ଓଡିଶା

odisha

ETV Bharat / sports

ଏସିଆ କପ୍‌ରୁ ବାଦ ପଡିଲେ ଜାଡେଜା, ଅକ୍ଷର ପଟେଲ ବଦଳ ଖେଳାଳି - ଏସିଆ କପରେ ଅକ୍ଷର ପଟେଲ

ଏସିଆ କପରୁ ବାଦ ପଡିଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା (Ravindra Jadeja) । ତାଙ୍କ ବଦଳରେ ଦଳରେ ସ୍ଥାନ ପାଇଛନ୍ତି ଅଲରାଉଣ୍ଡର ଅକ୍ଷର ପଟେଲ (Axar Patel) । ଅଧିକ ପଢନ୍ତୁ

ଏସିଆ କପରୁ ବାଦ ପଡିଲେ ଜାଡେଜା, ତାଙ୍କ ବଦଳରେ ଅକ୍ଷର ପଟେଲ ସାମିଲ
ଏସିଆ କପରୁ ବାଦ ପଡିଲେ ଜାଡେଜା, ତାଙ୍କ ବଦଳରେ ଅକ୍ଷର ପଟେଲ ସାମିଲ

By

Published : Sep 2, 2022, 6:38 PM IST

Updated : Sep 2, 2022, 7:55 PM IST

ହାଇଦ୍ରାବାଦ:ଟିମ ଇଣ୍ଡିଆକୁ ବଡ୍‌ ଝଟ୍‌କା । ଚଳିତ ଏସିଆ କପ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା (Ravindra Jadeja ruled Out of Asia Cup 2022) । ଆଣ୍ଠୁରେ ଆଘାତ କାରଣରୁ ସେ ଏସିଆ କପର ଅବଶିଷ୍ଟ ମ୍ୟାଚ୍‌ରୁ ବାଦ ପଡିଛନ୍ତି । ଏନେଇ ଟ୍ବିଟ୍‌ର କରି ସୂଚନା ଦେଇଛି ବିସିସିଆଇ । ରବୀନ୍ଦ୍ର ଜାଡେଜାଙ୍କ ବଦଳରେ ଦଳରେ ସ୍ଥାନ ପାଇଛନ୍ତି ଅଲରାଉଣ୍ଡର ଅକ୍ଷର ପଟେଲ (Axar Patel replaces injured Ravindra Jadeja) ।

ଜାଡେଜାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଛି । ଯେଉଁ କାରଣରୁ ସେ ଏସିଆ କପର ଆଗାମୀ ମ୍ୟାଚ୍‌ ଖେଳି ପାରିବେ ନାହିଁ । ଏବେ BCCI ମେଡିକାଲ ଟିମ ହେପାଜତରେ ଅଛନ୍ତି । ତେବେ ଜାଡେଜା ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଜାଡେଜାଙ୍କ ପରିବର୍ତ୍ତେ ବିସିସିଆଇ ଅଲରାଉଣ୍ଡର ଅକ୍ଷର ପଟେଲକୁ ଏସିଆ କପ ସ୍କ୍ବାଡ୍‌ରେ ସ୍ଥାନ ଦେଇଛି । ତେବେ ସେ ଖୁବ ଶୀଘ୍ର UAEରେ ପହଁଞ୍ଚି ଟିମ ଇଣ୍ଡିଆରେ ଯୋଗ ଦେବେ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ଏସିଆ କପର ଗ୍ରୁପ ଏରେ ଭାରତ ଖେଳିଥିବା ପାକିସ୍ତାନ ଏବଂ ହଂକଂ ବିପକ୍ଷ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କର ଭଲ ପ୍ରଦର୍ଶନ ରହିଥିଲା । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଜାଡେଜା ବ୍ୟାଟିଂରେ ଗୁରୁତ୍ବପୂର୍ଣ୍ଣ ଇଂନିସ ସହ ବୋଲିଂରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ୨୯ ବଲରୁ ୩୫ ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ ।

ସେହିପରି ହଂକଂ ବିପକ୍ଷରେ ଜାଡେଜା ୪ ଓଭର ବୋଲିଂ କରି ୧୫ ରନ୍‌ ବ୍ୟୟରେ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ସେପଟେ ଅଲରାଉଣ୍ଡର ଅକ୍ଷର ପଟେଲ ଖୁବଶୀଘ୍ର ଦୁବାଇରେ ପହଁଞ୍ଚି ଟିମ ଇଣ୍ଡିଆରେ ଯୋଗଦେବେ । ନିକଟରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ଗସ୍ତରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଅଗଷ୍ଟ ୭ ତାରିଖରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଟି-୨୦ରେ ତାଙ୍କର ପ୍ରଦର୍ଶନ ଭଲ ରହିଥିଲା । ଭାରତ ଏସିଆ କପର ଗ୍ରୁପ ଏରେ ଦୁଇ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଏବଂ ହଂକଂକୁ ହରାଇ ସୁପର ୪ରେ ପ୍ରବେଶ କରିଛି ।

Last Updated : Sep 2, 2022, 7:55 PM IST

ABOUT THE AUTHOR

...view details