ମେଲବୋର୍ଣ୍ଣ(ଅଷ୍ଟ୍ରେଲିଆ):ଇତିହାସ ରଚିଲେ ଅଷ୍ଟ୍ରେଲିଆ ଟେନିସ ଷ୍ଟାର ଆସଲେ ବାର୍ଟି । ୧୯୮୦ ପରେ ଅଷ୍ଟ୍ରେଲିଆ ଓପନ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିବାରେ ବାର୍ଟି ପ୍ରଥମ ଘରୋଇ ଖେଳାଳି ହୋଇଛନ୍ତି । ବିଶ୍ବ ମହିଳା ଟେନିସ ମାନ୍ୟତାର ନମ୍ବର ୧ ଖେଳାଳି ବାର୍ଟି, ସେମିଫାଇନାଲ ମୁକାବିଲାରେ ଆମେରିକାର ଟେନିସ ଖେଳାଳି ମାଡିସନ କିଜ୍ଙ୍କୁ ୬-୧, ୬-୩ ସେଟ୍ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ମ୍ୟାଚ୍ ୬୨ ମିନିଟ୍ ଧରି ଖେଳାଯାଇଥିଲା ।
Australian Open: ଫାଇନାଲରେ ଆସଲେ ବାର୍ଟି - ଅଷ୍ଟ୍ରେଲିଆନ ଓପନ ଟେନିସ ୨୦୨୨
ଇତିହାସ ରଚିଲେ ଅଷ୍ଟ୍ରେଲିଆ ଟେନିସ ଷ୍ଟାର ଆସଲେ ବାର୍ଟି । ୧୯୮୦ ପରେ ଅଷ୍ଟ୍ରେଲିଆ ଓପନ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିବାରେ ବାର୍ଟି(Ashleigh Barty) ପ୍ରଥମ ଘରୋଇ ଖେଳାଳି ହୋଇଛନ୍ତି । ଅଧିକ ପଢନ୍ତୁ
Australian Open: ଫାଇନାଲରେ ଆସଲେ ବାର୍ଟି
୨୦୧୫ ପରେ ଏହା କିଜ୍ଙ୍କୁ ପ୍ରଥମ ଅଷ୍ଟ୍ରେଲିଆନ ଓପନ ସେମିଫାଇନାଲ ଥିଲା । ମାତ୍ର ବାର୍ଟି ଦମଦାର ପ୍ରଦର୍ଶନ ସହ ଆମେରିକୀୟ ଟେନିସ ଖେଳାଳିଙ୍କୁ ମ୍ୟାଚ୍ରେ କୌଣସି ସୁଯୋଗ ଦେଇନଥିଲେ । ବର୍ଷ ୧୯୭୮ର ଶେଷ ଥର ଅଷ୍ଟ୍ରେଲୀୟ ମହିଳା ଭାବେ କ୍ରିସ୍ ଓ ନିଲ୍ ଟ୍ରଫି ବିଜେତା ହୋଇଥିଲେ । ଫଳରେ ବାର୍ଟି ଟ୍ରଫି ନିଜ ନାମରେ କରିବା ସହ ଇତିହାସ ରଚିବା ଲକ୍ଷ୍ୟରେ ରହିଛନ୍ତି ।