ଓଡିଶା

odisha

By

Published : May 15, 2022, 6:32 AM IST

Updated : May 15, 2022, 10:21 AM IST

ETV Bharat / sports

ଆଉ ନାହାନ୍ତି ଅଷ୍ଟ୍ରେଲିଆ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡ୍‌ସ, କ୍ରିକେଟ ଜଗତ ସ୍ତବ୍ଦ

ଆଉ ନାହାନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଆଣ୍ଡ୍ରିୟୁ ସାଇମଣ୍ଡ୍‌ସ । 46 ବର୍ଷ ବୟସରେ ଅଷ୍ଟ୍ରେଲିଆରେ ଏକ କାର୍‌ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ

ଆଉ ନାହାନ୍ତି ଅଷ୍ଟ୍ରେଲିଆ କ୍ରିକେଟର  ଆଣ୍ଡ୍ରିୟୁ ସାଇମଣ୍ଡ
ଆଉ ନାହାନ୍ତି ଅଷ୍ଟ୍ରେଲିଆ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡ୍‌ସ, କ୍ରିକେଟ ଜଗତ ସ୍ତବ୍ଦ

ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଆଣ୍ଡ୍ରିୟୁ ସାଇମଣ୍ଡ୍‌ସ । 46 ବର୍ଷ ବୟସରେ ଅଷ୍ଟ୍ରେଲିଆରେ ଏକ କାର୍‌ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି । ଏହି ଖବର ଜଣାପଡିବା ପରେ କ୍ରିକେଟ ଜଗତ ସ୍ତବ୍ଦ ହୋଇଯାଇଛି । ସାଇମଣ୍ଡ୍‌ସ ଆକସ୍ମିକ ବିୟୋଗରେ ବିଶ୍ବର ଅନେକ କ୍ରିକେଟ କିମ୍ବଦନ୍ତୀ ଶୋକବ୍ୟକ୍ତ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ମଧ୍ୟ ବିଶ୍ବକପ ବିଜୟୀ କଙ୍ଗାରୁ କ୍ରିକେଟରଙ୍କ ନିଧନରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛି ।

ଅଷ୍ଟ୍ରେଲିଆ ଗଣମାଧ୍ୟମର ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ 11.00ଟାରେ କୁଇନ୍‌ସଲ୍ୟାଣ୍ଡରେ ଆଲିସ ବ୍ରିଜ ହରଭେ ରେଞ୍ଜ ରୋଡ୍‌ ନିକଟରେ ସାଇମଣ୍ଡ୍‌ସଙ୍କ କାର୍‌ ଦୁର୍ଘଟଣାର ଶିକାର ହୋଇଥିଲା । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ତାଙ୍କୁ ବଞ୍ଚାଇବାକୁ ଡାକ୍ତରୀଟିମ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ନିରାଶ ହୋଇଥିଲେ । ଦୁର୍ଘଟଣାରେ ତାଙ୍କର ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗରେ ଗଭୀର ଆଘାତ ଲାଗିଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆରୁ ଆସିଥିଲା ଦୁଇଟି ଦୁଃଖଦ ଖବର । ମାତ୍ର 52 ବର୍ଷରେ କିମ୍ବଦନ୍ତୀ କ୍ରିକେଟର ସେନ ୱାର୍ଣ୍ଣଙ୍କ ହୃଦଘାତରେ ବିୟୋଗ ହୋଇଥିଲା ଓ ସମାନ ଦିନ ଅଷ୍ଟ୍ରେଲିଆର ଅନ୍ୟତମ ଜଣାଶୁଣା କ୍ରିକେଟର ରୋଡ୍ ମାର୍ଶଙ୍କର ପରଲୋକ ହୋଇଥିଲା । ଫଳରେ ଅଷ୍ଟ୍ରେଲୀୟ କ୍ରିକେଟ ତଥା ବିଶ୍ବ କ୍ରିକେଟ ପାଇଁ ଏହା ଆଉ ଏକ ବଡ ଦୁଃଖର ଖବର ପାଲଟିଛି ।

କ୍ରିକେଟ ଜଗତରେ ଆଣ୍ଡ୍ରିୟୁ ସାଇମଣ୍ଡ୍‌ସଙ୍କ ରେକର୍ଡ...

  • ଆଣ୍ଡ୍ରିୟୁ ସାଇମଣ୍ଡ୍‌ସ ତାଙ୍କ କ୍ରିକେଟ କ୍ୟାରିଅରରେ 2004ରୁ 2008 ଭିତରେ 26 ଟେଷ୍ଟ, 198 ଦିନିକିଆ ଏବଂ 12ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିଛନ୍ତି । ଏହା ସହିତ ଅଷ୍ଟ୍ରେଲିଆକୁ 2003 ଓ 2007ରେ ବିଶ୍ବ କପ ଜିତିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି ।
  • 26ଟି ଟେଷ୍ଟ ଖେଳି ଦୁଇଥର ଶତକ ସହିତ 41 ଆଭରେଜ ସହ 1462 ରନ୍ ସ୍କୋର କରିଥିଲେ । ବୋଲର ଭାବେ ମଧ୍ୟ ସେ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି ଓ ତାଙ୍କ ନାମରେ 24ଟି ୱିକେଟ ରହିଛି । ଆଇପିଏଲ୍‌ରେ ସେ ୩୯ଟି ମ୍ୟାଚ୍ ଖେଳି ୯୭୪ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ରହିଛି ।
  • ସୀମିତ ଓଭର କ୍ରିକେଟର ସାଇମଣ୍ଡସଙ୍କ ପ୍ରଦର୍ଶନ ଦମଦାର ରହିଥିଲା । 198 ଦିନିକିଆ ଖେଳି 5088 ରନ ସଂଗ୍ରହ କରିବାରେ ସଫଳ ହୋଇଥିଲେ ଓ ବିଶ୍ବ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ରହିଥିଲେ । 2012ରେ କ୍ରିକେଟରୁ ଅବସର ନେଇଥିଲେ ଆଣ୍ଡ୍ରିୟୁ ସାଇମଣ୍ଡସ ।

୨୦୦୪ରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ସାଇମଣ୍ଡସ । ୨୦୦୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଖେଳିଥିଲେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ୍ ମ୍ୟାଚ୍‌ । ସେହିପରି ୧୯୯୮ରେ ସେ ପାକିସ୍ତାନ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ । ଆଉ ୨୦୦୯ରେ ପାକିସ୍ତାନ ବିପକ୍ଷରେ ତାଙ୍କ ଦିନିକିଆ କ୍ୟାରିୟରର ଶେଷ ମ୍ୟାଚ୍ ମଧ୍ୟ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 15, 2022, 10:21 AM IST

ABOUT THE AUTHOR

...view details