ମେଲବୋର୍ଣ୍ଣ:ଅଷ୍ଟ୍ରେଲୀୟ କ୍ରିକେଟ କମ୍ବଦନ୍ତୀ ତଥା କ୍ରିକେଟ ଇତିହାସରେ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଲେଗ ସ୍ପିନର ସେନ ୱାର୍ଣ୍ଣଙ୍କ ପରଲୋକ । ଶୁକ୍ରବାର ହାର୍ଟ ଆଟାକ୍ରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ଅଷ୍ଟ୍ରେଲୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୱାର୍ଣ୍ଣଙ୍କ ମ୍ୟାନେଜମେଣ୍ଟ ଏକ ବିବୃତି ଜାରିଛି ଯେଉଁଥିରେ ଦର୍ଶାଯାଇଛି ଯେ, ଥାଇଲାଣ୍ଡରେ ସନ୍ଦେହଜନକ ଭାବେ ହାର୍ଟ ଆଟାକ୍ରେ ତାଙ୍କର ମୃତ୍ୟୁ ଘଟିଛି ।
BREAKING: କିମ୍ବଦନ୍ତୀ କ୍ରିକେଟର ସେନ ୱାର୍ଣ୍ଣଙ୍କ ପରଲୋକ - undefined
ଅଷ୍ଟ୍ରେଲୀୟ କ୍ରିକେଟ କମ୍ବଦନ୍ତୀ ତଥା କ୍ରିକେଟ ଇତିହାସରେ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଲେଗ ସ୍ପିନର ସେନ ୱାର୍ଣ୍ଣଙ୍କ ପରଲୋକ । ଶୁକ୍ରବାର ହାର୍ଟ ଆଟାକ୍ରେ ୫୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ
ଟେଷ୍ଟ କ୍ରିକେଟରେ କିମ୍ବଦନ୍ତୀ ସ୍ପିନର ୱାର୍ଣ୍ଣଙ୍କ ନାମରେ ରେକର୍ଡ ୭୦୮ ୱିକେଟ ରହିଛି । ଏହା ଟେଷ୍ଟ କ୍ରିକେଟ ଇତିହାସରେ ଶ୍ରୀଲଙ୍କାର ମୁଥୟା ମୂରଲିଧରନଙ୍କ ପରେ ଟେଷ୍ଟ ୱିକେଟ ସଂଖ୍ୟାରେ ଦ୍ବିତୀୟ ସର୍ବାଧିକ । ସେହିପରି ଅନ୍ତର୍ଜାତୀୟ ଦିନିକିଆରେ ତାଙ୍କ ନାମରେ ୨୯୩ ୱିକେଟ ଓ ଆଇପିଏଲରେ ୫୭ ୱିକେଟ ରହିଛି ।
ଭାରତ ବିପକ୍ଷରେ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ଜାନୁଆରୀ ୧୯୯୨ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ୱାର୍ଣ୍ଣ । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଅରୁଣ ଜେଟଲି ଷ୍ଟାଡିୟମ ରେ(ପୂର୍ବର ଫିରୋଜ ଶାହା କୋଟଲା ଷ୍ଟାଡିୟମ ) ଏପ୍ରିଲ ୧୯, ୨୦୦୮ରେ ଆଇପିଏଲ ଡେବ୍ୟୁ କରିଥିଲେ । ଶେଷ ଆଇପିଏଲ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୱାଙ୍ଖେଡେ ଷ୍ଟାଡିୟମରେ ମଇ ୨୦, ୨୦୧୧ରେ ଖେଳିଥିଲେ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ ଖେଳିଥିବା ସହିତ ସେନ ୱାର୍ଣ୍ଣ ଦଳକୁ ଚାମ୍ପିଅନ ମଧ୍ୟ କରାଇଥିଲେ ।
TAGGED:
Shane Warne passes away