ଓଡିଶା

odisha

ETV Bharat / sports

IND Vs AUS 3rd Test: ଲିଓନଙ୍କ ଆଗରେ ମୁଣ୍ଡ ନୁଆଁଇଲା ଟିମ ଇଣ୍ଡିଆ, ୨ୟ ଇନିଂସରେ ନେଲେ ୮ ୱିକେଟ - ଟେଷ୍ଟ ସିରିଜ

ବର୍ଡର ଗାଭାସ୍କର ଟେଷ୍ଟ ସିରିଜର ୩ୟ ଟେଷ୍ଟ ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆ ବୋଲର ନାଥନ ଲିଓନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ । ନିଜ ନାଁରେ କଲେ ୮ ୱିକେଟ । ଅଧିକ ପଢନ୍ତୁ

Australian Bowler Lyon
Australian Bowler Lyon

By

Published : Mar 2, 2023, 8:55 PM IST

Updated : Mar 2, 2023, 10:57 PM IST

ଭୋପାଳ:ବର୍ଡର ଗାଭାସ୍କର ଟେଷ୍ଟ ସିରିଜର ୩ୟ ଟେଷ୍ଟ ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆ ବୋଲର ନାଥନ ଲିଓନଙ୍କ ଚମତ୍କାର ପ୍ରଦର୍ଶନ । ଫଳରେ ତାଙ୍କ ଆଗରେ ମୁଣ୍ଡ ନୁଆଁଇଛି ଭାରତୀୟ ଟିମ । ଟିମ ଇଣ୍ଡିଆ ଏହି ଟେଷ୍ଟର ଦ୍ବିତୀୟ ଇନିଂସରେ ୧୬୩ ରନ୍‌ କରି ଅଲଆଉଟ ହୋଇଥିବା ବେଳେ ଲିଓନ ଏକାକୀ ନେଇଛନ୍ତି ୮ ୱିକେଟ । ସେ ମ୍ୟାଚର ଦ୍ବିତୀୟ ଇନିଂସରେ ୨୩.୩ ଓଭର ବୋଲିଂ କରି ୬୪ ରନ ଦେବା ସହ ନେଇଛନ୍ତି ୮ ୱିକେଟ । ଲିଓନ ଭାରତ ବିପକ୍ଷରେ ଦ୍ବିତୀୟ ଥର ଲାଗି ଏହି ରେକର୍ଡ ସୃଷ୍ଟି କରିଛନ୍ତି ।

ପୂର୍ବରୁ ୨୦୧୭ ମସିହାରେ ଭାରତ ବିପକ୍ଷରେ ବୋଲିଂ କରି ୮ ୱିକେଟ ହାସଲ କରିଥିଲେ ଲିଓନ । ସେ ବେଙ୍ଗାଲୁରୁରେ ମ୍ୟାଚର ପ୍ରଥମ ଇନିଂସରେ ବୋଲିଂ କରି ୭୫ ରନ୍‌ ଦେବା ସହ ୮ ୱିକେଟ ନେଇଥିଲେ । ଆଜିର ମ୍ୟାଚ ସମ୍ପର୍କରେ ଆଲୋଚନା କଲେ ଇନ୍ଦୋରରେ ଖେଳାଯାଉଥିବା ୩ୟ ଟେଷ୍ଟର ଦ୍ବିତୀୟ ଇନିଂସରେ ଲିଓନ ପ୍ରଥମେ ଶୁଭମନ ଗିଲଙ୍କ ୱିକେଟ ନେଇଥିଲେ । ଏହାପରେ ଅଧିନାୟକ ରୋହିତ ଶର୍ମା, ରବିନ୍ଦ୍ର ଜାଡ଼େଜା, ଶ୍ରୀକର ଭରତ, ଆର, ଅଶ୍ବିନ, ଚେତେଶ୍ବର ପୂଜାରା, ଉମେଶ ଯାଦବ, ମହମ୍ମଦ ସିରାଜଙ୍କୁ ଆଉଟ କରିଥିଲେ । ସେପଟେ ମେଥ୍ୟୁ କୁହ୍ନେମନ ଓ ମିଚେଲ ଷ୍ଟାର୍କ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ- IND vs AUS 3rd Test: 197 ରନରେ ଅଲଆଉଟ କଙ୍ଗାରୁ ଦଳ

ଭାରତୀୟ ଟିମ ଉପରେ ଅଷ୍ଟ୍ରେଲିଆ ଦଳର ବୋଲିଂ ବେଶ ଭାରି ପଡ଼ିଥିଲା । ଲିଓନଙ୍କ ବୋଲିଂରେ ଭାରତ ମାତ୍ର ୬୦.୩ ଓଭରରେ ୧୬୩ ରନ କରିଥିଲା । ଫଳରେ ଭାରତ ଅଷ୍ଟ୍ରେଲିଆକୁ ମାତ୍ର ୭୬ ରନ୍‌ର ଟାର୍ଗେଟ ଦେଇଛି । ୩ୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୧୦୯ ରନ କରି ଅଲଆଉଟ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୧୯୭ ରନ୍‌ କରିଥିଲା । ପ୍ରଥମ ଇନିଂସରେ ଲିଓନ ୩ଟି ୱିକେଟ ନେଇଥିଲେ । ଲିଓନ ପୁରା ମ୍ୟାଚରେ ଭାରତ ବିପକ୍ଷରେ ମୋଟ ୧୧ଟି ୱିକେଟ ହାସଲ କରିଛନ୍ତି ।

ସୂଚନା ଥାଉ କି ଏହା ପୂର୍ବରୁ ଲିଓନ ଭାରତ ବିପକ୍ଷରେ ମ୍ୟାଚ ଖେଳି ୮ ୱିକେଟ ସଂଗ୍ରହ କରିଥିଲେ । ୨୦୧୭ ମାର୍ଚ୍ଚ ୪ ତାରିଖରେ ବେଙ୍ଗାଲୁରୁରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଲିଓନ ୨୨.୨ ଓଭର ବୋଲିଂ କରି ୫୦ ରନ୍‌ ଦେଇଥିବା ବେଳେ ୮ ୱିକେଟ ହାସଲ କରିଥିଲେ । ଏହାସହିତ ୪ ଓଭର ମେଡେନ୍‌ ମଧ୍ୟ ଦେଇଥିଲେ । ଏହି ୮ ୱିକେଟ ମଧ୍ୟରେ ସେ ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ଆର. ଅଶ୍ବିନ, ଋଦ୍ଧିମାନ ଶାହା, ରବୀନ୍ଦ୍ର ଜାଡେଜା, କେ.ଏଲ ରାହୁଲ ଓ ଈଶାନ୍ତ ଶର୍ମାଙ୍କ ୱିକେଟ ନେଇଥିଲେ । ମାତ୍ର ମ୍ୟାଚର ୨ୟ ଇନିଂସରେ ତାଙ୍କୁ ଗୋଟିଏ ୱିକେଟ ବି ମିଳିନଥିଲା । ଏହି ଟେଷ୍ଟ ମ୍ୟାଚରେ ଭାରତ ୭୫ ରନରେ ବିଜୟ ହାସଲ କରିଥିଲା ।

Last Updated : Mar 2, 2023, 10:57 PM IST

ABOUT THE AUTHOR

...view details