ଓଡିଶା

odisha

ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ T20 ସିରିଜ ବାତିଲ

By

Published : Feb 9, 2022, 4:50 PM IST

କୋଭିଡ-୧୯ ପ୍ରତିବନ୍ଧକ କାରଣରୁ କଟକଣା କାରଣରୁ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ T-20 ସିରିଜ ବାତିଲ । ଅଧିକ ପଢନ୍ତୁ

ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ T-20 ସିରିଜ୍ ବାତିଲ୍
ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ T-20 ସିରିଜ୍ ବାତିଲ୍

ମେଲବର୍ଣ୍ଣ: ଆସନ୍ତା ମାସ ହେବାକୁ ଥିବା ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ T-20 ସିରିଜ ବାତିଲ । ନ୍ୟୁଜିଲ୍ୟାଣ୍ଡ ସୀମାରେ ଲାଗୁ କୋଭିଡ-୧୯ ପ୍ରତିବନ୍ଧକ କାରଣରୁ ଏହି ୩ ଟିକିଆ T-20 ସିରିଜ ବାତିଲ ହୋଇଛି । ନ୍ୟୁଜିଲାଣ୍ଡର ନେପିୟରରେ ଏହି ମ୍ୟାଚ୍ ଖେଳା ଯାଇଥାନ୍ତା ।

ଏହା ମଧ୍ୟ ପଢନ୍ତୁ:- Ind vs WI 2nd ODI: ଟସ ହାରି ଭାରତର ବ୍ୟାଟିଂ ଜାରି, ଇଷାନଙ୍କ ସ୍ଥାନରେ ରାହୁଲ

କ୍ରିକେଟ ଅଷ୍ଟ୍ରେଲିଆ(CA) ଏବଂ ନ୍ୟୁଜିଲାଣ୍ଡ କ୍ରିକେଟ(NZC) ମ୍ୟାଚ୍ ବାତିଲ୍ ନେଇ ମିଳିତ ଭାବେ ନିଷ୍ପତ୍ତି ନେଇଛି । ଏନେଇ କ୍ରିକେଟ ଅଷ୍ଟ୍ରେଲିଆ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ମାର୍ଚ୍ଚ ୧୭, ୧୮ ଏବଂ ୨୦ ରେ ସିରିଜ୍ ଆରମ୍ଭ ହୋଇଥାନ୍ତା । ନ୍ୟୁଜିଲାଣ୍ଡ ପକ୍ଷରୁ ଏହି ତିନି ଦିନିଆ T-20 ସିରିଜ ଆୟୋଜନ କରା ଯାଇଥିଲା । ବର୍ତ୍ତମାନ ସରକାର ସୀମାରେ ଲଗାଇଥିବା କଟକଣା କାରଣରୁ ମ୍ୟାଚ ବାତିଲ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ଫେବୃଆରୀ ୧୭ରୁ ରଣଜୀ ଟ୍ରଫି ୨୦୨୨

କ୍ରିକେଟ ଅଷ୍ଟ୍ରେଲିଆ CEO ନିକ୍ ହକଲି କହିଛନ୍ତି ଯେ, ମ୍ୟାଚ୍ ଆୟୋଜନ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟକୁ ଅଶେଷ ଅଶେଷ ଧନ୍ୟବାଦ, କିନ୍ତୁ ଦୁର୍ଭାଗ୍ୟବଶତଃ ମ୍ୟାଚ ଅନୁଷ୍ଠିତ ହୋଇପାରୁ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details