ଓଡିଶା

odisha

ETV Bharat / sports

ଅଷ୍ଟ୍ରେଲିଆ ଠାରୁ ୯ ୱିକେଟରେ ହାରିଲା ଭାରତୀୟ ମହିଳା ଟିମ - ମିତାଲି ରାଜ

କ୍ୟାପଟେନ ମିତାଲି ରାଜଙ୍କ ସ୍ମରଣୀୟ ଇଂନିସ ସତ୍ତ୍ବେ ଅଷ୍ଟ୍ରେଲିଆ ଠାରୁ ୯ ୱିକେଟରେ ପରାସ୍ତ ହେଲା ଭାରତୀୟ ମହିଳା କ୍ରିକେଟ ଟିମ । ଅଧିକ ପଢନ୍ତୁ...

Australia too good for struggling India, win by nine wickets in first ODI
ଅଷ୍ଟ୍ରେଲିଆ ଠାରୁ ୯ ୱିକେଟରେ ହାରିଲା ଭାରତୀୟ ମହିଳା ଟିମ

By

Published : Sep 21, 2021, 5:19 PM IST

Updated : Sep 21, 2021, 5:34 PM IST

ମାକେ:କ୍ୟାପଟେନ ମିତାଲି ରାଜଙ୍କ ସ୍ମରଣୀୟ ଇଂନିସ ସତ୍ତ୍ବେ ଅଷ୍ଟ୍ରେଲିଆ ଠାରୁ ୯ ୱିକେଟ ପରାସ୍ତ ହେଲା ଭାରତୀୟ ମହିଳା କ୍ରିକେଟ ଟିମ । ଡାର୍ସି ବ୍ରାଉନଙ୍କ ୪ ୱିକେଟ ଦଖଲ, ଆଲେସ ହେଲି ଓ ରାଚେଲ ହେଇନ୍‌ସଙ୍କ ୧୨୬ ରନ୍‌ର ରେକର୍ଡ ଭାଗିଦାରୀ ବଳରେ ପ୍ରଥମ ଦିନିକିଆରେ ମଙ୍ଗଳବାର ଏକତରଫା ବିଜୟ ହାସଲ କରିଛି ଘରୋଇ ଅଷ୍ଟ୍ରେଲିଆ । ଫଳରେ ଏହି ବିଜୟ ସହିତ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି। ଏଥିସହିତ ମେଗ ଲାନିଙ୍ଗଙ୍କ ଟିମ ଲଗାତାର ୨୫ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଅପରାଜେୟ ରହିବାର ରେକର୍ଡ କରିଛି ।

କଙ୍ଗାରୁ ଟିମ ସାମ୍ନାରେ ୨୨୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ । ଘରୋଇ ଟିମର ଦୁଇ ଓପନିଂ ବ୍ୟାଟର ହେଇନ୍‌ସ ହେଲି ପ୍ରଥମ ୧୦ ଓଭରରୁ ୫୨ ରନ୍‌ ଉଠାଇ ଟିମକୁ ଭଲ ଆରମ୍ଭ ଦେବାସହ ବିଜୟର ମୂଳଦୁଆ ପକାଇଥିଲେ । ଇଂନିସର ୧୮ ଓଭର ମଧ୍ୟରେ ଉଭୟ ୧୦୦ ରନ ଭାଗିଦାରୀ ପୂରଣ କରିଥିଲେ । ହେଲି ଅଧିକ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ତେବେ ୨୨ତମ ଓଭରରେ ପୁନମ ଯାଦବ ଏହି ଯୋଡିକୁ ଭାଙ୍ଗିବା ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ହେଲିଙ୍କ ୭୭ ରନରେ ଆଉଟ୍‌ କରି ପାଭିଲିୟମ ଫେରାଇବା ପରେ ୧୨୬ ରନ୍‌ର ଓପନିଂ ଭାଗିଦାରୀ ଶେଷ ହୋଇଥିଲା ।

ଏହାପରେ ଅଷ୍ଟ୍ରେଲିଆ କ୍ୟାପଟେନ୍‌ ମେଗ ଲାନିଙ୍ଗ୍‌ ହେଇନ୍‌ସଙ୍କ ସହ ମିଶି ବିଜୟ ଲକ୍ଷ୍ୟ ହାସଲ କରିଥିଲେ । ହେଇନ୍‌ସ ଅପରାଜିତ ୯୩ ଓ ଲାନିଙ୍ଗ୍‌ ୫୩ ରନ୍‌ର ଇଂନିସ ସହ ୫୪ ବଲ୍‌ ବାକିଥାଇ ଟିମକୁ ବିଜୟୀ କରାଇଥିଲେ । ସିରିଜର ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ଶୁକ୍ରବାର ଖେଳାଯିବ ।

ପୂର୍ବରୁ ଭାରତ ପକ୍ଷରୁ କ୍ୟାପଟେନ ମିତାଲି ରାଜ ୬୧ ରନ୍‌ର ଅର୍ଦ୍ଧଶତକୀୟ ଇଂୱିସ ଖେଳିଥିଲେ । ମିତାଲିଙ୍କ ବ୍ୟତୀତ ୟାସ୍ତିକା ଭାଟିଆ ୩୫ ରନ୍‌ର ଉପଯୋଗୀ ଇଂନିସ ଖେଳିଥିଲେ । ଦୁଇ ଓପନ ଶେଫାଳି ବର୍ମା ଓ ସ୍ମୃତି ମାନ୍ଧାନା ପ୍ରଥମ ୪ ଓଭରରୁ ଦ୍ରୁତ ୩୧ ରନ ସଂଗ୍ରହ କରିଥିଲେ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ଉଭୟ ଶେଫାଳି (୮) ଓ ମାନ୍ଧାନା(୧୬) ବ୍ରାଉନଙ୍କ ଶିକାର ହୋଇଥିଲେ ।

ଫଳରେ ଷଷ୍ଠ ଓଭର ସୁଦ୍ଧା ୩୮ ରନ୍‌ରେ ଦୁଇ ୱିକେଟ ହରାଇ ସଂଘର୍ଷ କରିଥିଲା । ତେବେ ମିତାଲି ତୃତୀୟ ୱିକେଟ ଯୋଡିରେ ୟାସ୍ତିକାଙ୍କ ସହ ମିଶି ୭୭ ରନ ଯୋଡି ଭାରତୀୟ ଇଂନିସକୁ ସମ୍ଭାଳିଥିଲେ । ମାତ୍ର ବ୍ରାଉନଙ୍କ ୪ଟି ୱିକେଟ ବଳରେ ଅଷ୍ଟ୍ରେଲିଆ, ଭ୍ରମଣକାରୀ ଟିମକୁ ୨୨୫ ରନ୍‌ରେ ରୋକିବାରେ ସଫଳ ହୋଇଥିଲା ।

ସଂକ୍ଷିପ୍ତ ସ୍କୋର: ଭାରତ ୨୨୫/୮(ମିତାଲି ରାଜ ୬୧, ୟାସ୍ତିକା ଭାଟିଆ ୩୫; ଡାର୍ସି ବ୍ରାଉନ ୪/୩୩) ବନାମ ଅଷ୍ଟ୍ରେଲିଆ ୨୨୭/୧(ରାଚେଲ ହେଇନିସ ୯୩*, ଆଲେସ ହେଲି ୭୭; ପୁନମ ଯାଦବ ୧-୫୮ ) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 21, 2021, 5:34 PM IST

ABOUT THE AUTHOR

...view details