ଓଡିଶା

odisha

ETV Bharat / sports

AUS vs IND Test Series: ଅଷ୍ଟ୍ରେଲିଆ ଟିମ ଘୋଷଣା, ସ୍ଥାନ ପାଇଲେ ୨୨ ବର୍ଷୀୟ ବୋଲର

ଫେବୃଆରୀ ୯ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଭାରତ । ଏନେଇ ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆର ୧୮ ଜଣିଆ ଦଳ ଘୋଷଣା ହୋଇଛି ।

By

Published : Jan 11, 2023, 9:10 PM IST

ଅଷ୍ଟ୍ରେଲିଆ ଟିମ
ଅଷ୍ଟ୍ରେଲିଆ ଟିମ

ମେଲବର୍ଣ୍ଣ: ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆର ୧୮ ଜଣିଆ ଦଳ ଘୋଷଣା ହୋଇଛି । ଏହି ସ୍କ୍ବାଡରେ ୨୨ ବର୍ଷୀୟ ସ୍ପିନର ଟୋଡ ମର୍ଫିଙ୍କୁ ସ୍ଥାନ ମିଳିଛି । ତେବେ ଏହି ୧୮ ଜଣିଆ ସ୍କ୍ବାଡରେ ଅଭିଜ୍ଞ ସ୍ପିନର ଆଦାମ ଜାମ୍ପା ବାଦ ପଡ଼ିଛନ୍ତି । ତାଙ୍କ ବଦଳରେ ଟୋଡ୍‌ ମର୍ଫିଙ୍କୁ ସ୍ଥାନ ଦିଆଯାଇଛି । ଏହି ଯୁବ ବୋଲର ପ୍ରଥମ ଶ୍ରେଣୀ କ୍ରିକେଟ ଏବଂ ଅଷ୍ଟ୍ରେଲିଆ ଏ' ଏବଂ ପ୍ରେସିଡେଣ୍ଟ ଇଲେଭେନ୍ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।

ଦଳକୁ ଫେରିଲେ ଅଲରାଉଣ୍ଡର କ୍ୟାମେରନ ଗ୍ରୀନ- ଅଲରାଉଣ୍ଡର କ୍ୟାମେରନ ଗ୍ରୀନ ଆହାତ କାରଣରୁ ଦଳରୁ ବାଦ ପଡିଥିଲେ । ଏବେ ଆହତ ସମସ୍ୟାରୁ ମୁକୁଳିବା ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ସ୍କ୍ବାଡରେ ସ୍ଥାନ ପାଇଛନ୍ତି । ଅଧିନାୟକ ପ୍ୟାଟ୍‌ କମିନ୍ସ ,କ୍ୟାମେରନଗ୍ରୀନଙ୍କ ଦଳକୁ ଫେରିବା ନେଇ ଖୁସି ବ୍ୟକ୍ତ କରିଛନ୍ତି । କ୍ୟାମେରନ ଗ୍ରୀନ୍‌ ଦଳର ମିଡିଲ ଅର୍ଡର ମେରୁଦଣ୍ଡ ହେବା ସହିତ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ବ୍ୟାଟିଂ ଲାଇନ ଅପକୁ ସମ୍ଭାଳିଥାନ୍ତି । ପ୍ୟାଟ୍‌ କମିନ୍ସ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଶେଷ ହେବା ପରେ କହିଥିଲେ, "ଭାରତ ବିପକ୍ଷରେ ତାଙ୍କ ଘରୋଇ ମାଟିରେ ଖେଳିବା ଦଳ ପାଇଁ ଆହ୍ବାନ ରହିବ । ଭାରତର ପିଚ୍ ସ୍ପିନରଙ୍କୁ ଅଧିକ ସୁହାଇବ ।

ଫେବୃଆରୀ ୯ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଭାରତ । ଫେବୃଆରୀ ୯ ତାରିଖରୁ ମାର୍ଚ୍ଚ ୧୫ ତାରିଖ ଯାଏଁ ଚାରି ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଭାରତ । ଏହା ପରେ ମାର୍ଚ୍ଚ ୧୭ ତାରିଖରୁ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ଟିକିଆ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ ।

ଟେଷ୍ଟ ସିରିଜ-ପ୍ରଥମ ଟେଷ୍ଟ ମ୍ୟାଚ୍ - ନାଗପୁର - ଫେବୃଆରୀ ୯ରୁ - ଫେବୃଆରୀ ୧୩ ତାରିଖ, ଦ୍ବିତୀୟ ଟେଷ୍ଟ ମ୍ୟାଚ୍ - ଦିଲ୍ଲୀ - ଫେବୃଆରୀ ୧୭ରରୁ - ଫେବୃଆରୀ ୨୧ ତାରିଖ, ତୃତୀୟ ଟେଷ୍ଟ ମ୍ୟାଚ୍ - ଧର୍ମଶାଳା - ମାର୍ଚ୍ଚ ୧ରୁ - ମାର୍ଚ୍ଚ ୫ ତାରିଖ, ଚତୁର୍ଥ ଟେଷ୍ଟ ମ୍ୟାଚ୍ - ଅହମ୍ମଦାବାଦ - ମାର୍ଚ୍ଚ ୯ ରୁ - ମାର୍ଚ୍ଚ ୧୫ ତାରିଖ

ଦିନିକିଆ ସିରିଜ୍-ପ୍ରଥମ ଦିନିକିଆ - ମାର୍ଚ୍ଚ ୧୭ ତାରିଖ - ମୁମ୍ବାଇ, ଦ୍ବିତୀୟ ଦିନିକିଆ - ମାର୍ଚ୍ଚ ୧୯ ତାରିଖ - ଭାଇଜାଗ, ତୃତୀୟ ଦିନିକିଆ - ମାର୍ଚ୍ଚ ୨୨ ତାରିଖ - ଚେନ୍ନାଇ

ଭାରତ ବିପକ୍ଷ ଅଷ୍ଟ୍ରେଲିଆ ଟେଷ୍ଟ ସ୍କ୍ବାଡ - ପେଟ କମିନ୍ସ (ଅଧିନାୟକ), ଏସ୍ଟନ ଏଗର, ସ୍କୋଟ ବୋଲେଣ୍ଡ, ଏଲେକ୍ସ କେରୀ, କେମରନ ଗ୍ରୀନ, ପିଟର ହେଣ୍ଡସକମ୍ବ, ଜୋଶ ହେଜେଲଉଡ, ତ୍ରାବିଶ ହେଡ, ଉସମାନ ଖ୍ବାଜା, ମାରନସ ଲବସଚଗନେ, ନାଥନ ଲିୟୋନ, ଲାଂସ ମୋରିସ, ଟୋଡ ମର୍ଫି, ମାଥ୍ୟୁ ରେନସୋ, ଷ୍ଟିଭ୍‌ ସ୍ମଥ୍‌, ମିଶେଲ୍‌ ସ୍ଟାର୍କ୍‌, ମିଶେଲ ସ୍ବେପସନ୍‌ ଏବଂ ଡେଭିଡ୍‌ ୱାର୍ଣ୍ଣର ।

ABOUT THE AUTHOR

...view details