ଓଡିଶା

odisha

ETV Bharat / sports

WTC Final: ପ୍ରଥମ ପାଳି ଶେଷ ସୁଦ୍ଧା ଭାରତ ୨୯୬ରେ ଅଲ୍‌ ଆଉଟ୍‌, ୧୭୩ ରନ ଆଗରେ ଅଷ୍ଟ୍ରେଲିଆ - ୧୭୩ ରନ ଆଗରେ ଅଷ୍ଟ୍ରେଲିଆ

ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ରେ ଭାରତର ପ୍ରଥମ ପାଳି ଶେଷ ସୁଦ୍ଧା ସମସ୍ତ ୱିକେଟ ହରାଇ ୨୯୬ ରନ ସଂଗ୍ରହ କରିଛି । ଫଳରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ଭାରତ ଠାରୁ ୧୭୩ ରନ ଆଗୁଆ ରହିଛି । ଅଧିକ ପଢ଼ନ୍ତୁ

ପ୍ରଥମ ପାଳି ଶେଷ ସୁଦ୍ଧା ଭାରତ ୨୯୬ରେ ଅଲ୍‌ ଆଉଟ୍‌
ପ୍ରଥମ ପାଳି ଶେଷ ସୁଦ୍ଧା ଭାରତ ୨୯୬ରେ ଅଲ୍‌ ଆଉଟ୍‌

By

Published : Jun 9, 2023, 7:00 PM IST

Updated : Jun 9, 2023, 7:13 PM IST

ଲଣ୍ଡନ: ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ରେ ସରିଲା ଭାରତର ପ୍ରଥମ ପାଳି । ପ୍ରଥମ ପାଳି ଶେଷ ସୁଦ୍ଧା ଭାରତ ସମସ୍ତ ୱିକେଟ ହରାଇ ୨୯୬ ରନ ସଂଗ୍ରହ କରିଛି । ଫଳରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ଭାରତ ଠାରୁ ୧୭୩ ରନ ଆଗୁଆ ରହିଛି ।

'ଦ ଓଭାଲ୍‌'ରେ ଚାଲିଥିବା ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ୍‌ରେ ପ୍ରଥମେ ବ୍ୟାଟିଂ କରି ୪୬୯ ରନର ବିଶାଳ ସ୍କୋର କରିଥିବା ଅଷ୍ଟ୍ରେଲିଆ ବର୍ତ୍ତମାନ ସୁଦ୍ଧା ମ୍ୟାଚ୍‌ରେ ଭାରତ ଠାରୁ ବହୁ ଆଗରେ ରହିଛି । ଭାରତ ପ୍ରଥମ ପାଳି ଶେଷ ସୁଦ୍ଧା ମାତ୍ର ୨୯୬ ରନ ହିଁ କରିପାରିଛି । ଫଳରେ ଭାରତ ଏବେ ମଧ୍ୟ ଅଷ୍ଟ୍ରେଲିଆ ଠାରୁ ୧୭୩ ରନ ପଛରେ ରହିଛି । ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ମାତ୍ର ୧୫୧ ରନ୍‌ରେ ୫ ୱିକେଟ ହରାଇସାରିଥିଲା । ଆଜିଙ୍କ୍ୟ ରାହାଣେ ୨୯ ରନ୍‌ ଓ ଶ୍ରୀକର ଭରତ ୫ ରନ୍‌ କରି ପିଚ୍‌ରେ ଥିଲେ ।

ତେବେ ଆଜି ଆଉ ଗୋଟିଏ ବି ରନ୍‌ ସଂଗ୍ରହ କରିବାରେ ସମର୍ଥ ହୋଇନଥିଲେ ଭରତ । ପାଳି ଆରମ୍ଭରୁ ସେ ସେହି ୫ ରନରେ ହିଁ ବୋଲାଣ୍ଡଙ୍କ ବଲରେ ପାଭିଲିୟନ ଫେରିଯାଇଥିଲେ । ଏହାପରେ ସାର୍ଦ୍ଦୁଲ ଠାକୁର ଓ ଆଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ରାହାଣେ ୧୨୯ ବଲରୁ ୮୯ ରନ କରି ଆଉଟ ହୋଇଯାଇଥିଲେ । ସେପଟେ ୧୦୯ ବଲ ଖେଳି ଗୁରୁତ୍ବପୂର୍ଣ୍ଣ ୫୧ ରନ୍‌ କରି ଆଉଟ ହୋଇଥିଲେ ସାର୍ଦ୍ଦୁଲ ଠାକୁର । ଅନ୍ୟମାନଙ୍କ ମଧ୍ୟରେ ଉମେଶ ଯାଦବ ୫ ଓ ମହମ୍ମଦ ସାମି ୧୩ ରନ କରି ପାଭିଲିୟନ ଫେରିଥିଲେ । ଫଳରେ ଭାରତ ପ୍ରଥମ ପାଳି ଶେଷ ସୁଦ୍ଧା ୨୯୬ ରନରେ ସମସ୍ତ ୱିକେଟ ହରାଇଛି ।

ସେପଟେ ଅଷ୍ଟ୍ରେଲିଆ ବୋଲରମାନେ ଭାରତର ପ୍ରଥମ ପାଳିରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଅଧିନାୟକ ପାଟ୍‌ କମିନ୍ସ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମିଚେଲ୍‌ ଷ୍ଟାର୍କ, ବୋଲାଣ୍ଡ ଓ କାମେରନ ଗ୍ରୀନ ୨ଟି ଲେଖାଏଁ ସଫଳତା ପାଇଛନ୍ତି । ସେହିପରି ନାଥନ ଲାୟନଙ୍କୁ ଗୋଟିଏ ୱିକେଟ ମିଳିଛି । ଏହାପରେ ୧୭୩ ରନରେ ଆଗୁଆ ଥିବା କଙ୍ଗାରୁ ଦଳ ପୁଣିଥରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଛି । ଦ୍ବିତୀୟ ପାଳିରେ ସେମାନଙ୍କୁ ଅଧିକ ସୁଯୋଗ ନଦେବା ପାଇଁ ଭାରତ କଣ ରଣନୀତି ଆପଣାଉଛି, ତାହାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 9, 2023, 7:13 PM IST

ABOUT THE AUTHOR

...view details