ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚାମ୍ପିଆନସିପ ମହାମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ । ବିଶ୍ବ ଟେଷ୍ଟ ଚାମ୍ପିଅନସିପ ସହ ଦୁଇଟି ଆସେସ୍ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ 17 ଜଣିଆ ଦଳ ଘୋଷଣା କରିଛି । ବହୁ ତାରକା ଖେଳାଳି ଏହି 17 ଜଣିଆ ସ୍କ୍ବାଡ୍ରେ ରହିଛନ୍ତି । ପ୍ୟାଟ୍ କମିନ୍ସ ଦଳର ନେତୃତ୍ବ ନେବେ । ଆସନ୍ତା ଜୁନ 7 ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ WTC ଫାଇନାଲ ଖେଳିବ ଭାରତ । ଜୁନ 11 ଯାଏଁ ଚାଲିବ ବିଶ୍ବ ଟେଷ୍ଟ ଚମ୍ପିଅନସିପ । ଇଂଲଣ୍ଡର ଓଭାଲରେ ମ୍ୟାଚ ଖେଳାଯିବ । ଜୁନ 16ରୁ 20 ଯାଏଁ ଆସେସ ଟେଷ୍ଟ ସିରିଜ ପ୍ରଥମ ମ୍ୟାଚ୍ ଖେଳାଯିବ ।
ଏହା ବି ପଢନ୍ତୁ...ଓଡ଼ିଶା କ୍ରିକେଟ ପ୍ରଶିକ୍ଷକ ହେଲେ ଦିନେଶ-ରୁମେଲି
ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଏକ ସନ୍ତୁଳିତ 17 ଜଣିଆ ଟିମ୍ ଘୋଷଣା କରିଛି । ପ୍ୟାଟ୍ କମିନ୍ସ ଅଧିନାୟକ ଥିବା ବେଳେ ସ୍ମିଥ୍ ଉପ ଅଧିନାୟକ ରହିଛନ୍ତି । ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଟ୍ବିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି । ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ୍ ସିରିଜର ପ୍ରଥମ ଦୁଇ ଟେଷ୍ଟର ଅଧିନାୟକ ଥିଲେ ପ୍ୟାଟ୍ କମିନ୍ସ । ତାଙ୍କ ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଦ୍ବିତୀୟ ଟେଷ୍ଟ ପରେ ତାଙ୍କୁ ଅଧାରୁ ସ୍ବଦେଶ ଫେରିବାକୁ ପଡିଥିଲା । ଫଳରେ ସ୍ମିଥ୍ ଦଳର ନେତୃତ୍ବ ନେଇଥିଲେ । ସ୍ମିଥଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ବିଜୟୀ ହୋଇଥିଲା ।