ନୂଆଦିଲ୍ଲୀ:ଆଇପିଏଲ ଖେଳୁଥିବା ଅଷ୍ଟ୍ରେଲୀୟ ଖେଳାଳିଙ୍କ ବଢିଆ ଅଡୁଆ । ଆଇପିଏଲ ଖେଳିବାକୁ ଅଷ୍ଟ୍ରେଲିଆ ଖେଳାଳି ବ୍ୟକ୍ତିଗତ ଭାବେ ଭାରତ ଯାତ୍ରା କରିଥିଲେ । ଫଳରେ ସେମାନେ ନିଜ ଦେଶକୁ ଅନୁରୂପ ଭାବେ ଫେରିବେ । ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା 'ଗାର୍ଡିଆନ'ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହା କହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ।
"ଏହା ଅଷ୍ଟ୍ରେଲିଆର ଭାରତ ଗସ୍ତ ନଥିଲା, ବ୍ୟକ୍ତିଗତ ଭାବେ ଖେଳାଳିମାନେ ଯାତ୍ରା କରିଛନ୍ତି ଓ ସେମାନେ ସେହିପରି ସ୍ବଦେଶ ଫେରିବେ ।" ଏହା କହିଛନ୍ତି ମୋରିସନ ।