କୁଇନ୍ସଲ୍ୟାଣ୍ଡ(ଅଷ୍ଟ୍ରେଲିଆ):ଦିନିକିଆ ସିରିଜ ଓ ଟେଷ୍ଟ ମ୍ୟାଚ୍ ପରେ ଅଷ୍ଟ୍ରେଲିଆ ଓ ଭାରତୀୟ ମହିଳା ଟିମ ମଧ୍ୟରେ ଆରମ୍ଭ ହୋଇ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ । ତେବେ କୁଇନ୍ସଲ୍ୟାଣ୍ଡର କାରାରା ଓଭାଲ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଉଥିବା ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ଘୋଷଣା ହୋଇଛି ।
ଟସ୍ ଜିତି ଘରୋଇ ଟିମର କ୍ୟାପେଟନ୍ ମେଗ ଲାନିଙ୍ଗ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଓ ଭ୍ରମଣକାରୀ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଭାରତୀୟ ଇଂନିସର ୧୫.୨ ଓଭର ଖେଳାଯାଇଥିଲା । ମାତ୍ର ବର୍ଷା ଯୋଗୁଁ ଖେଳକୁ ପ୍ରଥମେ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା ।