ଦୁବାଇ:ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀ ନଭେମ୍ବର ୫ରେ ୨୯ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କର ବୟଫ୍ରେଣ୍ଡ ତଥା କ୍ରିକେଟର କେଏଲ ରାହୁଲ ଏକ ସୁନ୍ଦର ଫଟୋ ସେୟାର କରିବା ସହ ଆଥିୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଫଟୋ ସହିତ ଆଥିୟା ଓ କେଏଲ ରାହୁଲ ଖାସ୍ ଦିନରେ ନିଜର ପ୍ରେମ ସଂପର୍କର ଖୁଲାସା କରିଛନ୍ତି । ଏଯାବତ କେବଳ ପ୍ରେମ ନେଇ ଚର୍ଚ୍ଚା ହେଉଥିଲା, ମାତ୍ର ଏବେ ଉଭୟ ଏହି ସଂପର୍କରେ ମୋହର ଲଗାଇଛନ୍ତି ।
କ୍ରିକେଟର କେଏଲ ରାହୁଲ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋ ସହିତ କ୍ୟାପ୍ସନରେ ରାହୁଲ ଲେଖିଛନ୍ତି, 'ହାପି ବର୍ଥ ଡେ.. ମାଇଁ ହାର୍ଟ' ।