ହାଙ୍ଗଝୌ:ଏସୀୟ କ୍ରୀଡାର ମହିଳା ଟି-ଟ୍ବେଣ୍ଟି କ୍ରିକେଟ ପ୍ରତିଯୋଗିତାରେ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ଭାରତୀୟ ଦଳ । ବର୍ଷା ଯୋଗୁଁ ଭାରତ ଓ ମାଲେସିଆ ମଧ୍ୟରେ ଖେଳାଯାଉଥିବା କ୍ବାର୍ଟର ଫାଇନାଲ ମ୍ୟାଚ ବାତିଲ ହୋଇଥିଲା । ଆଇସିସି ମାନ୍ୟତା ତାଲିକା ଅନୁସାରେ ଭାରତ ଟପରେ ରହିଛି । ତେଣୁ ଦଳ ସେମି ଫାଇନାଲରେ ପ୍ରବେଶ କରିଛି । ଅନ୍ୟପଟେ ପାକିସ୍ତାନ ଓ ଇଣ୍ଡୋନେସିଆ ମଧ୍ୟରେ ଖେଳାଯିବାକୁ ଥିବା କ୍ବାର୍ଟର ଫାଇନାଲ ମ୍ୟାଚ ବି ବର୍ଷା ଯୋଗୁଁ ବାତିଲ ହୋଇଛି । ଆଇସିସି ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ରହିଥିବା ଭାରତର ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ମଧ୍ୟ ସେମି ଫାଇନାଲରେ ପ୍ରବେଶ କରିଛି । ମାଲେସିଆ ଓ ଇଣ୍ଡୋନେସିଆର ଅଭିଯାନ ଶେଷ ହୋଇଛି ।
ଭାରତ ଓ ମାଲେସିଆ ମଧ୍ୟରେ ଖେଳାଯାଉଥିବା କ୍ବାର୍ଟର ଫାଇନାଲ ମ୍ୟାଚରେ ବ୍ଯାଟିଂ ଆମନ୍ତ୍ରଣ ପାଇ ଭାରତ ପ୍ରଥମ ବ୍ୟାଟିଂ କରୁଥିଲା । ଭାରତ ନିର୍ଦ୍ଧାରିତ 20 ଓଭରରେ 2ଟି ୱିକେଟରେ 173 ରନ୍ କରିଥିଲା । ଓପନିଂ ଯୋଡ଼ି ସ୍ମୃତି ମାନ୍ଧନା ଓ ଶେଫାଳି ବର୍ମା ଧୂଆଧାର ବ୍ୟାଟିଂ କରିଥିଲେ । ଉଭୟ 57ରନ ଯୋଡିଥିଲେ । ମାନ୍ଧନା 5ଟି ଚୌକା ମାରି 27ରନ କରିଥିଲେ । ଶେଫାଳି ବର୍ମା ଧୂଆଁଧାର ଅର୍ଦ୍ଧଶତକ ହାସଲ କରିଥିଲେ । ତୃତୀୟ ନମ୍ବରେ ବ୍ୟାଟିଂ କରିବାକୁ ଆସିଥିବା ଜେମିମା କ୍ରିଜରେ ଯୋଗ ଦେଇ ଦଳୀୟ ସ୍କୋର୍କୁ ଆଗକୁ ନେଇଥିଲେ ।
ଏହା ବି ପଢନ୍ତୁ...India vs Australia: ଆଜି ପ୍ରଥମ ଦିନିକିଆ, ବିଶ୍ବକପ ପୂର୍ବରୁ ଶେଷ ପରୀକ୍ଷା