ଓଡିଶା

odisha

ETV Bharat / sports

ଶ୍ରୀଲଙ୍କା ପରିବର୍ତ୍ତେ UAEରେ ଖେଳାଯିବ ଏସିଆ କପ୍‌ ୨୦୨୨ - ଶ୍ରୀଲଙ୍କା କ୍ରିକେଟ ବୋର୍ଡ

ଦ୍ବୀପ ଦେଶରେ ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତା କାରଣରୁ ଏସିଆ କପ୍‌ ଟି୨୦(Asia Cup T20) ଆୟୋଜନ କରିବାକୁ ଅସମର୍ଥ ବୋଲି ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ(SLC), ଏସିଆନ କ୍ରିକେଟ କାଉନସିଲକୁ(ACC) ଅବଗତ କରିସାରିଛି । ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଟି୨୦ ଫର୍ମାଟରେ ଚଳିତ ବର୍ଷ ଖେଳାଯିବା ନେଇ ସୂଚୀ ରହିଛି । ଅଧିକ ପଢନ୍ତୁ

ASIA CUP MOVED TO THE UAE INDIA TO HOST SOUTH AFRICA AUSTRALIA IN SEP OCT
ଶ୍ରୀଲଙ୍କା ପରିବର୍ତ୍ତେ UAEରେ ଖେଳାଯିବ ଏସିଆ କପ୍‌ ୨୦୨୨

By

Published : Jul 22, 2022, 1:41 PM IST

ମୁମ୍ବାଇ: ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ୍‌ର(Asia Cup 2022) ୨୦୨୨ ସଂସ୍କରଣ UAEକୁ ସ୍ଥାନାନ୍ତର ହୋଇଛି । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ବୋର୍ଡର ଆପେକ୍ସ କାଉନସିଲ ବୈଠକ ପରେ ଗାଙ୍ଗୁଲି କହିଛନ୍ତି ଯେ, "ଏସିଆ କପ୍‌ UAEରେ ଅନୁଷ୍ଠିତ ହେବ, କାରଣ ଏହା ଏକମାତ୍ର ସ୍ଥାନ ଯେଉଁଠାରେ ବର୍ଷାର ଭୟ ନାହିଁ ।"

ଦ୍ବୀପ ଦେଶରେ ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତା କାରଣରୁ ଏସିଆ କପ୍‌ ଟି୨୦(Asia Cup T20) ଆୟୋଜନ କରିବାକୁ ଅସମର୍ଥ ବୋଲି ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ(SLC), ଏସିଆନ କ୍ରିକେଟ କାଉନସିଲକୁ(ACC) ଅବଗତ କରିସାରିଛି । ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଟି୨୦ ଫର୍ମାଟରେ ଚଳିତ ବର୍ଷ ଖେଳାଯିବା ନେଇ ସୂଚୀ ରହିଛି ।

ଏକ ପ୍ରମୁଖ କ୍ରିକେଟ ୱେବସାଇଟର ରିପୋର୍ଟ ଅନୁଯାୟୀ, ଦୀର୍ଘ ସମୟ ଧରି ଚାଲିଥିବା ବୈଠକରେ BCCI, ସେପ୍ଟେମ୍ବର ଓ ଅକ୍ଟୋବରରେ ଭାରତର ଦ୍ବିପାକ୍ଷିକ ସିରିଜର ଭେନ୍ୟୁ ନେଇ ଆଲୋଚନା ହୋଇଥିଲା । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସୀମିତ ଓଭର ସିରିଜ ପାଇଁ ଭାରତ ଗସ୍ତରେ ଆସିବାର ସୂଚୀ ରହିଛି । ସେପ୍ଟେମ୍ବର ୨୦, ୨୩ ଓ ୨୫ରେ ଯଥାକ୍ରମେ ମୋହାଲି, ନାଗପୁର ଓ ହାଇଦ୍ରାବାଦରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଟି୨୦ ମ୍ୟାଚ୍‌ ଖେଳିବ ଭାରତ । ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଥୀରୁଅନନ୍ତପୁରମ, ଗୌହାଟୀ ଓ ଇନ୍ଦୋରରେ ଯଥାକ୍ରମେ ସେପ୍ଟେମ୍ବର ୨୮, ଅକ୍ଟୋବର ୧ ଓ ୩ରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବାନେଇ ସୂଚୀ ରହିଛି ।

ଏଥିସହ ଦକ୍ଷିଣ ଆଫ୍ରିକୀୟ ଟିମ ବିପକ୍ଷରେ ରାଞ୍ଚି, ଲକ୍ଷ୍ନୌ ଓ ଦିଲ୍ଲୀରେ ଟିମ ଇଣ୍ଡିଆ ଅକ୍ଟୋବର ୬, ୯ ଓ ୧୧ରେ ଦିନିକିଆ ସିରିଜ ଖେଳିବା ନେଇ ସୂଚୀ ରହିଛି । ମାର୍ଚ୍ଚ ୨୦୨୦ରେ ମହାମାରୀ COVID-19 ପାଇଁ ଏହି ସିରିଜ ସ୍ଥଗିତ ରହିଥିଲା । ଏହି ସିରିଜ ICC ODI ସୁପର ଲିଗ୍‌ ଅନ୍ତର୍ଗତ ଖେଳାଯିବ ।

ABOUT THE AUTHOR

...view details