ଲାହୋର: ହାଇପ୍ରୋଫାଇଲ ଏସିଆ କପ କ୍ରିକେଟରେ ଆଜି ଷଷ୍ଠ ଲିଗ ମ୍ୟାଚ ଖେଳାଯିବ । ଏଥିରେ ଗ୍ରୁବ ବିରେ ଥିବା ଡିଫେଣ୍ଡି ଚାମ୍ପିଆନ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଲଢେଇ ହେବ । ଶ୍ରୀଲଙ୍କା ଆଫଗାନିସ୍ତାନକୁ ପରାସ୍ତ କରି ବିଜୟଧାରା ଜାରି ରଖିବାକୁ ଲକ୍ଷ୍ୟ ରଖିଛି । ସେହିପରି ଆଫଗାନିସ୍ତାନ ପାଇଁ ଆଜିର ମ୍ୟାଚ କର ବା ମର ସ୍ଥିତି ହୋଇଛି । ଯଦି ଆଫଗାନିସ୍ତାନ ଏହି ମୁକାବିଲା ହାରେ ତେବେ ଦଳର ଏସିଆ କପ ଅଭିଯାନ ଶେଷ ହେବ । ଶ୍ରୀଲଙ୍କା ଆଫଗାନିସ୍ତାନକୁ ହରାଇ ସୁପର 4ରେ ପ୍ରବେଶ କରିବାକୁ ପ୍ରୟାସ କରିବ । ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ।
ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ:ଶ୍ରୀଲଙ୍କା ତାର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ।ବାଂଲାଦେଶକୁ 5 ୱିକେଟରେ ପରାସ୍ତ କରି ବିଜୟ ଖାତା ଖୋଲିଥିଲା ଶ୍ରୀଲଙ୍କା । ଶ୍ରୀଲଙ୍କା ବୋଲର ମଥିଶା ପତିରଣା ଘାତକ ସାବ୍ୟସ୍ତ ହୋଇଥିଲେ । 4 ୱିକେଟ ସଫଳତା ପାଇଥିବା ମଥିଶା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଆଜି ତାଙ୍କ ପାଖରୁ ସମାନ ପ୍ରଦର୍ଶନ ଆଶା କରାଯାଉଛି । ଉଭୟ ବୋଲିଂ ଓ ବ୍ୟାଟିରେ ଶୃଙ୍ଖଳିତ ପ୍ରଦର୍ଶନ କରି ବାଂଲାଦେଶ ବିପକ୍ଷରେ ଏକ ସହଜ ବିଜୟ ହାସଲ କରିଥିଲା ଡିଫେଣ୍ଡିଂ ଚମ୍ପିଆନ । ଆଶାଲଙ୍କା ଅପରାଜିତ 62 ରନ ଦଳର ବିଜୟରେ ଉପଯୋଗୀ ରନ ସାବ୍ୟସ୍ତ ହୋଇଥିଲା । ଆଜି ମଧ୍ୟ ଆଶାଲଙ୍କାଙ୍କ ବ୍ୟାଟିଂରୁ ସମାନ ପ୍ରଦର୍ଶନ ଆଶା କରାଯାଉଛି । ଦଳ ଆଜି ତାର ଦ୍ବିତୀୟ ଲିଗ ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରି ସୁପର4ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ।
ଆଫଗାନିସ୍ତାନ ପାଇଁ ଆଜିର ମ୍ୟାଚ କର ବା ମର ସଦୃଶ ହୋଇଛି । ବାଂଲାଦେଶ ବିପକ୍ଷରେ ଆଫଗାନିସ୍ତାନ ତାର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିଲା । 89 ରନରେ ବାଂଲାଦେଶଠୁ ପରାସ୍ତ ହୋଇଥିଲା । ଆଜି ଯଦି ଦଳ ପରାସ୍ତ ହୁଏ ତେବେ ତାର ଏସିଆ କପ ଅଭିଯାନ ଶେଷ ହୋଇଯିବ । ତେଣୁ ବାଂଲାଦେଶ ବିପକ୍ଷରେ ସମସ୍ତ ତ୍ରୁଟି ସୁଧାରି ଖେଳଇବାକୁ ପ୍ରୟାସ କରିବା ଆଫଗାନିସ୍ତାନ । ବାଂଲାଦେଶ ବିପକ୍ଷରେ ଇବ୍ରାହିମ ଜର୍ଦ୍ଦାନ ୭୫ ରନ କରିଥିବା ବେଳେ ହସମତୁଲ୍ଲା ଶାହିଦି ୫୧ରନ କରିଥିଲେ । ତେଣୁ ଆଜି ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରୁଛନ୍ତି ପ୍ରଶଂସକ । ରାସିଦ ଖାନଙ୍କ ବୋଲିଂ ଉପରେ ସମସ୍ତଙ୍କ ନଜର ରହିବ ।