ଓଡିଶା

odisha

ETV Bharat / sports

PCBକୁ ଝଟକା: ପାକିସ୍ତାନରେ ହେବନି ଏସିଆ କପ୍‌ ! ହାଇବ୍ରିଡ୍‌ ମୋଡ୍‌ରେ ଆୟୋଜନକୁ ACCର ଅଗ୍ରାହ୍ୟ - ଏସିଆ କପ୍ 2023

ଏସିୟ କ୍ରିକେଟ ପରିଷଦ(ଏସିସି) ସଦସ୍ୟ ହାଇବ୍ରିଡ ମୋଡ୍‌ରେ ଏସିଆ କପ୍‌ ଆୟୋଜନକୁ ଅଗ୍ରାହ୍ୟ କରିବା ପରେ ଏବେ ପିବିସିକୁ ଝଟକା ଲାଗିଛି । ପାକିସ୍ତାନରେ ଏସିଆ କପ୍ 2023 ଆୟୋଜନ ନେଇ ଏବେ ବି ସନ୍ଦେହ ଲାଗି ରହିଛି । ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟ୍‌ ଆୟୋଜନ ପାଇଁ ଶ୍ରୀଲଙ୍କା ନାମ ସବୁଠୁ ଆଗରେ ରହିଛି । ଅଧିକ ପଢନ୍ତୁ

ପାକିସ୍ତାନରେ ହେବନି ଏସିଆ କପ୍
Asia Cup 2023 not to be held in Pakistan

By

Published : May 9, 2023, 9:09 AM IST

ହାଇଦ୍ରାବାଦ:ପାକିସ୍ତାନ କ୍ରିକେଟ୍‌ ବୋର୍ଡକୁ ଝଟକା ଲାଗିଛି । ପାକିସ୍ତାନରେ ହେବ ନାହିଁ ଏସିଆ କପ୍ । ସେପ୍ଟେମ୍ବରରେ ହେବାକୁ ଥିବା ଏସିଆ କପ୍‌କୁ ପାକିସ୍ତାନ ବାହାରେ କରିବାକୁ ନିଷ୍ପତ୍ତି ନେଇଛି ଏସୀୟ କ୍ରିକେଟ ପରିଷଦ(ଏସିସି) । ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବାରୁ ମନା କରିଦେବା ପରେ ପିସିବି ଏକ ହାଇବ୍ରିଡ ମଡେଲ ପ୍ରସ୍ତାବ ଦେଇଥିଲା ଯାହାକୁ ଏସିସି ଅଗ୍ରାହ୍ୟ କରିଛନ୍ତି । ସେପ୍ଟେମ୍ବର 2ରୁ 27 ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଯୋଜନା ରହିଛି । ପାକିସ୍ତାନରେ ଏସିଆ କପ୍ ନ କରିବାକୁ ନିଷ୍ପତ୍ତ ନିଆଯିବା ପରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଶ୍ରୀଲଙ୍କା ନାମ ସବୁଠୁ ଆଗରେ ରହିଛି । ତେବେ ଦେଖିବାକୁ ବାକି ରହିଲା ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛି ନା ନାହିଁ ।

ଏହା ବି ପଢନ୍ତୁ...WTC Final: ରାହୁଲଙ୍କ ସ୍ଥାନରେ କିଶାନ ସାମିଲ, ଜାଣନ୍ତୁ ଆଉ କାହାକୁ ମିଳିଲା ସୁଯୋଗ

ଦୁଇ ଦେଶ ମଧ୍ୟରେ ଥିବା ରାଜନୈତିକ ଅସ୍ଥିରତା କାରଣ ପାଇଁ ବିସିସିଆଇ ଏସିଆ କପ୍ ପାଇଁ ଭାରତୀୟ କ୍ରିକେଟ ଟିମ୍‌କୁ ପଡୋଶୀ ପାକିସ୍ତାନକୁ ପଠାଇବାକୁ ମନା କରିଥିଲା । ଏହା ପରେ ପିସିବି ଏକ ବିକଳ୍ପ ପ୍ରସ୍ତାବ ଦେଇଥିଲା । ଏହା 'ହାଇବ୍ରିଡ ମଡେଲ ପ୍ଲାନ' ପ୍ରସ୍ତାବ ଦେଇଥିଲା ପାକିସ୍ତାନ କ୍ରିକେଟ ବୋର୍ଡ । ଏହି ମଡେଲ ଅନୁସାରେ ଭାରତ ତାର ଏସିଆ କପ ମ୍ୟାଚ ୟୁଏଇରେ ଖେଳିଥାନ୍ତା ଏବଂ ପାକିସ୍ତାନ ତାର ମ୍ୟାଚ ଘରୋଇ ଗ୍ରାଉଣ୍ଡରେ ଖେଳିଥାଆନ୍ତା । ଏହି ପ୍ରସ୍ତାବକୁ ଏସିସି ସଦସ୍ୟ ରାଷ୍ଟ୍ରମାନେ ପ୍ରତ୍ୟାଖାନ କରି ଦେଇଛନ୍ତି ।

ଏହା ବି ପଢନ୍ତୁ...Stalin on Dhoni: ମୁଁ ବି ଧୋନୀଙ୍କ ବଡ଼ ଫ୍ୟାନ କହିଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ

ଏସିସି ସୁତ୍ର ଅନୁସାରେ, ସେପ୍ଟେମ୍ବର 2ରୁ 17 ତାରିଖ ଯାଏଁ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ଏହି ସୟମରେ ୟୁଏଇରେ ପ୍ରବଳ ଗରମ ପଡୁଥିବାରୁ ସମସ୍ୟା ଦେଖା ଦେଇପାରେ । ଖେଳାଳିଙ୍କ ଆହତ ସମସ୍ୟା ବଢିପାରେ । ଏହି ସମସ୍ୟାକୁ ଏଡାଇବାକୁ ଏସିସି ଏବେ ଶ୍ରୀଲଙ୍କାକୁ ଆୟୋଜନ ଅଧିକାର ପ୍ରଦାନ କରିବା ସମ୍ଭାବନା ବଢି ଯାଇଛି ।

ପିସିବି ଅଧ୍ୟକ୍ଷ ନଜମ ସେଠୀ ଦୁବାଇରେ ନିଜର 'ହାଇବ୍ରିଡ ମଡେଲ' ପାଇଁ ସମର୍ଥନ ଲୋଡିଥିଲେ । ଭାରତର ସମସ୍ତ ମ୍ୟାଚ ବ୍ୟତୀତ ଅନ୍ୟ ମୁକାବିଲା ପାଇଁ ପାକିସ୍ତାନର କରାଚି ଓ ଲାହୋରର ବିକଳ୍ପ ଦେଇଥିଲେ । ମାତ୍ର ଶ୍ରୀଲଙ୍କା ଓ ବାଂଲାଦେଶ ଏଥିରେ ରାଜି ହୋଇନଥିଲେ । ଶ୍ରୀଲଙ୍କା ସବୁବେଳେ ବିସିସିଆଇ ସହିତ ରହିଥିଲା ଏବେ ବାଂଲାଦେଶ କ୍ରିକେଟ ବୋର୍ଡ ଏହି ପ୍ରସ୍ତାବକୁ ବିରୋଧ କରିଛି । ଏଭଳି ହେଲେ ଦୁବାଇ ଓ ପାକିସ୍ତାନ ଭେନ୍ୟୁ ମଧ୍ୟରେ ଯାତାୟତ ବଢିବ ଏବଂ ଏହା ଏସିସିର ବ୍ୟୟ ଅଟକଳକୁ ବଢାଇବ । ଦୁଇଟି ଭିନ୍ନ ୟୁନିଟ୍‌ ପଠାଇବା ସମ୍ଭବ ନୁହେଁ ବୋଲି କହିଛି ବାଂଲାଦେଶ କ୍ରିକେଟ ବୋର୍ଡ ।

ଏସିସି ଅଧ୍ୟକ୍ଷ ଜୟ ଶାହ କାର୍ଯ୍ୟନିର୍ବାହୀ ବୈଠକ କରି ଚୂଡାନ୍ତ ନିଷ୍ପତ୍ତି ନେବେ । ତେବେ ପାକିସ୍ତାନରୁ ଏସିଆ କପ୍ ନ କରାଯିବା ନିଷ୍ପତ୍ତି ପରେ ପିସିବି ଦଳ ପଠାଇବ କି ନାହିଁ ତାହା ଦେଖିବାକୁ ବାକି ରହିଲା । ଭାରତରେ ଯଦି ଏସିଆ କପ୍ ହୁଏ ତେବେ ପାକିସ୍ତାନ ବି ଭାରତ ଆସିବ ନାହିଁ ବୋଲି ପୂର୍ବରୁ ପିସିବି ଧମକ ଦେଇଥିଲା । ବିଶ୍ବକପ ଖେଳିବା ନେଇ ପାକିସ୍ତାନ ଭାରତ ଆସିବ ନା ନାହିଁ ତାହା ମଧ୍ୟ ପ୍ରଶ୍ନ ଘେରରେ । ତେବେ ପିସିବି କଣ ନିଷ୍ପତ୍ତି ନେଉଛି ତାହା ଉପରେ ନଜର ।

ABOUT THE AUTHOR

...view details