ନୂଆଦିଲ୍ଲୀ: କାଉନ ଡାଉନ ଆରମ୍ଭ ହୋଇଛି । ରାତି ପାହିଲେ ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏସିଆ କପ । 6ଟି ଦଳକୁ ନେଇ ଆରମ୍ଭ ହେବାକୁ ଯାଉଥିବା ଏସିଆ କପ ଏଥର ଅଧିକ ସ୍ବତନ୍ତ୍ର ହେବାକୁ ଯାଉଛି । 7ଥର ଚମ୍ପିଆନ ଭାରତୀୟ କ୍ରିକେଟ ଟିମ, 6ଥର ଚମ୍ପିଆନ ଶ୍ରୀଲଙ୍କା ଓ 2 ଥର ବିଜେତା ପାକିସ୍ତାନ ଦଳ ଏଥର ବାଜି ମାରି ନେବାର ଦାବିଦାର ରହିଛନ୍ତି । ବାବଜ ଆଜମଙ୍କ ଦଳ ଦିନିକିଆ ଫର୍ମାଟରେ 1 ନମ୍ବର ମାନ୍ୟତାରେ ରହିଛି । ସେହିପରି ଡିଫେଣ୍ଡିଂ ଚମ୍ପିଆନ ତାର ଘରୋଇ ମାଟିର ଫାଇଦା ନେବାକୁ ଚେଷ୍ଟ କରିବା । ସେହିପରି ବାଂଲାଦେଶ ଏବଂ ଆଫଗାନିସ୍ଥାନ ଦଳ ପାଶା ପଲଟାଇ କ୍ଷମତା ବିସ୍ତାର କରିବାକୁ ପ୍ରୟାସ କରିବ । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମଥର ଭାଗ ନେଉଥିବା ନେପାଳରେ ମଧ୍ୟ ଭଲ ଖେଳାଳି ରହିଛନ୍ତି ଯିଏକି ଜଲୱା ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି । ଭାରତୀୟ କ୍ରିକେଟ ଟିମର ମାନ୍ୟତା ଦେଖିଲେ 2019 ପରେ ଦିନିକିଆରେ ବିଜୟ ହାସଲ ପରେ ସଫଳ ଦଳ ଭାବେ ଉଭା ହୋଇଛି । ଏଥର ଏସିଆ କପରେ ଏକ କଡ୍ଡା ଫାଇଟ ହେବାକୁ ଯାଉଛି । କାହାର ହେବ ଟ୍ରଫି ତାହାକୁ ନେଇ ଶ୍ରୀଲଙ୍କା ଓ ପାକରେ ଏକ ପ୍ରକାର କ୍ରିକେଟ ରୋମାଞ୍ଚ ଦେଖିବାକୁ ମିଳିବ ।
ଏସିଆ କପ ପାକିସ୍ତାନରେ ହେବାର ଥିଲା । ମାତ୍ର ରାଜନୈତିକ କାରଣ ପାଇଁ ଭାରତୀୟ ଦଳ ପାକିସ୍ତାନ ନ ଯିବାକୁ ନିଷ୍ପତ୍ତି ନେବାରୁ ହାଇବ୍ରିଡ ଫର୍ମୁଲାରେ ଏସିଆ କପ ଆୟୋଜନ କରିବାକୁ ସ୍ଥିର ହୋଇଥିଲା । ପାକିସ୍ତାନ ଓ ଶ୍ରୀଲଙ୍କାରେ ମିଳିତ ଭାବରେ ଏହାର ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲା । ଏସିଆ କପ 16ତମ ସଂସ୍କରଣର ପ୍ରଥମ ମ୍ୟାଚ ପାକିସ୍ଥାନ ଓ ନେପାଳ ମଧ୍ୟରେ ଖେଳାଯିବ ।
ଏସିଆ କପ ଦିନିକିଆ ଏବଂ ଟି-ଟ୍ବେଣ୍ଟି ହୁଏ:ଏସିଆ କପ ଟୁର୍ଣ୍ଣାମେଣ୍ଟ 1984ରେ ଏକଦିବସୀୟ ଫର୍ମାଟରେ ହୋଇଥିଲା । ଏଥର 2023 ଏସିଆ କପ ଦିନିକିଆ ଫର୍ମାଟ ଅର୍ଥାତ 50ଓଭର ଖେଳ ହେବ । ଏହା ଏସିଆ ଟିମ ପାଇଁ ବିଶ୍ବକପ ପ୍ରସ୍ତୁତି ପାଇଁ ଭଲ ସୁଯୋଗ ଦେବ । ଭାରତୀୟ ଦଳ 7 ଥର ଚମ୍ପିଆନ ହୋଇଛି । 6ଟି ଦିନିକିଆ ଫର୍ମାଟ ଓ ଗୋଟିଏ ଟି-ଟ୍ବେଣ୍ଟି ଫର୍ମାଟ ରହିଛି । ଦେଖିବାକୁ ଗଲେ ଭାରତ ଏସିଆ କପରେ ସବୁଠୁ ସଫଳ ଦଳ ରହିଛି । ଏଥର ଅଷ୍ଟମ ଥର ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି ଦଳ ।