କଲମ୍ବୋ: ଏସିଆ କପ୍ ୨୦୨୩ରେ ଭାରତ-ପାକିସ୍ତାନ ଲଢ଼େଇରେ ପୁଣିଥରେ ଖଳନାୟକ ସାଜିଛି ବର୍ଷା । ଶ୍ରୀଲଙ୍କାର କଲମ୍ବୋରେ ଲଗାଣ ବର୍ଷା ଯୋଗୁଁ ଏସିଆ କପ୍ ସୁପର-୪ର ଏହି ଲଢ଼େଇ ଆଜି ଅଧାରୁ ବନ୍ଦ ହୋଇଯାଇଛି । ତେବେ ଏଥିପାଇଁ ଏସୀୟ କ୍ରିକେଟ ପରିଷଦ(ଏସିସି) ମଧ୍ୟ ପୂର୍ବ ପ୍ରସ୍ତୁତି କରିଥିଲା । ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଏହି ମହାଲଢ଼େଇ ପାଇଁ ଏକ ରିଜର୍ଭ ଡେ' ରଖିଥିଲା ଏସିସି । ଫଳରେ ଆସନ୍ତାକାଲି(ସୋମବାର) ଏହି ମ୍ୟାଚ୍ ପୁଣି ମ୍ୟାଚ୍ ଖେଳାଯିବ । ନିୟମ ଅନୁଯାୟୀ ଆଜି ଯେଉଁ ପର୍ଯ୍ୟନ୍ତ ଖେଳ ହୋଇଛି, ସୋମବାର ସେହିଠାରୁ ଆରମ୍ଭ ହେବ ଖେଳ ।
ତେବେ ଭାରତ ଆସନ୍ତାକାଲି(ସୋମବାର) ଭାରତ ରିଜର୍ଭ ଡେ'ରେ ପାକିସ୍ତାନକୁ ଭେଟିବାକୁ ଥିବାବେଳେ ମଙ୍ଗଳବାର ଶ୍ରୀଲଙ୍କା ସହ ସୁପର-୪ର ଦ୍ବିତୀୟ ମ୍ୟାଚ୍ ଖେଳିବ । ଅର୍ଥାତ ଭାରତୀୟ ଦଳ ପାଇଁ ଆଉ ବିଶ୍ରାମର ସମୟ ନାହିଁ । କଲୋମ୍ବର ଆର୍ ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ପାକିସ୍ତାନ ଅଧିନାୟକ ବାବର ଆଜମ । ପ୍ରଥମେ ବ୍ୟାଟିଂ ସୁଯୋଗ ହାତଛଡ଼ା ନକରି ଭାରତୀୟ ଟିମ୍ର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ବିସ୍ଫୋରକ ଆରମ୍ଭ କରିଥିଲେ । ଉଭୟ ନିଜ ନିଜର ସ୍ପେଶାଲ୍ ଅର୍ଦ୍ଧଶତକ ହାସଲ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...Asia Cup 2023 Ind vs Pak: ପାକିସ୍ତାନ ବିପକ୍ଷରେ ଭାରତୀୟ ଓପନରଙ୍କ ସ୍ପେଶାଲ ଫିପ୍