କାଣ୍ଡି:ଚଳିତ ହାଇପ୍ରୋଫାଇଲ ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଦ୍ବିତୀୟ ମ୍ୟାଚ ଖେଳାଯିବ । ଏଥିରେ ଡିଫେଣ୍ଡିଂ ଚମ୍ପିଆନ ଶ୍ରୀଲଙ୍କା ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଦୁଇ ଦଳ ଲକ୍ଷ୍ୟ ରଖିଛନ୍ତି । ଡିଫେଣ୍ଡିଂ ଚମ୍ପିଆନ ଶ୍ରୀଲଙ୍କା ତାର ଘରୋଇ ଗ୍ରାଉଣ୍ଡ ଓ ପରିବେଶର ଫାଇଦା ନେଇ ବିଜୟଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି । ଅପରାହ୍ନ 3ଟାରୁ ଶ୍ରୀଲଙ୍କା କାଣ୍ଡି ପାଲେକେଲି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଆରମ୍ଭ ହେବ ।
ଦୁଇ ଦଳ ମଧ୍ୟରେ ଆହତ ସମସ୍ୟା ରହିଛି । କିଛି ଅଭିଜ୍ଞ ଖେଳାଳିଙ୍କ ବିନା ଉଭୟ ଦଳ ମୈଦାନକୁ ଓହ୍ଲାଇବେ । ଡିଫେଣ୍ଡିଂ ଚମ୍ପିଆନ ଶ୍ରୀଲଙ୍କା ଘରୋଇ ମାଟିର ଫାଇଦା ନେଇ ବିଜୟ ଖାତା ଖୋଲିବାକୁ ପ୍ରୟାସ କରିବ । ଅନ୍ୟପଟେ ବାଂଲାଦେଶ କଡା ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଆହତ ସମସ୍ୟା ପାଇଁ ଶ୍ରୀଲଙ୍ଗାର ୱାନିଣ୍ଡୁ ହସରଙ୍ଗା, ଦୁଷ୍ମନ୍ତ ଚାମୀରା, ଦିଲଶାନ ମଦୁଶଙ୍କା ଓ ଲାହିରୁ କୁମାରା ବାଦ ପଡିଛନ୍ତି । ଶ୍ରୀଲଙ୍କା ଦଳର ବୋଲିଂ ବିଭାଗ ସାମାନ୍ୟ ଦୁର୍ବଳ ରହିଛି ମାତ୍ର ବ୍ୟାଟିଂ ବିଭାଗ ସନ୍ତୁଳିତ ରହିଛି । କୁଶଣ ମେଣ୍ଡିସ, ଚରିଥ ଆଶଲଙ୍କା, କରୁଣାରତ୍ନେ ଫୁଲ ଫର୍ମରେ ରହିଛନ୍ତି ।
ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କା 81.63 ପ୍ରତିଶତ ମ୍ୟାଚ ଜିତିବାର ରେକର୍ଡ ରହିଛି । ମାତ୍ର ଶେଷ 4ଟି ମ୍ୟାଚ ରେକର୍ଡ ଦେଖିବାକୁ ଗଲେ ବାଂଲାଦେଶ ବିଜୟୀ ହୋଇଛି । ତେଣୁ ଆଜିର ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ପାଲେକେଲି ଷ୍ଟାଡିୟମରେ ଦୁଇ ଦଳ ଥରେ ମାତ୍ର ପରସ୍ପରକୁ ଭେଟିଛନ୍ତି । 2013ରେ ଖେଳାଯୋଇଥିବା ଏହି ମ୍ୟାଚରେ ବାଂଲାଦେଶ ଜିତିଥିଲା । ବାଂଲାଦେଶର ଇବାଦତ ହୋସେନ ଓ ଲିଟନ ଦାସ ଆହତ ହୋଇ ବାଦ୍ ପଡିଛନ୍ତି । ତଥାପି ଦଳ ଶ୍ରୀଲଙ୍କା ବିପକ୍ଷରେ ଜବରଦସ୍ତ ରଣନୀତି ନେଇ ମୈଦାନ ଓହ୍ଲାଇବ ।
ଶ୍ରୀଲଙ୍କା ସମ୍ଭାବ୍ୟ ଦଳ:ଦିମୁଥ କରୁଣାରତ୍ନେ, ପଥୁମ ନିଶଙ୍କା, କୁଶଳ ମେଣ୍ଡିସ (ୱିକେଟ କିପର), ସଦିରା ସମରବିକ୍ରମା, ଚରିଥ ଆଶଲଙ୍କା, ଧନଞ୍ଜୟ ଡି ସିଲଭା, ଡାସୁନ ଶଣକା (ଅଧିନାୟକ), ଦୁଶନ ହେମଥ /ଦୁନିଥ ୱିଲୋଲେଜ, ମହେଶ ତୀକ୍ଷଣା, ବିନୁରା ଫର୍ଣ୍ଣାଣ୍ଡୋ, କାସୁନ ରଞ୍ଜିଥା ।