କାନପୁର:ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ନିଜର ସଫଳ ବୋଲିଂ କ୍ୟାରିୟରରେ ଆଉ ଏକ ନୂଆ କିର୍ତ୍ତୀମାନ ଯୋଡିଛନ୍ତି । କ୍ରିକେଟର ଲମ୍ବା ଫର୍ମାଟରେ ଅଶ୍ବିନ ଦେଶର ତୃତୀୟ ସର୍ବାଧିକ ୱିକେଟ ହାସଲକାରୀ ବୋଲର (third highest wicket taker in Tests) ହୋଇଛନ୍ତି । ଏହି ସଫଳତା ହାସଲ ସହ ସେ ହରଭଜନ ସିଂହ (Harbhajan singh)ଙ୍କୁ ପଛରେ ପକାଇଛନ୍ତି ।
ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପଞ୍ଚମ ଦିନରେ ଟମ ଲାଥମଙ୍କୁ(୫୨) ଆଉଟ୍ କରି ଏହି ନିଆରା ସଫଳତାର ଅଧିକାରୀ ହୋଇଛନ୍ତି ଅଭିଜ୍ଞ ଅଶ୍ବିନ ।
ଏହାମଧ୍ୟ ପଢନ୍ତୁ: IND v NZ: ପରାଜୟ ଏଡାଇବାକୁ ନ୍ୟୁଜିଲାଣ୍ଡର ସଂଘର୍ଷ
ରବିବାର କାନପୁର ଟେଷ୍ଟର ଚତୁର୍ଥ ଦିନରେ ୱିଲ ୟଙ୍ଗ୍ଙ୍କ ୱିକେଟ ହାସଲ କରି ଅଫସ୍ପିନର ଅଶ୍ବିନ, ହରଭଜନଙ୍କ ୪୧୭ ଟେଷ୍ଟ ୱିକେଟ(Test Wickets) ରେକର୍ଡର ସମକକ୍ଷ ହୋଇଥିଲେ । ନିଜ କ୍ୟାରିୟରରେ ଅଶ୍ବିନ ଏଯାବତ ୩୦ ଥର ୫ ୱିକେଟ ଦଖଲ କରିସାରିଛନ୍ତି । ପ୍ରଥମ ଇଂନିସରେ ଅଶ୍ବିନ ୩ଟି ଓ ଅକ୍ଷର ପଟେଲ ୫ଟି ୱିକେଟ ହାସଲ କରିଥିଲେ ।
ଅନିଲ କୁମ୍ବଲେ ୬୧୯ ୱିକେଟ ସହ ଟେଷ୍ଟ କ୍ରିକେଟରେ ଭାରତର ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି । ପୂର୍ବତନ ଭାରତୀୟ କ୍ୟାପଟେନ କପିଳ ଦେବ ୪୩୪ ୱିକେଟ ସହ ଏହି ତାଲିକାର ଦ୍ବିତୀୟରେ ରହିଛନ୍ତି ।
ଅଶ୍ବିନ ଏବେ କପିଳ ଦେବଙ୍କ ପରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ